Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ ପାଳିତ, ୫୪୧ ଜଣଙ୍କୁ ରାସନ୍ କାର୍ଡ ବଂଟନ

ଭଦ୍ରକ ଜିଲ୍ଲାସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ ପାଳିତ, ୫୪୧ ଜଣଙ୍କୁ ରାସନ୍ କାର୍ଡ ବଂଟନ

9

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ ଅଗ୍ରସେନ ଭବନ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ପଂଚାୟତରାଜ, ପାନୀୟ ଜଳ ବିଭାଗ ପକ୍ଷରୁ ଜାତୀୟ ପଂଚାୟତରାଜ ଦିବସରେ ପ୍ରଥମଥର ପାଇଁ ନୂତନ ହିତାଧିକାରୀଙ୍କୁ ରାସନ୍ କାର୍ଡ ବଂଟନ କରାଯାଇଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ରାସନ୍ କାର୍ଡ ବଂଟନର ଶୁଭାରମ୍ଭ କରିବା ପରେ ଆଜି ଭଦ୍ରକ ବିଧାୟକ ସିତାଂଶୁ ସେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲୀପ ରାଉତରାଏ ଜିଲାର ୭ଟି ବ୍ଲକ୍ ଓ ୪ଟି ପୌରାଂଚଳରେ ପ୍ରଥମ ପର୍ଯ୍ୟାୟରେ ୫୪୧ ଜଣ ହିତାଧିକାରୀଙ୍କ ରାସନକାର୍ଡ ବଂଟନ କରିଛନ୍ତି। ଏହାବ୍ୟତୀତ ଧାମନଗର, ବନ୍ତ, ଭଦ୍ରକ, ଭଣ୍ଡାରିପୋଖରୀ, ବାସୁଦେବପୁର, ତିହିଡି ଓ ଚାନ୍ଦବାଲି ୭ଟି ବ୍ଲକ୍‌ର ଶ୍ରେଷ୍ଠ ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀ (ପି.ଓ.) ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଯୋଜନାରେ ଉପକୃତ ହିତାଧିକାରୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିଧାୟକ ଓ ଜିଲାପାଳଙ୍କ ଜରିଆରେ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଭଦ୍ରକ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମଲ୍ଲିକ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ସାମଲ, ଜିଲା ପରିଷଦ ସଦସ୍ୟ ମଳୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.