Home ଜିଲ୍ଲା ପରିକ୍ରମା ଭଦ୍ରକ-ଆଖଣ୍ଡଳମଣି ରାସ୍ତାରେ ଫାଟ

ଭଦ୍ରକ-ଆଖଣ୍ଡଳମଣି ରାସ୍ତାରେ ଫାଟ

85

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା ଯୋଗୁଁ ଧାମନଗର ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବିଭିନ୍ନ ରାସ୍ତା ମଧ୍ୟ ନଷ୍ଟ ହୋଇଛି । ଧାମନଗର-ଫଳପୁର, ବୟାଙ୍ଗଡିହ-କୋଠାର, ଗୁଡୁପୋଖରୀ-ଆମ୍ବିଳିଗାଁ, ହସନାବାଦ-ଧୁଷୁରୀ, ଭଟ୍ଟସାହି-ମିର୍ଗାହାଟକୂଳ, ଦୋବଲ-ଷେଣ୍ଢପୁର ଆଦି ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବାରୁ ଏହିସବୁ ରାସ୍ତାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଛି । ରାସ୍ତାର ଉଭୟପାଶ୍ୱର୍ ସହିତ ରାସ୍ତାର ମଧ୍ୟଭାଗରୁ ମାଟି, ମେଣ୍ଟଲ ଓ ମହରମ ଧୋଇ ଯାଇଛି । ଏପରିକି ରାସ୍ତାର ମଝିଭାଗ ଖାଲଖମା ହୋଇଥିବାରୁ ଯାତାୟତରେ ବ୍ୟାଘାତ ସୃଷ୍ଟି ହେଉଛି । ସବୁଠାରୁ ଚଳଚଞ୍ଚଳ ରାସ୍ତା ଭଦ୍ରକ-ଆଖଣ୍ଡଳମଣି ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇପଡିଛି । ରାସ୍ତାର ବିଭିନ୍ନ ସ୍ଥାନରୁ ପିଚ ଓ କଂକ୍ରିଟ ଉଠି ଯାଇଛି । ଧୁଷୁରୀ ନିକଟସ୍ଥ ପାୟାସାହି ଠାରେ ବନ୍ୟାଜଳ ଏହି ରାସ୍ତା ଉପରେ ପ୍ରବାହିତ ହେବାରୁ ରାସ୍ତାର ସାଇଟ ୱାଲ ଭାଙ୍ଗିଯିବା ସହିତ ପଥର ମଧ୍ୟ ଭସାଇ ନେଇଛି । ଯାହାଫଳରେ ରାସ୍ତାର ମଧ୍ୟ ଭାଗ କଂକ୍ରିଟ ସଂପ୍ରସାରଣ ହୋଇ ବଡବଡ ଫାଟ ସୃଷ୍ଟି ହୋଇଛି । ଏହି ସ୍ଥାନଟି ପୂର୍ବରୁ ଅନେକ ସମୟରେ ଦୁର୍ଘଟଣା ପ୍ରବଣ ଚିହ୍ନଟ ହୋଇଥିବା ବେଳେ ଏବେ ରାସ୍ତାର ମଧ୍ୟଭାଗରୁ ପ୍ରାୟ ୨ଶହ ମିଟର ଫାଟ ଯୋଗୁଁ ଦୁର୍ଘଟଣା ଅଧିକ ଆଂଶକା ଦେଖାଦେଇଛି । ମଧ୍ୟ ଭାଗରେ ଫାଟ ଯୋଗୁଁ କୌଣସି ବାଇକ କିମ୍ବା ସାଇକେଲ ଚକ ପଶି ଗଲେ ନିଶ୍ଚିତ ଭାବେ ଦୁର୍ଘଟଣାର ସମ୍ମୁଖୀନ ହେବ । ବନ୍ୟା ଛାଡିବା ପରେ ଏହି ସ୍ଥାନରେ ଅନେକ ବାଇକ ଓ ସାଇକେଲ ଆରୋହୀ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହେଲେଣି । ଆଜି ପର୍ଯ୍ୟନ୍ତ ଏହି ଚଳଚଞ୍ଚଳ ରାସ୍ତା ମରାମତି ହୋଇନଥିବାରୁ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.