Home ଜିଲ୍ଲା ପରିକ୍ରମା ଭାଜପା ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା

ଭାଜପା ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା

102

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନା କବଳରେ କେବଳ ସାଧାରଣ ଜନତା ପଢୁଛନ୍ତି, ତାହା ନୁହେଁ ବଡ ବଡ ସେଲିବ୍ରିଟି ମଧ୍ୟ ଏହି ଅଦୃଶ୍ୟ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି । ବିଲଉଡ ତାରାକା ଅମିତା ବଚ୍ଚନଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି କରୋନା କବଳରୁ ବର୍ତ୍ତିପାରିନାହାଁନ୍ତି । ବାସୁଦେବପୁର ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରି ସ୍ଥାନୀୟ ରାମ ମନ୍ଦିର ଠାରେ ପୂଜାର୍ଚ୍ଚନା କରାଯାଇଅଛି । ଏହି ପୂଜାରେ ବାସୁଦେବପୁର ଭାଜପା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାଧବାନନ୍ଦ ମଲ୍ଲିକ, ଯୁବନେତା ଉଦୟ ନାରାୟଣ ମଲ୍ଲିକ, ମହେଶ୍ୱର ଧଳ, ରାଜେନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ରହିବା ସହିତ ପ୍ରଭୁ ରାମଚନ୍ଦ୍ରଙ୍କ ପାଖରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.