Home ଜିଲ୍ଲା ପରିକ୍ରମା ଭଦ୍ରକ ପାଳୁଅ ଲଡୁକୁ ଜି.ଆଇ.ମାନ୍ୟତା ଲାଗି ଜିଲ୍ଲାସ୍ତରୀୟ ପ୍ରଥମ ବୈଠକ

ଭଦ୍ରକ ପାଳୁଅ ଲଡୁକୁ ଜି.ଆଇ.ମାନ୍ୟତା ଲାଗି ଜିଲ୍ଲାସ୍ତରୀୟ ପ୍ରଥମ ବୈଠକ

12

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ର ପ୍ରସିଦ୍ଧ ଭଦ୍ରକର ପାଳୁଅ ଲଡୁ ସରକାରୀ ସ୍ତରରେ ଜି.ଆଇ. (ଜିଆଇ ଟ୍ୟାଗ୍‌) ବା ଭୌଗଳିକ ପରିଚୟ ପାଇବା ପାଇଁ ବୁଧବାର ସନ୍ଧ୍ୟାରେ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରଥମ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ମାଟିର ଏହି ପରିଚିତ ପାଳୁଅ ଲଡୁ ସରକାରୀ ସ୍ତରରେ ମାନ୍ୟତା ପ୍ରାପ୍ତ ହେଲେ ଜିଲ୍ଲା ର ବ୍ୟବସାୟୀ ଲାଭବାନ ହେବା ସହିତ ଆର୍ôଥକ ସ୍ଥିତି ରେ ଉନ୍ନତି ହୋଇପାରିବ। ଏଡାଛଡା ଏହି ପ୍ରସିଦ୍ଧ ମିଠା ପାଳୁଅ ଲଡୁ ରାଜ୍ୟ ବାହାରେ, ଦେଶ ଓ ବିଦେଶକୁ ରପ୍ତାନି ହୋଇ ଅଧିକରୁ ଅଧିକ ପ୍ରସିଦ୍ଧି ଲାଭ କରିବା ସହ ଅର୍ଥନୈତିକ ବିକାଶ ଘଟିବ । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଜିଲ୍ଲାରେ ପାଳୁଅ ଲଡୁ ପ୍ରସ୍ତୁତକାରୀ ୪୦ଜଣ ବ୍ୟବସାୟୀ ବା ମିଠାଦୋନୀକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକକୁ ଆମନ୍ତ୍ରଣ କରାଯାଇଥିଲା । ଜିଲ୍ଲାପାଳ ଦୀଲିପ ରାଉତରାଏ ପ୍ରଥମେ ଭଦ୍ରକ ପ୍ରସିଦ୍ଧ ପାଳୁଅ ଲଡୁକୁ ଜି.ଆଇ.ମାନ୍ୟତା ଲାଗି ଆବେଦନ କରିବା ସମ୍ପର୍କରେ ସମସ୍ତଙ୍କୁ ଆଲୋକପାତ କରିଥିଲେ । ସେହିଭଳି ପାଳୁଅ ରେ ପ୍ରସ୍ତୁତ ଏହି ସୁସ୍ୱାଦୁ ପାଳୁଅ ଲଡୁକୁ କିଭଳି ସଠିକ୍ ଭାବେ ଅର୍ଥାତ ଆବଶ୍ୟକ ପାଳୁଅ ସହିତ ଅନ୍ୟ ସାମଗ୍ରୀକୁ ନେଇ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ କନସଲଟେଟଂ ପୟୋଧର ପାଢୀ ଜି.ଆଇ. ମାନ୍ୟତା ଲାଗି ଆବଶ୍ୟକୀୟ ଦରଖାସ୍ତ ଆଦି ସମ୍ପର୍କରେ ପାଳୁଅ ଲଡୁ ପ୍ରସ୍ତୁତକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ, ଗତ ୨୯.୧୧.୨୪ତାରିଖରେ ରାଜ୍ୟର ପ୍ରତି ଜିଲ୍ଲାରେ ଥିବା ଲୋକପ୍ରିୟ ଖାଦ୍ୟ ସାମଗ୍ରୀକୁ ଜି.ଆଇ ମାନ୍ୟତା ଦେଇ ଏମଏସ୍‌ଏମଇ ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲା ଶିଳ୍ପକେନ୍ଦ୍ର ଜି.ଏମ୍‌ଙ୍କୁ ଓ ପରେ ଜିଲ୍ଳାପାଳଙ୍କୁ ଗତ ୧୦.୧୨.୨୪ତାରିଖରେ ପତ୍ର ଲେଖିଥିଲେ । ପରେ ଜିଲ୍ଲାପାଳ ଗତ ୨୬.୧୨.୨୪ତାରିଖରେ ଏମଏସଏମଇ ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ପାଳୁଅ ଲଡୁକୁ ଭୌଗଳିକ ମାନ୍ୟତା ଦେବା ନେଇ ପତ୍ର ଲେଖିଥିଲେ । ପରେ ଏହି ବୈଠକକୁ ଜିଆଇ ମାନ୍ୟତା ପରାମର୍ଶଦାତା ଶ୍ରୀ ପାଢୀଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ, ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର ସୂର୍ଯ୍ୟକାନ୍ତ ବେହେରା, ଜିଲ୍ଲା ଶିଳ୍ପ ବିକାଶ ଅଧିକାରୀ ଶଶୀଶେଖର ବେହେରାଙ୍କ ସହ ପାଳୁଅ ଲଡୁ ପ୍ରସ୍ତୁତକାରୀ-ସୂର୍ଯ୍ୟନାରାୟଣ ସାହୁ, ଭରତ ସାହୁ, ଜଗଦୀଶ ଗୁପ୍ତା, ଅଂଜନ ସାହୁ, ମାନସ ଲେଙ୍କା, ପାଣ୍ଡବ ସାହୁ, ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ନିଷ୍ପତି ଅନୁଯାୟୀ, ଜିଆଇ ମାନ୍ୟତା ଲାଗି ସର୍ବପ୍ରଥମେ ପାଳୁଅ ଲଡୁ ପ୍ରସ୍ତୁତକାରୀଙ୍କୁ ନେଇ ଭଦ୍ରକ ପାଳୁଅ ଲଡୁ ବ୍ୟବସାୟୀ ମହାସଂଘ ନାମକ ଏକ ସଂଘ ଗଠନ କରି ଏହାକୁ ପଂଜିକୃତ କରିବାକୁ ପଡିବ । ପରେ ସଠିକ୍ ଢଙ୍ଗରେ ସଠିକ ସ୍ୱାଦରେ ପାଳୁଅ ଲଡୁ ପ୍ରସ୍ତୁତ କରି ମାର୍କେଟକୁ ଛାଡିବାକୁ ହେବ ବୋଲି ନିଷ୍ପତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.