ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସଇ) ଯୁକ୍ତ ଦୁଇ କଳା ପରୀକ୍ଷା ଫଳରେ ଭଦ୍ରକ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟର କଳାରେ ୯୫ ପ୍ରତିଶତ, ବାଣିଜ୍ୟରେ ୯୯ ପ୍ରତିଶତ ଓ ବିଜ୍ଞାନରେ ୯୭ ପ୍ରତିଶତ ରହିଛି। ଏହି କନିଷ୍ଠ ମହାବିଦ୍ୟାଳୟରେ କଳାରେ ୫୧୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୨୯୩ ଜଣ ଫ୍ଲାଷ୍ଟ ଡିଭିଜନରେ ଉତୀର୍ଣ୍ଣ ହୋଇଥିବାବେଳେ ୮୧ ଜଣ ସେକେଣ୍ଡ ଡିଭିଜନ ଓ ୧୦୬ ଜଣ ଥାର୍ଡ ଡିଭିଜନରେ ଉତୀର୍ଣ୍ଣ ହୋଇଛନ୍ତି। ଏଥିମଧ୍ୟରୁ ୫ ଜଣ ଅନୁପସ୍ଥିତ ଥିବାବେଳେ କମ୍ପାଟମେଂଟାଲର ଜଣେ ରହିଥିବାବେଳେ ୨୪ ଜଣ ଫେଲ୍ ହୋଇଛନ୍ତି। ଯାହାର ପାସ୍ ହାର ୯୫ ପ୍ରତିଶତ ରହିଛି। କଳାରେ ସ୍ନେହଲତା ପଣ୍ଡା ୬୦୦ ରୁ ୫୪୫ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେହିପରି ବାଣିଜ୍ୟରେ ୨୫୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୬୦ ଜଣ ଫ୍ଲାଷ୍ଟ ଡିଭିଜନରେ ଉତୀର୍ଣ୍ଣ ହୋଇଥିବାବେଳେ ୫୬ ଜଣ ସେକେଣ୍ଡ ଡିଭିଜନ ଓ ୩୬ ଜଣ ଥାର୍ଡ ଡିଭିଜନରେ ଉତୀର୍ଣ୍ଣ ହୋଇଛନ୍ତି। ଏଥିମଧ୍ୟରୁ କମ୍ପାଟମେଂଟାଲର ଜଣେ ରହିଥିବାବେଳେ ୪ ଜଣ ଫେଲ୍ ହୋଇଛନ୍ତି। ଯାହାର ପାସ୍ ହାର ୯୯ ପ୍ରତିଶତ ରହିଛି। ବାଣିଜ୍ୟରେ ସ୍ୱର୍ଣ୍ଣପ୍ରଭା ନାୟକ ୬୦୦ ରୁ ୫୫୪ ନମ୍ବର ରଖି ଟପ୍ପର ହୋଇଛନ୍ତି। ଅନୁରୂପ ବିଜ୍ଞାନରେ ୫୧୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୪୪୭ ଜଣ ଫ୍ଲାଷ୍ଟ ଡିଭିଜନରେ ଉତୀର୍ଣ୍ଣ ହୋଇଥିବାବେଳେ ୪୩ ଜଣ ସେକେଣ୍ଡ ଡିଭିଜନ ଓ ୮ ଜଣ ଥାର୍ଡ ଡିଭିଜନରେ ଉତୀର୍ଣ୍ଣ ହୋଇଛନ୍ତି। ଏଥିମଧ୍ୟରୁ କମ୍ପାଟମେଂଟାଲର ଜଣେ ରହିଥିବାବେଳେ ୧୬ ଜଣ ଫେଲ୍ ହୋଇଛନ୍ତି। ଯାହାର ପାସ୍ ହାର ୯୭ ପ୍ରତିଶତ ରହିଛି। ବିଜ୍ଞାନରେ ରତିକାନ୍ତ ନାୟକ ୬୦୦ ରୁ ୫୬୨ ନମ୍ବର ରଖି ଟପ୍ପର ହୋଇଛନ୍ତି। ଏହି ପରୀକ୍ଷାଫଳ ପ୍ରକାଶନ ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦୁର୍ଗାଚରଣ ଦାସ, ପରୀକ୍ଷା ନିୟନ୍ତ୍ରକ ମୃତ୍ୟୁଂଜୟ ଦାସ,ସହ ପରୀକ୍ଷା ନିୟନ୍ତ୍ରକ ଡ. ଅଜିତ କୁମାର ଦାସ ଓ ଡ. ପ୍ରତାପ ଚନ୍ଦ୍ର ସାହୁ, ରସାୟନ ବିଭାଗ ମୁଖ୍ୟ ଡ. ପଦ୍ମନାଭ ପତ୍ରି, ଇଂରାଜୀ ବିଭାଗ ମୁଖ୍ୟ ଡ. ସନ୍ତୋଷ କୁମାର ସେଠୀ, ପଦାର୍ଥ ବିଜ୍ଞାନର ମୁଖ୍ୟ ଡ. କମଳାକାନ୍ତ ଜେନା, ଅର୍ଥନୀତି ବିଭାଗର ଅଜୟ କୁମାର ସେଠୀ, ରସାୟନ ବିଭାଗ ଅଧ୍ୟାପକ ଡ. ଲକ୍ଷ୍ମୀକାନ୍ତ ନାୟକ, ଡ. ନାରାୟଣ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ଭଦ୍ରକ କନିଷ୍ଠ ମହାବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷାଫଳ, କଳାରେ ସ୍ନେହଲତା ପଣ୍ଡା, ବାଣିଜ୍ୟରେ ସ୍ୱର୍ଣ୍ଣପ୍ରଭା ନାୟକ...