Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିଫ୍ଟରେ ଚାପି ହୋଇ ଚାଲିଗଲା ମିନତୀଙ୍କ ଜୀବନ, ସରକାରୀ ସହାୟତା...

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିଫ୍ଟରେ ଚାପି ହୋଇ ଚାଲିଗଲା ମିନତୀଙ୍କ ଜୀବନ, ସରକାରୀ ସହାୟତା ୮ ଲକ୍ଷ ଘୋଷଣା

6

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳ ଆଠଟା ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏକ ଅଭାବନୀୟ ଘଟଣା। ଲିଫ୍ଟରେ ଚାପି ହୋଇ ଜଣେ ମହିଳା ରୋଗୀଣିଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ରୋଗୀଙ୍କ ନାମ ମୀନତି ପରିଡ଼ା(୫୫) ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ଜିଲ୍କା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତେଜନା ଦେଖାଦେଇଛି।ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଗ୍ରାମାଂଚଳ ଥାନା ଅଧିନସ୍ଥ ରାନ୍ଦିଆ ପଂଚାୟତର ନରସିଂହପୁର ଗ୍ରାମନୀବାସୀ ମୀନତି ପରିଡ଼ା (୫୫) ହଠାତ୍ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଫଳରେ ପରିବାର ଲୋକେ ତାଂକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ।ଏହାପରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ମେଡିସିନ ୱାର୍ଡକୁ ନିଆଯାଉଥିବାବେଳେ ଲିଫ୍ଟଟି ହଠାତ୍ ଉପରକୁ ଉଠିଯାଇଥିଲା। ଫଳରେ ମୀନତିଙ୍କର ଲିଫ୍ଟରେ ଚାପି ହୋଇ ମୃତ୍ୟୁ ହୋଇଥିଲା।ଡାକ୍ତରଖାନା କର୍ତୃପକ୍ଷଙ୍କ ଅବହେଳାଜନିତ କାର୍ଯ୍ୟ ପାଇଁ ଏଭଳି ଅଘଟଣ ମନୁଷ୍ୟା କୃତ୍ୟ ବୋଲି ଜଣାପଡିଛି। କାହିଁକିନା ଏହି ଏକମାତ୍ର ଲିଫ୍ଟଟି ବାହୁ ସମୟରେ ଖରାପ ହୋଇଥାଏ।ଏ ବିଷୟରେ ବିଭିନ୍ନ ଗଣ ମାଧ୍ୟମରେ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଧର୍ମକୁ ଆଖିଠାର ଭଳି ମରାମତି ହୋଇ ଥିଲା।ଯେଉଁଥି ପାଇଁ ଆଜି ଏଭଳି ଅଘଟଣ ଘଟିଲା ବୋଲି ବୁଦ୍ଧିଜିବୀ ମହଲରେ ଅଭିଯୋଗ ହୋଇଛି। ସହରାଂଚଳ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ସରଜମିନ ତଦନ୍ତ କରୁଛି। ତେବେ ଏହି ଘଟଣାରେ ଭଦ୍ରକର ପୂର୍ବତନ ତଥା ବର୍ତମାନର ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଜିଲା ପ୍ରଶାସନ ଓ ବିଜେପି ସରକାରରେ ଥିବା ସ୍ଥାନୀୟ ନେତା ଓ ମନ୍ତ୍ରୀଙ୍କୁ ଆକ୍ଷେପ କରି ସେ ବିଧାୟକ ଥିବା ସମୟରେ ଯେଉଁ ୨ ଶହ କୋଟି ଟଙ୍କା ଅନୁଦାନରେ ଗେଲପୁର ଠାରେ ଜିଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ସରିଛି, ସେଠାକୁ ବର୍ତମାନର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ନହେବା ଦୁଃଖର ବିଷୟ ବୋଲି କହିଛନ୍ତି। ୬ ମାସ ତଳୁ ଏହି ନୂତନ ଡାକ୍ତରଖାନାଟିର ରଂଗ ଦଳୀୟ ଭିତିରେ ଗେରୁଆ ହୋଇସାରିଥିଲେ ମଧ୍ୟ ପ୍ରଶାସନ ଫାୟାର ଲାଇସେନ୍ସ ନଥିବା ଆଳରେ ତାହା ସ୍ଥାନାନ୍ତର ହୋଇନାହିଁ ବୋଲି ସଫେଇ ଦେବା କ୍ଷୋଭର ବିଷୟ ବୋଲି ସେ କହିଛନ୍ତି। ଖବର ପାଇ ଜିଲାପାଳ ଦିଲ୍ଲୀପ ରାଉତରାୟ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ଏଭଳି ଅଭାବନୀୟ ଘଟଣାରେ ଜଡିତ ବ୍ୟକ୍ତିଙ୍କ ପ୍ରତି ନିଶ୍ଚିତ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବା ସହ ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସରକାରୀ ସହାୟତା ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.