ad
ଜିଲ୍ଲା ପରିକ୍ରମା

ଭଦ୍ରକ ଭେଜିଟେବୁଲ ଟ୍ରେଡର୍ସ ଅର୍ଗାନାଇଜେସନ୍ ପକ୍ଷରୁ ଅସହାୟଙ୍କୁ ଖାଦ୍ୟ ବଣ୍ଟନ

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଭଦ୍ରକ ଭେଜିଟେବୁଲ ଟ୍ରେଡର୍ସ ଅର୍ଗାନାଇଜେସନ୍ (ବିଭିଟିଓ) ଦ୍ୱାରା କରୋନା ମହାମାରୀ ସମୟର ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସମୟରୁ ବୁଧୁବାର ହାଟ ଓ ଜେନାସାହିରେ ବସବାସ କରୁଥିବା ଅସହାୟ ଗରିବ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ଏତଦ୍‌ବ୍ୟତୀତ ସହରର ୧ ହଜାର ପରିବାରଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ମଧ୍ୟ ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଏହି ସଂଗଠନ ଚଳିତବର୍ଷ ଇଦ୍‌-ଉଲ୍‌-ଫିତରକୁ ଏକ ନିଆରା ଢଙ୍ଗରେ ପାଳନ କରିବାର ପ୍ରୟାସ କରିଥିଲା । ସଂଗଠନର ସମସ୍ତ ସଦସ୍ୟଙ୍କ ଭଦ୍ରକ ଚାରିଘରିଆସ୍ଥିତ ‘ବାତ୍ସଲ୍ୟ’ ଅନାଥ ଆଶ୍ରମରେ ଦିନ ୧୦ଟାରେ ପହଞ୍ôଚ କୁନି କୁନି କୋମଳମତି ପିଲାଙ୍କୁ ଶୁଖିଲା ଖାଦ୍ୟ, ମିଠା ଓ ଖେଳଣା ଆଦି ବଣ୍ଟନ କରିବା ସହିତ କିଛି ସମୟ ସେମାନଙ୍କ ସହିତ ବିତାଇ ଇଦ୍‌-ଉଲ୍‌-ଫିତରର ଖୁସି ବାଣ୍ଟିଥିଲେ । ତେବେ ଇଦ୍‌-ଉଲ-ଫିତରର ଅନ୍ତିମ ପର୍ଯ୍ୟାୟ ଅର୍ଥାତ୍ ସନ୍ଧ୍ୟାରେ ପୁରୁଣାବଜାରସ୍ଥିତ ଜାମା ମସ୍‌ଜିଦ୍ ନିକଟସ୍ଥ ମଦ୍ରାସା କାଦରିୟା ହବିବୟାରେ ଅଧ୍ୟୟନରତ ପିଲାମାନଙ୍କୁ ମଧ୍ୟ ନୂତନ ପୋଷାକ, ରନ୍ଧାଖାଦ୍ୟ ପ୍ରଦାନ କରି ସଂଗଠନର ସମସ୍ତ ସଦସ୍ୟ ବୃନ୍ଦ ପିଲାମାନଙ୍କୁ ସାମାଜିକ ଦୂରତା ରକ୍ଷା ଦିଗରେ ସଚେତନ କରାଇଥିଲେ । ଏହି ସନ୍ଧ୍ୟାରେ ମଦ୍ରାସାର ସଭାପତି ଜନାବ ଅଫଜଲ ହୋସେନ ଖାଁ, ସଂପାଦକ ଇଂ ହବିବୁଲା ସାହେବ ଓ କାର୍ଯ୍ୟକାରୀ ସଂପାଦକ ଜନାବ ମଇରାଜୁଦ୍ଦିନ୍‌ଙ୍କ ସମେତ ମଦ୍ରାସାର ଦୁଇ ଶିକ୍ଷକ ଜନାବ କାରି ମୋବାସ୍ୱିର ସାହେବ ଓ ହାଫିଜ୍ ଫୈଜାନ ସାହେବଙ୍କୁ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ମୁସ୍ତାକ ଗହ୍ୱର ସଂଯୋଜନା କରିଥିବାବେଳେ ଭଦ୍ରକ ଭେଜିଟେବୁଲ ଟ୍ରେଡର୍ସ ଅର୍ଗାନାଇଜେସନ୍‌ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top