Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାର ସପ୍ତମ ଓଡିଶା ଏନସିସି ବାଟାଲିୟନ ତାଲିମ୍ ଶିବିର ଉଦଯାପିତ

ଭଦ୍ରକ ଜିଲ୍ଲାର ସପ୍ତମ ଓଡିଶା ଏନସିସି ବାଟାଲିୟନ ତାଲିମ୍ ଶିବିର ଉଦଯାପିତ

16

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଦହ ପାଣିଆ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଭଦ୍ରକ ଜିଲ୍ଲାର ସପ୍ତମ ଓଡିଶା ଏନସିସି ବାଟାଲିୟନ ତାଲିମ୍ ଶିବିର ଉଦଯାପିତ ହୋଇ ଯାଇଛି। ଏହି ଉଦ୍‌ଯାପିତ ସଭାରେ କ୍ୟାମ୍ପ କମାଣ୍ଡାଂଟ ଲେପଟାଂଟ କର୍ଣ୍ଣେଲ ଏସଏସ ରଘୁବଂଶୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାଏ ଯୋଗ ଦେଇ ଏନସିସି ଅର୍ଗନାଇଜେସନ ଓ ଏନସିସି କେଡେଟ୍ ମାନଙ୍କର ଦେଶ ଗଠନରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତାହା ସୂଚାଇଥିଲେ। ଏହି ସଭାରେ ସମ୍ମାନିତ ଅତିଥିଭାବେ ଦହ ପାଣିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନତ କୁମାର ବେହେରା, ଏନସିସି ଅଫିସର,ଲେଫ୍ଟ ନାଂଟ ଡ. ଉଦୟ ରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିବା ଲେଫ୍ଟ ନାଂଟ ଡକ୍କଟର ପ୍ରବୀର କୁମାର ମହାପାତ୍ର ତାଲିମ ଶିବିର ର ସମ୍ପର୍କିତ ସମ୍ପୂର୍ଣ ବିବରଣୀ ପାଠକରି ଥିଲେ। ଲେଫ୍ଟଟାଂଟ ଡ. ପ୍ରଭାତ ରଂଜନ ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ତାଲିମ୍ ଶିବିରରେ ଏନସିସି ଅଫିସ୍‌ର ବିପଦ ଭଂଜନ ପଣ୍ଡା, ଶରତ ଚନ୍ଦ୍ର ଜେନା, ପ୍ରିୟରଂଜନ ବେହେରା, ଶମ୍ଭୁନାଥ ସେଠୀ, ରମେଶ କୁମାର ନାଥ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.