Home ଜିଲ୍ଲା ପରିକ୍ରମା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ, ପ୍ରତି ବ୍ଲକରେ ହେବ ଗୋଟେ ଶୀତଳ...

ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ, ପ୍ରତି ବ୍ଲକରେ ହେବ ଗୋଟେ ଶୀତଳ ଭଣ୍ଡାର – ମନ୍ତ୍ରୀ

9

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଚାନ୍ଦବାଲି କାଳିପଡିଆ ଠାରେ ଏକ ବିଶାଳ କୃଷକ ସମାବେଶ ଓ ଓଡିଶା ରେ ଧାନ କିଣା ସଫଳତା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଦସ୍ୟ ଉପେନ୍ଦ୍ର କୁମାର ରାଉଳ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କୃଷକ ସମାବେଶରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଉଟି କଲ୍ୟାଣ, ଯୋଗାଣ, ବିଜ୍ଞାନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠି ଓ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ପ୍ରଥମେ ଭାରତମାତା ଫଟୋଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ଅପରେସନ ସିନ୍ଦୂର ରେ ସହିଦ ମାନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାଥନା କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ ଭାଜପା ସରକାର ଓଡିଶାରେ ଶାସନକୁ ଆସିବା ପୂର୍ବରୁ ଯେଉଁ ପ୍ରତିଶୃତି ଦେଇଥିଲା ତାହା ପୂରଣ କରି ଦେଖାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ର କୃଷକ ମାନଙ୍କ ସାଙ୍ଗରେ ଅଛନ୍ତି । ପ୍ରତି ବ୍ଲକ ରେ ନୂତନ ଶୀତଳ ଭଣ୍ଡାର ଖୋଲାଯିବ ବୋଲି ମନ୍ତ୍ରୀ କହିଥିଲେ । ମୋହନ ମାଝୀ ସରକାର ଧାନ କୁଇଂଟାଲ ପିଛା ୩୧୦୦ ଟଙ୍କା ଓଡିଶା ର ଚାଷୀ ଭାଇ ମାନଙ୍କୁ ପ୍ରଦାନ କରାଗଲା, ଧାନ ବିକ୍ରି ର ୪୮ ଘଂଟା ମଧ୍ୟରେ ଚାଷୀ ମାନଙ୍କ ଆକାଉଂଟ କୁ ଅର୍ଥ ରାଶି ପ୍ରଦାନ କରାଗଲା ୭୪ ଲକ୍ଷ୍ୟ ମେଟ୍ରିକ ଟର୍ନ ଧାନ କିଣା ଯାଇଛି । ପୂର୍ବର୍ ବର୍ଷ ତୁଳନା ଅଧିକ ସମସ୍ତ ପଞ୍ଜିକୃତ ଚାଷୀ ଙ୍କ ଠାରୁ ଧାନ ସରକାର କିଣିଛନ୍ତି ଓ କୌଣସି ଜାଗାରେ ଧାନ ର କଟନୀ ଛଟଣି ହୋଇନାହିଁ ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପସ୍ଥିତ ଚାଷୀ ଙ୍କ ସହ ଧନ୍ୟବାଦ ଦେଇଥିଲେ । ସେହିପରି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ଆମ ସରକାର ମୁଖ୍ୟମନ୍ତ୍ରୀ କିଷାନ ସଂମାନ ଦେବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଜଳ ସେଚନ ଯୋଜନାରେ ଆମ ସରକାର ସଂକଳ୍ପ ନେଇଛନ୍ତି ଏହି ଗୋଟିଏ ବର୍ଷ ରେ ୧୫ ଲକ୍ଷ୍ୟ ହେକ୍ଟର ଜମି ରେ ଜଳ ସେଚନ ବ୍ୟବସ୍ଥା କରିବୁ । ଚାଷୀ ଆଉ ଆକାଶକୁ ଅନାଇ ଚାଷ କରିବ ନାହଁ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭାଜପା ଭଦ୍ରକ ଜିଲା ସଭାପତି ଭଗବାନ ପଣ୍ଡା, କୃଷକ ମୋର୍ଚ୍ଚା ସଭାପତି ଅଶୋକ ରାଉଳ, ବାସୁଦେବପୁର ନିର୍ବାଚନ ମଣ୍ଡଳୀ ନେତା ବାଣୀକଲ୍ୟାଣ ମହାନ୍ତି, ଭଣ୍ଡାରିପୋଖରୀ ନେତା ସୁଧାଂଶୁ ରାଉତ, ଜିଲା ସମ୍ପାଦକ କମଳାକାନ୍ତ ସୂତାର, ଅଜୟ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ପାଣି, କିଶ୍ୱର ନାୟକ,ଯତୀନ୍ଦ୍ର ବିଶ୍ୱାଳ, କୌଶିକ ଚାନ୍ଦ, ବିକ୍ରମ ରାଉତରାୟ, ସନାତନ ସାହୁ, ଅଶୋକ ରାୟ,ସଂକର୍ଷଣ ଜେନା, ମଙ୍ଗରାଜ ନାୟକ,ଏନ, ଏସ, ସି ସଭାପତି ବିକାଶ କୁମାର ବେହେରା, ମଣ୍ଡଳ ସଭାପତି ସନ୍ଦୀପ ନାୟକ, ପ୍ରବୀର ରାଉତ, ତ୍ରିଦୀବେଶ ପ୍ରଧାନ, ଅଜୟ ମହାନ୍ତି,ଦେବେନ୍ଦ୍ର ନାୟକ, ପ୍ରିୟରଞ୍ଜନ ଜେନା, ପିତାମ୍ବର ଦାସ, ସରପଂଚ ଭାରତୀ ବିଶ୍ୱାଳ, ସୁଶାନ୍ତ ପୁହାଣ, ବିଳାସ ନାୟକ,ଜଗନ୍ନାଥ ରାଉତ, ଚନ୍ଦନ ରାଉତ, ଦିଲ୍ଲୀପ ରାଉତ, ବିଶ୍ୱଜିତ ବିଶ୍ୱାଳ,ବିଜୟ କୁମାର ବେହେରା, ସ୍ମୃତିରଞ୍ଜନ ନାୟକ,ମୀନକେତନ ବିଶ୍ୱାଳ, ଉଦୟ କେତନ ବିଶ୍ୱାଳ, ଅଶୋକ ରାଉତ,ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.