Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରସାୟନ ବିଭାଗ ପକ୍ଷରୁ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରସାୟନ ବିଭାଗ ପକ୍ଷରୁ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର

7

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରସାୟନ ବିଭାଗ ଏବଂ ଓଡ଼ିଶା କେମିକାଲ ସୋସାଇଟିର ମିଳିତ ଆନୁକୂଲ୍ୟରେ ଏକ ଜାତୀୟ ସ୍ତରୀୟ ‘ରସାୟନ ବିଜ୍ଞାନର ନୂତନ ଦିଗନ୍ତ ୨୦୨୪’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱରସ୍ଥିତ ଓୟୁଟିର ଡକ୍ଟର ଅଚ୍ୟୁତାନନ୍ଦ ଆଚାର୍ଯ୍ୟ, ଆଇଏମ୍‌ଏସ୍‌ଟିର ଡକ୍ଟର ବଙ୍କିମ ଚନ୍ଦ୍ର ତ୍ରିପାଠୀ, ଆଇଓସିର ଡକ୍ଟର ରାମବାବୁ ଦାଣ୍ଡେଲା, ନାଇଜର ର ଡକ୍ଟର ବିଷ୍ଣୁପ୍ରସାଦ ବିଶ୍ୱାଳ ପ୍ରମୁଖ ଯୋଗଦେଇ ରସାୟନ ବିଜ୍ଞାନର ନୂତନ କଥାବସ୍ତୁ ଉପରେ ଆଲୋକପାତ କରିଥିଲେ। ଏହି ଆଲୋଚନା ଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦୁର୍ଗାଶଙ୍କର ଦାସ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏବଂ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ପଦ୍ମନାଭ ପତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଓଡ଼ିଶା କେମିକାଲ ସୋସାଇଟର ସଭାପତି ଡକ୍ଟର ଅଜୟ କୁମାର ବେହେରା ଓ ସଂପାଦକ ଡକ୍ଟର ଅଚ୍ୟୁତାନନ୍ଦ ଆଚାର୍ଯ୍ୟ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଆଲୋଚନା ଚକ୍ରରେ ଡକ୍ଟର ଦେବେନ୍ଦ୍ରନାଥ ରାଉତ ଓ ପ୍ରଫେସର ଡକ୍ଟର ରୂପଶ୍ରୀ ରାଗିଣୀ ଦାସ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା କେମିକାଲ ସୋସାଇଟିର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଶଶଧର ସାମଲ, ରସାୟନ ବିଭାଗର ଅଧ୍ୟାପିକା ଡକ୍ଟର ସ୍ୱପ୍ନାସରିତା ମହାପାତ୍ର ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ରସାୟନ ବିଭାଗର ଅଧ୍ୟାପକ ଡକ୍ଟର ଅଭିଜିତ ବିଶ୍ୱାଳ, ଡକ୍ଟର ସନ୍ତୋଷ କୁମାର ନନ୍ଦ, ଡକ୍ଟର ସୁବ୍ରତ କୁମାର ବାରିକ, ଅଧ୍ୟାପକ ଡକ୍ଟର ପୁଷ୍ପାଞ୍ଜଳି ସାହୁ, ମନୀଷା ନାୟକ, ଡକ୍ଟର ଦିନେଶ ଚନ୍ଦ୍ର ଦାସ, ଡକ୍ଟର ସୁବୋଧ ଚନ୍ଦ୍ର ମିଶ୍ର, ଡକ୍ଟର ଅଜିତ୍ କୁମାର ଦାସ, ଡକ୍ଟର ସନ୍ତୋଷ କୁମାର ସେଠୀ, ଡକ୍ଟର ଅଜୟ କୁମାର ସେଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ରସାୟନ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ବକ୍ତାଙ୍କ ସହିତ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଆଲୋଚନା ଚକ୍ରରେ ବାସୁଦେବପୁର, ଚରମ୍ପା, ଆଗରପଡା, ଚାନ୍ଦବାଲି, ପାଳିଆବିନ୍ଧା ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଅଂଶଗ୍ରହଣ କରିଥିଲେ। ଶେଷରେ ସଂଯୋଜକ ଡକ୍ଟର ଲକ୍ଷ୍ମୀକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.