Home ଜିଲ୍ଲା ପରିକ୍ରମା ଭାଙ୍ଗିଲା ସୁରକ୍ଷା ପ୍ରାଚୀର; ସଙ୍କଟରେ ଝୁଟୁଣା ପୋଲ

ଭାଙ୍ଗିଲା ସୁରକ୍ଷା ପ୍ରାଚୀର; ସଙ୍କଟରେ ଝୁଟୁଣା ପୋଲ

75

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ବିଷୋଳ-ଝୁଟଣା ପ୍ରଧାନମନ୍ତ୍ରୀ ଗ୍ରାମ ସଡକରେ ବୈତରଣୀ ବାମପାର୍ଶ୍ୱ ନଦୀବନ୍ଧର ଅନତି ଦୂରରେ ଅବସ୍ଥିତ ଥିବା କଂକ୍ରିଟ ସେତୁର ସୁରକ୍ଷ ପ୍ରାଚୀର ଭାଙ୍ଗିଯାଇଥିବାରୁ ସେତୁ ବିପଦସଙ୍କୁଳ ହୋଇପଡିଛି। ଏହି ପୋଲରେ ନୀୟମିତ ଭାବେ ଭାରି ଯାନ ଚଳାଚଳ କରୁଛି। ଝୁଟୁଣାରୁ ଇଟା ଓ ବାଲି ବୋଝେଇ ଟ୍ରକ ଏହି ପୋଲ ଉପର ଦେଇ ଯାତାୟତ କରିଥାଏ। ପୋଲ ନିର୍ମାଣ ସମୟରେ ତିଆରି ହୋଇଥିବା ସୁରକ୍ଷା ପ୍ରାଚୀରକୁ ରଡ ଦ୍ୱାରା ପୋଲ ସହ ସଂଯୁକ୍ତ କରାଯାଇନଥିବାରୁ ମାଟି ପଡିବା ଫଳରେ ଏହି ସୁରକ୍ଷା ପ୍ରାଚୀର ପୋଲ ଠାରୁ ବିଚ୍ଛିନ୍ନ ହୋଇପଡିଛି। ଫଳରେ ଭାରୀ ଯାନ ଚଳାଚଳ ସମୟରେ କିମ୍ବା ମାଟି ଅଧିକ ଦବିଗଲେ ପୋଲର ପଶ୍ଚିମ ପଟ ଅଂଶ ଭୁଷୁଡି ପଡିବାର ଆଶଙ୍କା ପ୍ରକାଶ ପାଇଛି। ଆଖୁଆପଦା ଜଳସମ୍ପଦ ବିଭାଗ ଅଧିନରେ ଏହି ପୋଲଟି ଥିବାରୁ ଏହାର ଆବଶ୍ୟକ ମରାମତି ନିମନ୍ତେ ବିଭାଗ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.