Home ଅପରାଧ ଭାରତର ୧୨ଟି ରାଜ୍ୟରେ ସକ୍ରିୟ ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) !

ଭାରତର ୧୨ଟି ରାଜ୍ୟରେ ସକ୍ରିୟ ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) !

126

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ଭାରତର ୧୨ଟି ରାଜ୍ୟରେ ଏହାର ଆଧାର ପ୍ରତିଷ୍ଠା କରିଛି। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଇରାନ ଏବଂ ସିରିଆରେ ଅବସ୍ଥିତ ଏହି ଆତଙ୍କବାଦୀ ସଂଗଠନ କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରରେ ଅଧିକ ସକ୍ରିୟ। ଇସଲାମିକ୍ ଷ୍ଟେଟ୍ ୨୦୧୪ରୁ ସିରିଆ ଏବଂ ଇରାକର ଅନେକ ସ୍ଥାନରେ ସକ୍ରିୟ ଅଛି। ବାଂଲାଦେଶ, ମାଲି, ସୋମାଲିଆ ଏବଂ ଇଜିପ୍ଟ ଭଳି ଦେଶରେ ଏହାର ଶାଖା ରହିଛି।

ଲଶ୍କର ଏବଂ ଅଲ- କାଏଦାର ମଧ୍ୟ ସମ୍ପର୍କ ରହିଛି –
କେନ୍ଦ୍ର ସରକାର କହିଛନ୍ତି ଯେ ଲଶ୍କର- ଇ- ତୋୟବା ଏବଂ ଅଲ- କାଏଦା ଭଳି ଅନ୍ୟ ଆତଙ୍କବାଦୀ ସଂଗଠନ ସହ ଇସଲାମିକ ଷ୍ଟେଟର ସମ୍ପର୍କ ରହିଛି। ସୁନ୍ନି ଜିହାଦୀ ମାନଙ୍କ ଦ୍ୱାରା ପରିଚାଳିତ ଏହି ଆତଙ୍କବାଦୀ ସଂଗଠନ ଭାରତରେ ଏହାର କାୟା ବିସ୍ତାର କରିବା ପାଇଁ ଇଣ୍ଟରନେଟ୍ ଆଧାରିତ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଛି। ଏହି ଗୋଷ୍ଠୀରେ ଯୋଗଦେବା ପାଇଁ ବିଭିନ୍ନ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ଅନେକ ଉଦାହରଣ କେନ୍ଦ୍ରୀୟ ଏବଂ ରାଜ୍ୟ ସୁରକ୍ଷା ଏଜେନ୍ସିର ନଜରକୁ ଆସିଛି। ଭାରତୀୟ ଜନତା ପାର୍ଟି ବିଜେପି ସାଂସଦ ବିନୟ ପି ସହସ୍ରବୁଦ୍ଧେଙ୍କ ପ୍ରଶ୍ନର ଏକ ଲିଖିତ ଉତ୍ତରରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜି କିଶନ ରେଡ୍ଡୀ ରାଜ୍ୟସଭାରେ ଏହି ସୂଚନା ପ୍ରଦାନ କରିଛନ୍ତି।

୧୨୨ ଜଣଙ୍କୁ ଗିରଫ କରିଛି ଏନଆଇଏ –
କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ରେଡ୍ଡୀ କହିଛନ୍ତି, ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରରେ ଆଇଏସ୍ ସର୍ବାଧିକ ସକ୍ରିୟ ରହିଛି। ସେ କହିଛନ୍ତି ଯେ ଆତଙ୍କବାଦୀ ଗୋଷ୍ଠୀ ସହିତ ସଂପର୍କ ଅଭିଯୋଗରେ ଆତଙ୍କବାଦ ବିରୋଧୀ ଏଜେନ୍ସି ଏନଆଇଏ ୧୭ଟି ମାମଲା ରୁଜୁ କରି ଦକ୍ଷିଣ ତେଲେଙ୍ଗାନା, କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତାମିଲନାଡୁର ୧୨୨ ଜଣଙ୍କୁ ଗିରଫ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଇସଲାମିକ୍ ଷ୍ଟେଟ୍, ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଏବଂ ଲେଭାନ୍ତ, ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଏବଂ ସିରିଆ, ଦାଏସ, ଖୋରାସାନ୍ ପ୍ରଦେଶର ଇସଲାମିକ୍ ଷ୍ଟେଟ୍, ଆଇଏସ୍ଆଇଏସ୍ ୱିଲାୟତ ଖୋରାସାନ୍ ଆଦିକୁ ଅଧିନିୟମ ୧୯୬୭ ଅଧୀନରେ ପ୍ରଥମ ଅନୁସୂଚୀରେ ସାମିଲ କରାଯାଇ ସେମାନଙ୍କୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି।

ସୋସିଆଲ୍ ମିଡିଆର ସାହାଯ୍ୟ ନେଉଛି ଆଇଏସ୍ –
କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ କହିଛନ୍ତି ଯେ ଆଇଏସ୍, ଭାରତରେ ଇସଲାମିକ୍ ଷ୍ଟେଟ୍ ଭିତ୍ତିକ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର କରି ଏହାର ବିଚାରଧାରା ବିସ୍ତାର କରୁଛି। ଏହାକୁ ଦୃଷ୍ଟିରେ ରଖି ଅନୁବନ୍ଧିତ ଏଜେନ୍ସି ଗୁଡ଼ିକ କ୍ରମାଗତ ଭାବରେ ସାଇବର ସ୍ପେସ୍ ଉପରେ ନଜର ରଖିଛନ୍ତି ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମନ୍ତ୍ରୀ କହିଛନ୍ତି ଯେ ଏହି ଲୋକଙ୍କୁ କିପରି ଆର୍ଥିକ ସହାୟତା ଦିଆଯାଉଛି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସେମାନେ ବିଦେଶରୁ କିପରି ସହାୟତା ନେଉଛନ୍ତି ସେ ସମ୍ପର୍କରେ ସରକାରଙ୍କ ପାଖରେ ସୂଚନା ରହିଛି। /- @DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.