Home ଜିଲ୍ଲା ପରିକ୍ରମା ଭଦ୍ରକ ୟୁଟ୍ୟୁବ ଚ୍ୟାନେଲ କରି କର୍ମଚାରୀ ଓ ସାଧାରଣଙ୍କୁ ଶୋଷଣ, ଚ୍ୟାନେଲ ମାଧ୍ୟମରେ ଇମୋସନାଲ ବ୍ଲାକମେଲିଂ

ଭଦ୍ରକ ୟୁଟ୍ୟୁବ ଚ୍ୟାନେଲ କରି କର୍ମଚାରୀ ଓ ସାଧାରଣଙ୍କୁ ଶୋଷଣ, ଚ୍ୟାନେଲ ମାଧ୍ୟମରେ ଇମୋସନାଲ ବ୍ଲାକମେଲିଂ

167
????????????????????????????????????????????????????????

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ରାଜ୍ୟରେ ଛତୁ ଫୁଟିବା ଭଳି ୟୁଟୁି୍ୟବ ଚ୍ୟାନେଲ ଖୋଲା ଯାଉଛି । ବର୍ତ୍ତମାନ ଇଲୋକୋଟ୍ରନିକ୍ସ ଯୁଗରେ ସାଧାରଣ ଜନତା ମୋବାଇଲ ମାଧ୍ୟମରେ ବିଭିନ୍ନ ଖବର ଅନ୍ତର ରଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ବଡ଼ବଡ଼ ଛାପା ଗଣମାଧ୍ୟମ ନିଜର ଟିଭି ଚ୍ୟାନେଲ ଖୋଲି ଖବର ପ୍ରସାରଣ କରୁଥିବା ବେଳେ ଅନେକ ୟୁଟିୁ୍ୟବଚ୍ୟାନେଲ ଏହାକୁ ଏକ ସାମାଜିକ ଅନୁଷ୍ଠାନ ପ୍ରଚାର କରି ଜନସାଧାରଣଙ୍କୁ ଶୋଷଣର ମାଧ୍ୟମ ସାଜିଛନ୍ତି । ଏହିସବୁ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ବର୍ଗର କଳାକାର, ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟ କରାଇ ଦେବା, ଲୋନ କରାଇ ଦେବା, ବିଭିନ୍ନ ସଂସ୍ଥାରେ କର୍ମଚାରୀ ନିଯୁକ୍ତି କରାଇ ଦେବା, ଆତ୍ମପ୍ରଚାର ଆଶାୟୀ ଆର୍ଥୀକ ସ୍ୱଚ୍ଛଳ ବ୍ୟକ୍ତି ବିଶେଷଙ୍କୁ ଠାବ କରି ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରି ଠକୁଥିବାର ଦେଖା ଯାଉଛି । ନିଜର ଟିଭି ଚ୍ୟାନେଲ ମାଧ୍ୟମରେ ମିଥ୍ୟା ଓ କଳାକାରନାମାକୁ ସତ୍ୟର ରୂପ ଦେଇ ସାମ୍ବାଦିକତା ପଦର ଅପମର୍ଯ୍ୟଦା କରିବାକୁ ପଛାଉ ନାହାନ୍ତି । ଏହି କ୍ରମରେ ଭଦ୍ରକ ଜିଲ୍ଲା ଡ଼ଗମୁଣ୍ଡ ଅଞ୍ଚଳରେ ଜନୈକ ବ୍ୟକ୍ତି ଟିଭି ଚ୍ୟାନେଲ ଖୋଲି ଏହିଭଳି କଳା କାରନାମାରେ ଲିପ୍ତ ରହୁଛନ୍ତି । ଏହି ସଂସ୍ଥାର କର୍ମଚାରୀ ମାନଙ୍କୁ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ କରାଇ ସେମାନଙ୍କୁ ପାରିଶ୍ରମିକ ଦେବାରେ ହଇରାଣ ହରକତ କରୁଛନ୍ତି । ଅଢେଇ ବର୍ଷ ମଧ୍ୟରେ ଏହି ସଂସ୍ଥା ବିଭିନ୍ନ ସ୍ଥାନକୁ ଅଫିସ ସ୍ଥାନାନ୍ତର କରୁଥିବା ବେଳେ କୌଣସି କର୍ମଚାରୀ ଦୀର୍ଘଦିନ କର୍ମସଂସ୍ଥାନ ପାଇ ପାରୁ ନାହାନ୍ତି । ସଂସ୍ଥାର ସାଧାରଣ କର୍ମଚାରୀଙ୍କ କଥାକୁ କିଏ ପଚାରେ; ଏହି ସଂସ୍ଥାରେ ଖୋଦ ମୁଖ୍ୟ ସମ୍ପାଦକ ଥିବା ଜନୈକ ବରିଷ୍ଠ ସାମ୍ବାଦିକ ମଧ୍ୟ ଠକାମୀରୁ ବାଦ ପଡ଼ି ନାହାନ୍ତି ।

ସଂସ୍ଥାର ନିର୍ଦ୍ଦେଶକ ବାହାରକୁ ଭଦ୍ରତା ଓ ଚାକଚକ୍ୟର ମୁଖା ପିନ୍ଧି ଭିତରେ ସମସ୍ତ ପ୍ରକାର ଦୁର୍ନୀତି, କଳାକାରନାମାରେ ଲିପ୍ତ ରହୁଛନ୍ତି । ବିଶେଷ ଭାବେ ସେମାନଙ୍କ ଶିକାର ହେଉଛନ୍ତି ଆତ୍ମ ପ୍ରଚାର ଲୋଭୀ ବ୍ୟକ୍ତି ବିଶେଷ । ଏମାନେ ମଧ୍ୟ ସରକାରୀ କର୍ମଚାରୀଙ୍କ ଦୁର୍ବଳତାର ସୁଯୋଗ ନେଇ ଶୋଷଣ କରିବାକୁ ପଛାଉ ନାହାନ୍ତି । ଏହି ସଂସ୍ଥାର ଭଦ୍ରକ ଅଫିସରେ କିଛିମାସ ପୂର୍ବେ ସଂପୃକ୍ତ ମୁଖ୍ୟ ସମ୍ପାଦକଙ୍କୁ ବଡ଼ ପଦବୀର ବସାଇ ତାଙ୍କ ଠାରୁ ଧାରସୂତ୍ରରେ ୩ ଗୋଟି କିସ୍ତିରେ ମୋଟ ୪ଲକ୍ଷ ୬ ହଜାର ଟଙ୍କା ନେଇ ଫାଙ୍କିବା ଏବଂ ହାତାହାତି ଘଟଣା ପରେ ଟଙ୍କା ଫେରସ୍ତ ଦେବା ଭଳି ଘଟଣା ଲୋକଲୋଚନରେ ଏହି ସଂସ୍ଥାର କଳାକାରନାମା ପର୍ଦାଫାଶ କରିବାରେ ସହାୟକ ହୋଇଛି । ଏହି ସଂସ୍ଥାର ନିର୍ଦ୍ଦେଶକ ଓଡ଼ିଶା ଖଦୀବୋର୍ଡ଼ରୁ ଲୋନ କରାଇ ଦେବା କହି ଭଣ୍ଡାରିପୋଖରୀ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ଠାରୁ ଏକ ଲକ୍ଷ ୫ ହଜାର ଟଙ୍କା ଆଣି ଭଦ୍ରକ ଟାଉନଥାନାରେ ରିପୋର୍ଟ ପରେ ଇତି ମଧ୍ୟରେ ଟଙ୍କା ଫେରାଇ ଥିବାର ଜଣା ପଡ଼ିଛି । ସେହିପରି ଧାମନଗର ଅଞ୍ଚଳରୁ ଜନୈକ ବିଧବାଙ୍କ ଠାରୁ ୫୦ ହଜାର ଟଙ୍କା ଆଣି ତାଙ୍କୁ ନଫେରାଇବା ଯୋଗୁଁ ସେ ନୟାନ୍ତ ହୋଇଥିବାର ଜଣା ପଡ଼ିଛି । ଏହିପରି ଅନେକ କଳାକାରନାମାରେ ଏହି ୟୁଟିୁ୍ୟବ ଚ୍ୟାନେଲ ସଂସ୍ଥା ଲିପ୍ତ ରହୁଥିବା ବେଳେ ମାସକୁ ଲକ୍ଷାଧିକ ଟଙ୍କା କିପରି ଖର୍ଚ୍ଚ କରାଯାଉଛି ତାହା ଖୋଳତାଡ଼ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଆଲୋଚନା ହେଉଛି । ଏହି ନିର୍ଦ୍ଦେଶକଙ୍କ କାମଳ ସାମ୍ବାଦିକତା ଯୋଗୁଁ ଏମାନଙ୍କର କାର୍ଯ୍ୟକଳାପ ସମାଜ ଉପରେ କୁ ପ୍ରଭାବ ପକାଇ ଲୋକମାନଙ୍କୁ ବାଟବଣା କରୁଥିବାର ପରିଲକ୍ଷିତ ହେଉଛି । ଏମାନେ ମଧ୍ୟ ନିଜକୁ ସାମାଜିକ କର୍ମୀ, ମାନବାଧିକାର କର୍ମୀ ଆଦି ପଦପଦବୀରେ ଭୂଷିତ କରାଇ ସମସ୍ତ ପ୍ରକାର ଦୁର୍ନୀତି କର୍ମ କରିବାକୁ ପଚାଉ ନାହାନ୍ତି । ସାଧାରଣ ଲୋକଙ୍କୁ ମଧ୍ୟ ହାତୀ ଦେବୁ ଘୋଡ଼ା ଦେବୁ କହି ଠକାଇବାରେ ଉସ୍ତାଦ ପାଲଟିଛନ୍ତି । ଏଭଳି ଭଦ୍ରମୁଖାଧାରୀ ବ୍ୟକ୍ତିମାନେ ଯେ ସମାଜର କଳଙ୍କ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.