Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନର ସମୀକ୍ଷା ବୈଠକ

ଭଦ୍ରକ ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନର ସମୀକ୍ଷା ବୈଠକ

6

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ୯ ଗୋଟି ଶିଶୁଯତ୍ନ ଅନୁଷ୍ଠାନ ଯଥାକ୍ରମେ ଗାନ୍ଧି ଓଡ଼ିଶା ବାଳାଶ୍ରମ, ଉତ୍କଳମଣି ଦରିଦ୍ର ନାରାୟଣ ସେବା ମନ୍ଦିର, ଯୁଗିଋଷି ଲଚ୍ଛମନ୍ଦାସ ଶିଶୁ ଆଶ୍ରମ, ମହାପୁରୁଷ ଆଶ୍ରମ, ଶାନ୍ତି ଆଶ୍ରମ, ଆସୀୟାନା ଓପୋନ ସେଲ୍ଟର ହୋମ୍‌, ମାନବସେବା କନ୍ୟା ଆଶ୍ରମ, ବାତ୍ସଲ୍ୟ ଓ ଫେଲୋସିପ୍ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଅଧ୍ୟକ୍ଷତା କରିଥିଲେ। ଏଥିସହିତ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ଡକ୍ଟର ଦେବରାଜ ପାଣିଗ୍ରାହୀ ଯୋଗଦାନ କରିଥିଲେ। ଅନ୍ୟ ଅଧିକାରୀଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ସାଲୁ କୁମାର ଟୁଡୁ, ଡି.ଏସ୍‌.ପି. ଆଇ.ୟୁ.ସି.ଏ.ଡବ୍ଲ୍ୟୁ. ବିଶ୍ୱପତି ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ନାୟକ, ଶିଶୁମଙ୍ଗଳ ସମିତିର ସଦସ୍ୟ ଅମର କୁମାର ବାରିକ ଓ ସଦସ୍ୟା ମୌସୁମି ମାଇତି ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଶିଶୁଯତ୍ନ ଅନୁଷ୍ଠାନର କାର୍ଯ୍ୟଧାରା ଉପରେ ଯଥା ଉଭୟ ପିତାମାତା ଥିବା ଶିଶୁମାନଙ୍କର ଗୃହ ପ୍ରତ୍ୟାବର୍ତନ, ଆଧାରକାର୍ଡ଼, ଜାତିଗତ ପ୍ରମାଣପତ୍ର, ସେବାମାନଦଣ୍ଡ ଉପରେ ଜିଲ୍ଲାପାଳ ସମୀକ୍ଷା କରି ନିର୍ଦ୍ଧାରିତ ସମୟ ଭିତରେ କାର୍ଯ୍ୟ କରିବା ପାଇଁ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱନାରାୟଣ ପଣ୍ଡା ସମୀକ୍ଷାରେ ଭାଗନେଇ କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କର ସମ୍ପାଦକ, ଅଧ୍ୟକ୍ଷ ଓ ଅନ୍ୟାନ୍ୟ କର୍ମକର୍ତା ସମୀକ୍ଷା ବୈଠକରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍‌ର ଧୀରଜ କୁମାର ବାରିକ, ମହେଶ ଚନ୍ଦ୍ର ଦାସ ଓ ଅନ୍ୟାନ୍ୟ କର୍ମକର୍ତା ସହଯୋଗ କରିଥିଲେ। ଶେଷରେ ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭାଟିକୁ ସମାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.