Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ଟେଣ୍ଟ-ସାଉଣ୍ଡ-ଲାଇଟ୍ ଆସୋସିଏସନ୍‌ର କୋଭିଡ୍ ପରିପ୍ରେକ୍ଷୀରେ ସରକାରଙ୍କୁ ଦାବି

ଭଦ୍ରକ ଜିଲା ଟେଣ୍ଟ-ସାଉଣ୍ଡ-ଲାଇଟ୍ ଆସୋସିଏସନ୍‌ର କୋଭିଡ୍ ପରିପ୍ରେକ୍ଷୀରେ ସରକାରଙ୍କୁ ଦାବି

125

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ୍‌-୧୯ ଜନିତ କଟକଣା ମଧ୍ୟରେ ସମସ୍ତ ସାମାଜିକ କାର୍ଯ୍ୟ, ସଭା ସମିତି ପ୍ରଭୃତି କାର୍ଯ୍ୟ ପ୍ରାୟତଃ ବନ୍ଦ ହୋଇଯିବା ଫଳରେ ଏହି ସବୁକାର୍ଯ୍ୟରେ ସେବା ଯୋଗାଇ ଆସୁଥିବା, ଟେଣ୍ଟ-ସାଉଣ୍ଡ ଓ ଲାଇଟ୍ ଯୋଗାଣ ସଂସ୍ଥା ପରି କ୍ଷୁଦ୍ର ବ୍ୟବସାୟୀମାନେ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବା ସହିତ ସେମାନଙ୍କ ପରିବାର ପ୍ରତିପୋଷଣ କ୍ଷେତ୍ରରେ ନକାରାତ୍ମକ ଅବସ୍ଥା ସୃଷ୍ଟି ହୋଇଥିବାରୁ ଜିଲାପାଳଙ୍କ ଜରିଆରେ ଭଦ୍ରକ ଜିଲା ଟେଣ୍ଟ-ସାଉଣ୍ଡ-ମାଇକ୍ ଆସୋସିଏସନ୍‌ର ସଂପାଦକ ଶ୍ୟାମସୁନ୍ଦର ଜେନା ୪ ଦଫା ସମିଳିତ ଦାବିପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏହି ବ୍ୟବସାୟ ପାଇଁ ସେମାନେ ଆଣିଥିବା ଋଣର ୪ ମାସ ପର୍ଯ୍ୟନ୍ତ ସୁଧ ଛାଡ କରାଯାଉ, ସେମାନଙ୍କୁ କୋଭିଡ୍ ଜନିତ ପରିପ୍ରେକ୍ଷୀରେ ବିନା ପରିଶୋଧର ସର୍ଭରେ ସହାୟତା ରାଶି ଯୋଗାଇ ଦିଆଯାଉ, କୌଣସି ସାମାଜିକ କର୍ମୀ-କର୍ମାଦି, ସଭାସମିତିରେ ଏକାଧିକ ୫୦ ଜାଗାରେ ୧୫୦ ବ୍ୟକ୍ତି ସାମାଜିକ ଦୂରତା ରକ୍ଷା ସହିତ ମାକ୍ସ ପିନ୍ଧି ରହିବାକୁ ନିର୍ଦ୍ଦେଶ ଦିଆଯାଉ, କୋଭିଡ୍‌-୧୯ କାରଣରୁ ଦୀର୍ଘଦିନ ବ୍ୟବହାର ନହୋଇଯାଇ ଥିବାରୁ ସେଥିପାଇଁ ସରକାରଙ୍କ ତରଫରୁ ପୁନଶ୍ଚ ସେ ସବୁ ଯୋଗାଡ କରିବା ପାଇଁ ସହାୟତା ଯୋଗାଇ ଦିଆଯାଉ । ଜିଲାପାଳଙ୍କ ମାଧ୍ୟମରେ ଏହାର ଏକକିତା ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ଓ ଅଲ୍ ଓଡିଶା ଟେଣ୍ଡ ସାଉଣ୍ଡ ଓ ଲାଇଟ୍ ଆସୋସିଏସନ୍‌ର ସଂପାଦକଙ୍କ ପାଖକୁ ପଠାଇଥିବାର ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.