ad
ଜିଲ୍ଲା ପରିକ୍ରମା

ଭଦ୍ରକ : ବାସୁଦେବପୁରରେ ନାବାଳିକା ବାହାଘର ବୃଦ୍ଧି ପାଉଛି

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଂଚଳରେ ଦିନକୁ ଦିନ ନାବାଳିକା ବାହାଘର ବୃଦ୍ଧି ପାଇବାରେ ଲାଗିଛି । ଏଥିପ୍ରତି ପ୍ରଶାସନିକ ଦୂରଦୃଷ୍ଟିର ଅଭାବ ଦାୟୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ପ୍ରତି ଗ୍ରାମରେ ଅଙ୍ଗନୱାଡି କର୍ମୀ ଓ ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ନିୟୋଜିତ ଥିଲେ ମଧ୍ୟ ଏଭଳି ଘଟଣା ଚାଲୁ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟା ସମୟରେ ଏହି ବ୍ଲକ୍‌ର କିସ୍ମତ କୃଷ୍ଣପୁର ପଂଚାୟତ ଗୋଠଆଡିଆ ଗ୍ରାମରେ ଥିବା ଏକ ଘରୋଇ ମନ୍ଦିରରେ ନାବାଳିକା ବିବାହ ହେଉଥିବାର ଖବର ପାଇ କେତେକ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ôଚଥିଲେ । ଏହା ଜାଣିବା ପରେ ଉକ୍ତ ପରିବାର ଲୋକେ ତରବରିଆ ଭାବେ ବାହାଘର ସାରି ଖସି ପଳାଇଥିଲେ । ଏହି ନାବାଳିକା ବିବାହ ସଂପର୍କରେ ସ୍ଥାନୀୟ ଥାନା, ବ୍ଲକ୍ ଓ ମହିଳା ଶିଶୁ ବିକାଶ ଦେୟମୁକ୍ତ ନମ୍ବର ୧୦୯୮ ରେ ଫୋନ୍ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top