Home ଜିଲ୍ଲା ପରିକ୍ରମା ଭଦ୍ରକର ବିଧାୟକଙ୍କ ସହଯୋଗରେ ଭିଟାମାଟିକୁ ଗଲେ ପ୍ରବାସୀ

ଭଦ୍ରକର ବିଧାୟକଙ୍କ ସହଯୋଗରେ ଭିଟାମାଟିକୁ ଗଲେ ପ୍ରବାସୀ

91

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନା ଯୋଗୁଁ କେବଳ ଯେ ଆମ ରାଜ୍ୟର ବହୁ ଶ୍ରମିକ ଅନ୍ୟ ରାଜ୍ୟରେ ଫସିରହିଥିବାବେଳେ ସରକାରଙ୍କ ସହଯୋଗରେ ନିଜର ଘରକୁ ଫେରିପାରିଛନ୍ତି । ଅନୁରୂପ ଅନ୍ୟ ରାଜ୍ୟର ବହୁ ପ୍ରବାସୀ ଆମ ରାଜ୍ୟରେ ଫସିରହି ନିଜର ଘର ସଂସାର ଠାରୁ ଯେ ଦୂରେଇ ରହିଛନ୍ତି, ତାହା ସମସ୍ତେ ଅବଗତ ଥିଲେ ବି ସେମାନଙ୍କ ପ୍ରତି ସହାୟତାର ହାତ ବଢାଇ ପାରୁନାହାଁନ୍ତି । ମାତ୍ର ଭଦ୍ରକରେ ଉତ୍ତରପ୍ରଦେଶ ଓ ଦିଲ୍ଲୀର ୧୭୦ ଜଣ ପ୍ରବାସୀ ଦୀର୍ଘ ୩ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଭଦ୍ରକରେ ଫସିରହିଥିବାବେଳେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ବଦାନ୍ୟତା ଯୋଗୁଁ ନିଜ ଘରମୁହାଁ ହୋଇଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ୧୭୦ ଜଣ ପ୍ରବାସୀ ୩ ମାସରୁ ଉର୍ଦ୍ଧ୍ୱ ହେବ ଚରମ୍ପା ଓ ବାଳିକା ହାଇସ୍କୁଲରେ ଅସ୍ଥାୟୀ ଭାବେ ରହିଆସୁଥିଲେ । ଧୀରେ ଧୀରେ ସେମାନଙ୍କର ଘରକୁ ଫେରିବା ସ୍ୱପ୍ନ ହୋଇରହିଯାଇଥିଲା । ତେବେ ଭଦ୍ରକର ବିଧାୟକ ସଂଜୀବ ମଲ୍ଳିକଙ୍କ ପ୍ରତ୍ୟେକ୍ଷ ସହାୟତାରେ ଏମାନଙ୍କୁ ଟ୍ରେନ୍ ଟିକେଟ୍ ପ୍ରଦାନ କରାଯିବା ସହ ୨ ଦିନର ଯାତ୍ରା ସମୟରେ ସମସ୍ତଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିଥିଲା ଭଦ୍ରକ ମାରୱାଡି ଯୁବ ମଂଚ । ସମସ୍ତ ପ୍ରବାସୀ ଟ୍ରେନ୍‌ରେ ଯିବା ସମୟରେ ବିଧାୟକ ଶ୍ରୀ ମଲ୍ଲିକଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ନିଜର ଖୁସିବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.