ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରସିଦ୍ଧ ଶୈବପୀଠ ଭଦ୍ରକ ଜିଲ୍ଲାର ର ଆରଡ଼ି ର ବାବା ଆଖଣ୍ଡଳମଣୀ ଙ୍କ ଜାଗର ଯାତ୍ରା ଆଉ ମାତ୍ର କିଛିଦିନ ରହିଲା। ଏ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବେବସ୍ତା ସରିଛି ମାତ୍ର ମନ୍ଦିର କୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ଏବେ ବିପର୍ଯ୍ୟସ୍ତ୍ ହୋଇ ପଡ଼ିଛି ।ସେଥିମଧ୍ୟରୁ ଭଦ୍ରକ – ଆରଡ଼ି ରାସ୍ତା ଅନ୍ୟତମ। ଦିର୍ଘଦିନ ହେବ ରାସ୍ତା ନିର୍ମାଣ ଓ ମରାମତି ଚାଲି ଥିଲେ ମଧ୍ୟ ଏ ଯାଏ କାର୍ଯ୍ୟ ସରୁନି। ଉକ୍ତ ରାସ୍ତା ର। ପାଳସାହି ପଂଚାୟତର ତେଲିପାଟଣା ଛକ ନିକଟରେ ଏକ ପୋଲର ଦକ୍ଷିଣ ପାର୍ଶ୍ୱରେ ବିରାଟ ଗର୍ତ ସୃଷ୍ଟି ହୋଇଛି । ଏଠାରେ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ଦୈନନ୍ଦିନ ଉକ୍ତ ରାସ୍ତା ଦେଇ ଶହଶହ ଗାଡି ଯାତାୟତ କରୁଛି । ଏଥି ସହିତ ମହା ଶିବରାତ୍ରି ପୂର୍ବରୁ ଜିଲା ପ୍ରଶାସନିକ ଅଧିକାରୀ, ପୂର୍ତ ବିଭାଗ ଅଧିକାରୀ, ମନ୍ତ୍ରୀ, ରାଜନେତା ଆରଡି ପୀଠକୁ ଯାତାୟତ କରୁଥିଲେ ବି ଏହି ଗର୍ତ ଉପରେ କିପରି ସେମାନଙ୍କ ନଜର କିପରି ପଡୁନି ସାଧାରଣରେ ଏହା ଆଶ୍ଚର୍ଯ୍ୟ ପ୍ରକଟ କରିଛି । ଏତଦ ବ୍ୟତିତ ସ୍ଥାନୀୟ ଅଂଚଳରେ ଶହଶହ ମାଲବାହୀ ଗାଡି, ଟ୍ରାକ୍ଟର, ଅଟୋରିକ୍ସା, ବାଇକ ମଧ୍ୟ ଯା ଆସ କରୁଛି । ଗୃହପାଳିତ ପଶୁ ମଧ୍ୟ ଏହି ଗର୍ତରେ ପଡି ଜୀବନ ହରାଇବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନପାରେ । ତୁରନ୍ତ ଏହି ସ୍ଥାନରେ ସୂଚନା ଫଳକ ଲଗାଯାଇ ଶିବରାତ୍ରି ପୂର୍ବରୁ ଏହାକୁ ମରାମତି କରିବା ନେଇ ସ୍ଥାନୀୟ ଜନ ସାଧାରଣ ଦାବି କରିଛନ୍ତି । ଏ ସମ୍ପର୍କରେ ପୂର୍ତ ବିଭାଗ ଏସ.ଇ. ଦେବୀ ପ୍ରସାଦ ଘୋଷ ଙ୍କୁ ପଚାରିବାରୁ ଉକ୍ତ ଗର୍ତ ତାଙ୍କ ନଜରକୁ ଆସି ନାହିଁ । ଖୁବ ଶୀଘ୍ର ଏହାର ମରାମତି କରାଯିବ ବୋଲି ସେ କହିଛନ୍ତି । ସୁଚନା ଥାଉକି ଶିବରାତ୍ରି ପାଇଁ ଉକ୍ତ ରାସ୍ତା ଟି ଚଳ ଚଂଚଳ ଥିବା ବେଳେ ଉକ୍ତ ରାସ୍ତା ଅବସ୍ଥା ରେ ସାଧାରଣ ରେ ଅସନ୍ତୋଷ ଦେଖାଦେଇଛି।
Home ଜିଲ୍ଲା ପରିକ୍ରମା ଭଦ୍ରକ-ଆରଡ଼ି ରାସ୍ତାର ବିଭିନ୍ନ ସ୍ଥାନ ରେ ଗର୍ତ, ସରୁନି ରାସ୍ତା କାମ, ଶିବରାତ୍ରି ପୂର୍ବରୁ ମରାମତି...