Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଅଷ୍ଟମ ଅଧିବେଶନ

ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଅଷ୍ଟମ ଅଧିବେଶନ

15

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମ୍ମିଳନୀ କକ୍ଷ ‘ନିତ୍ୟାନନ୍ଦ ଭବନ’ କୁଆଁସ ଠାରେ ସଂଘର ଏବର୍ଷର ଅଷ୍ଟମ ଅଧିବେଶନ କାର୍ଯ୍ୟକାରୀ ସଭାପତି ଉଦୟନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମଂଚାସୀନ ଥିଲେ ପରିଷଦର ସଭାପତି ଗୋଲକ ବିହାରୀ ସାହୁ, ଉପସଭାପତି ହରମୋହନ କୁଅଁର, ଯୁଗ୍ମ ସଂପାଦକ କରୁଣାକର ଉପାଧ୍ୟାୟ ଓ ହିସାବ ସମୀକ୍ଷକ ମୁକ୍ତିକାନ୍ତ ମହାପାତ୍ର । ସଂଘର ପୂର୍ବ ମାସର ବିବରଣୀ ପାଠ କରିଥିଲେ କରୁଣାକର ଉପାଧ୍ୟାୟ ଓ ଏହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏହାପରେ ଅନ୍ୟତମ ହିସାବ ସମୀକ୍ଷକ ଲକ୍ଷ୍ମଣ କୁମାର ମହାନ୍ତି ଆଗାମୀ ବାର୍ଷିକ ଉତ୍ସବରେ ହେବାକୁ ଥିବା ୮୦ବର୍ଷୀୟ ସମ୍ବଦ୍ଧିତ ବ୍ୟକ୍ତିଙ୍କ ନାମ ପାଠ କରିଥିଲେ ଓ ଯଦି କେହି ବ୍ୟକ୍ତି ଏଥିରୁ ବାଦ୍ ପଡ଼ିଥିବେ ସେମାନଙ୍କ ନାମ ପ୍ରସ୍ତାବ ଦେବା ପାଇଁ ଗୃହକୁ ଅନୁରୋଧ କରିଥିଲେ । ଏଥିପାଇଁ ଏକ ସବ୍ କମିଟି ଗଠନ କରିଥିଲେ ସଭାପତି ଉଦୟନାଥ ମହାନ୍ତି । ଏହି କମିଟିରେ ଲକ୍ଷ୍ମଣ କୁମାର ମହାନ୍ତି, ଚନ୍ଦ୍ର ମୋହନ ମହାନ୍ତି ଓ ମୁକ୍ତିକାନ୍ତ ମହାପାତ୍ର ସଦସ୍ୟଭାବେ କାର୍ଯ୍ୟ କରିବେ । ଉକ୍ତ ସମ୍ବର୍ଦ୍ଧିତ ହେବାର ବୟସକୁ ୮୦ବର୍ଷରୁ ୭୫ବର୍ଷକୁ କମାଇ ଆଣିବା ପାଇଁ ସଂଗଠନ ସଂପାଦକ ବାଦଲ କିଶୋର ମହାପାତ୍ର, ରମେଶ ଚନ୍ଦ୍ର ଦାଶ ଓ ଅନାଦି ଚରଣ ଦାସ ପ୍ରମୁଖ ସଦସ୍ୟମାନେ ପ୍ରସ୍ତାବ ରଖିଥିଲେ । କିନ୍ତୁ ଏହା ମାସିକ ବୈଠକରେ ସ୍ଥିର କରାଯାଇପାରିବ ନାହିଁ ବୋଲି ସଭାପତି ଓ ଉପସଭାପତି ଗୃହକୁ ଜଣାଇଥିଲେ ଓ ଏହା ଆଗାମୀ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା କରାଯାଇ ସ୍ଥିର କରାଯିବ ବୋଲି କହିଥିଲେ । ଏହାପରେ “ଜନା ସ୍ମଲ୍ ଫାଇନାସ୍ ବ୍ୟାଙ୍କ” ଭଦ୍ରକ ଶାଖାର କର୍ମକର୍ତାମାନେ ଉପସ୍ଥିତ ହୋଇ ବରିଷ୍ଠମାନଙ୍କ ପାଇଁ କଣ ସୁବିଧାମାନ ଅଛି ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ । ଏହାପରେ ବୈକୁଣ୍ଠନାଥ ଓଝା, ଅବସରପ୍ରାପ୍ତ ଶିକ୍ଷକ ନୂତନଭାବେ ଆଜୀବନ ସଦସ୍ୟତା ଗ୍ରହଣ କଲେ ଓ ସଂଘ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ବିନୟ କୁମାର ପଣ୍ଡା, ରବୀନ୍ଦ୍ର କୁମାର ନାୟକ, ପ୍ରତାପ ଚନ୍ଦ୍ର ଦଳାଇ, ହରେକୃଷ୍ଣ ସାହୁ, ବୀରନାରାୟଣ ଦାସ, ରମାକାନ୍ତ ନାୟକ, ଜଗବନ୍ଧୁ ରାମ, କୈଳାସ ଚନ୍ଦ୍ର ପଣ୍ଡା, ନିରଞ୍ଜନ ବିଶ୍ୱାଳ, ଆଦିତ୍ୟ କୁମାର ଗୋସ୍ୱାମୀ, ଆଦିତ୍ୟ କୁମାର ନାୟକ, ବିକାଶ ଚନ୍ଦ୍ର ମହାନ୍ତି, ଶାନ୍ତିଲତା ବାରିକ୍‌, ଦୀନବନ୍ଧୁ ନାୟକ, ଗୟାଧର ପଣ୍ଡା ପ୍ରମୁଖ ବହୁ ସଦସ୍ୟ/ସଦସ୍ୟା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ‘ଜନା ବ୍ୟାଙ୍କ’ ତରଫରୁ ପ୍ରସାଦର ବ୍ୟବସ୍ଥା କରାଯାଇଥିବାରୁ ସଦସ୍ୟ ନିତ୍ୟାନନ୍ଦ ମିଶ୍ର ବ୍ୟାଙ୍କ କର୍ମକର୍ତାଙ୍କୁ ଧନ୍ୟବାଦ ଦେବା ସଂଗେ ସଂଗେ ସଂଘର ସଭାପତି, ଅନ୍ୟକର୍ମକତା ତଥା ସଦସ୍ୟ/ସଦସ୍ୟାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.