Home ଜିଲ୍ଲା ପରିକ୍ରମା ଭଦ୍ରକ ଲେଖିକା ସଂସଦର ରଜ ମହୋତ୍ସବ ଓ ବନ୍ଧୁ ମିଳନ ଆସର

ଭଦ୍ରକ ଲେଖିକା ସଂସଦର ରଜ ମହୋତ୍ସବ ଓ ବନ୍ଧୁ ମିଳନ ଆସର

15

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଲେଖିକା ସଂସଦର ରଜ ମହୋତ୍ସବ ଓ ରଜ ମଉଜ ଉପଲକ୍ଷେ ବନ୍ଧୁ ମିଳନ ତଥା କବିତା ପାଠୋତ୍ସବ ଲେଖିକା ସଂସଦର ସଭାପତି ଝରଣା ପଟ୍ଟନାୟକଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ଏଥି ସହିତ ବାଲେଶ୍ୱରରୁ ପ୍ରକାଶିତ ମମତା ମହାପାତ୍ରଙ୍କ ଦ୍ୱାରା ସଂପାଦିତ ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକା ମଧ୍ୟ ଲୋକାର୍ପିତ ହୋଇଛି। ଝରଣା ପଟ୍ଟନାୟକଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିବା ଏଇ ସଭାରେ ବିଭିନ୍ନ ଜିଲ୍ଲାରୁ ବହୁ ବିଶିଷ୍ଟ କବି ଓ ଲେଖିକା ଯୋଗ ଦେଇଥିଲେ। ଡଃ ପ୍ରଭାତ ନଳିନୀ ମହାପାତ୍ର ଅତିଥି ମାନଙ୍କୁ ମଂଚକୁ ଆମନ୍ତ୍ରଣ କଲାପରେ, ଯଥାରୀତି ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ଓ ଲେଖିକା ସଂସଦର ସଂପାଦିକା ଡଃ ସୋମା ଚାନ୍ଦ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଡଃ ମମତା ସାହୁ ଅତିଥି ପରିଚୟ ଦେବାସହ ସଭା ପରିଚାଳନା ଓ ସଂଯୋଜନା କରିଥିଲେ। ଯୋଗ ଦେଇଥିବା ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଲେଖିକା ବିଜୟିନୀ ସିଂହଦେଓ, ବିଦ୍ୟୁତ୍‌ଲତା ଦାସ, ଓଡ଼ିଶା ଭାଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷା ତମସାରାଣୀ ଦାସ ମହାପାତ୍ର, ଲେଖିକା ଓ ସଂପାଦିକା ବିଜୟଲକ୍ଷ୍ମୀ ପଟ୍ଟନାୟକ, ଯୁଗଶ୍ରୀ ଯୁଗନାରୀର ସଂପାଦିକା ମମତା ମହାପାତ୍ର, ଧ୍ୱନି ପ୍ରତିଧ୍ୱନି ଓ ସାଗରିକାର ସଂପାଦିକା ସୈରିନ୍ଧ୍ରୀ ସାହୁ, ଅନୁବାଦିକା ତଥା କୁଞ୍ଜବିହାରୀ କଲେଜ ବାରଙ୍ଗର ଅଧ୍ୟକ୍ଷା ଡଃ ଲିପିପୁଷ୍ପା ନାୟକ, ଡଃ ରାଧାରାଣୀ ମହାପାତ୍ର ସେମାନଙ୍କର ଅଭିଭାଷଣ ସହିତ ରଜପର୍ବ ସହ ଜଡ଼ିତ ସ୍ମୃତିଚାରଣ କରିଥିଲେ। ଗୀତାରାଣୀ ଆଇଚଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଯାଜପୁର, କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ଓ ସୋରରୁ ଯେଉଁ କବିମାନେ ଯୋଗଦେଇ କବିତା ପାଠ କରିଥିଲେ ସେମାନଙ୍କ ମଧ୍ୟରେ ମିରିନା ମହାନ୍ତି, ପ୍ରଭାବତୀ ପଣ୍ଡା, ଡଃ ଜୟଶ୍ରୀ ନନ୍ଦ, ମିନତୀ କର, ଗୀତାଞ୍ଜଳି ସିଂ, ଡଃ ସୁକାନ୍ତି ମହାପାତ୍ର, ଦୀପ୍ତି ସାହୁ, ସଂଯୁକ୍ତା ବଳ ଓ ଅନ୍ୟମାନେ ଅନ୍ତର୍ଭୁକ୍ତ। ପରିଶେଷରେ କାନନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ରଜ ପୋଡ଼ ପିଠା ସହ ରଜ ଗୀତର ଆସରରେ ଏଇ ରଜ ମହୋତ୍ସବ ଓ ବନ୍ଧୁମିଳନ ପର୍ବଟି ବେଶ୍ ଆନନ୍ଦଦାୟକ ହୋଇଥିଲା। କବି ବିଜୟ କୁମାର ବଳଳୀ ଏଇ ରଜ ଆସରକୁ ସାଫଲ୍ୟ ମଣ୍ଡିତ କରାଇବାରେ ବିଶେଷ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.