Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଶ୍ୱ କର୍ଦ୍ଦମ ଦିବସ ପାଳିତ

ଭଦ୍ରକରେ ବିଶ୍ୱ କର୍ଦ୍ଦମ ଦିବସ ପାଳିତ

20

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମିଳିତ ଜାତିସଂଘର ଆହ୍ୱାନକ୍ରମେ ମାନବ ସମାଜ ମାଟି ପାଣି ସହ ସଂପୃକ୍ତି ରହିବା ପାଇଁ ବିଗତ ୧୯୭୪ ମସିହାଠାରୁ ଆରମ୍ଭ ହୋଇଥିବା ବିଶ୍ୱ କର୍ଦ୍ଦମ ଦିବସ, ବିଶିଷ୍ଟ ପରିବେଶବିତ୍‌, ସମାଜସେବୀ ତଥା ସୁପ୍ରିମ୍ କୋର୍ଟର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ନେତୃତ୍ୱରେ ୨୦୧୦ ମସିହାଠାରୁ ଜୁନ୍ ମାସ ୧୬ ତାରିଖରେ ଭଦ୍ରକରେ ଅବବାହିତ ସାଳନ୍ଦୀ ନଦୀ କୂଳରେ ପାଳିତ ହୋଇଆସୁଅଛି। ଚଳିତବର୍ଷ ମଧ୍ୟ ଆଜି ପବିତ୍ର ସାଳନ୍ଦୀ ନଦୀ କୂଳରେ ନିରାଡ଼ମ୍ବର ଭାବେ ପାଳିତ ହୋଇଛି। ଏହି ଉପଲକ୍ଷେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପରିବେଶବିତ୍‌ମାନେ ଆସି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମାଟି ଓ ପାଣି ସହ ମଣିଷ ସମାଜର ସଂପୃକ୍ତି ପାଇଁ ମାଟି କାଦୁଅକୁ ସମ୍ମାନ ଜଣାଇ ଦେହରେ ମାଟି କାଦୁଅ ବୋଳି ହୋଇ ସମାଜକୁ ବାର୍ତ୍ତା ପ୍ରଦାନ କରିଛନ୍ତି।

ଏହି ଉତ୍ସବର ଆଭିମୁଖ୍ୟକୁ ଲୋକାଭିମୁଖୀ କରି ମାଟି ମାଆ ସହିତ ନିଜକୁ ସାମିଲ କରିବା ପାଇଁ ଧାମନଗର ବ୍ଲକର କୋରୁଆରୁ କୃଷକ ଭାଗିରଥି ବେହୁରିଆ, ଯୁବ ସମାଜସେବୀ ଦେବେନ୍ଦ୍ର ସେଠୀ, କାଳାକାର ପରିବେଶମିତ୍ କାଳନ୍ଦୀ ମଲ୍ଲିକ, ଅସୁରାଳି ଅଞ୍ଚଳରୁ କୃଷକ ନେତା ସୀତାଂଶୁ ସାମଲ, କୃଷକ କୃଷ୍ଣଚନ୍ଦ୍ର ସାମଲ, ସେବାନିବୃତ ସେନାଧିକାରୀ ଗଗନ ମହାନ୍ତି, କୃଷକ ଦେବେନ୍ଦ୍ର ଲେଙ୍କା, ଭଦ୍ରକ ବ୍ଲକର କଲେଇ ଅଞ୍ଚଳରୁ କୃଷକ ମନୋରଞ୍ଜନ ମଲ୍ଲିକ, ଜୟରାମ ମଳିକ, ଧନେଶ୍ୱର ମଳିକ, ତିହିଡ଼ି ବ୍ଲକର ବିଲଣା, ବିନ୍ଧା ଅଞ୍ଚଳରୁ ସୋମ୍ ଆଶିର୍ବାଦ, ସୀତାକାନ୍ତ ତ୍ରିପାଠୀ, ମିଲନ୍ ଅଭିଷେକ ପଣ୍ଡା, ଗାୟତ୍ରୀ ଦଳାଇ, ଭଦ୍ରକ ସହରାଞ୍ଚଳରୁ ଶିକ୍ଷାବିତ୍ ନିରଞ୍ଜନ ସେଠୀ, ସାମ୍ବାଦିକ ପ୍ରକାଶ ବାରିକ, ସୀତାକାନ୍ତ ପାଢ଼ୀ, ତପନ ପ୍ରଧାନ, ରାକେଶ ଜେନା, ସନ୍ତୋଷ କୁମାର ପ୍ରମୁଖ ଯୋଗଦେଇ ସାଳନ୍ଦୀ ନଦୀପଠାରେ ଦେହରେ ମାଟି-ପାଣି-ପବନର ସମିଶ୍ରଣ ରୂପ କାଦୁଅକୁ ବୋଳି ହୋଇ ମଣିଷକୁ ତଥା ଏ ବିଶ୍ୱବାସୀଙ୍କୁ ମାଟି ମନସ୍କ ରହିବାକୁ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଦିବସକୁ ଦୀର୍ଘ ୧୩ ବର୍ଷ ଧରି ପାଳନ କରିଆସୁଥିବା ଅଧିବକ୍ତା ରାଧାକାନ୍ତ ତ୍ରିପାଠୀ ଦିବସର ଆଭିମୁଖ୍ୟ ପ୍ରଦାନ କରିଥିବାବେଳେ କଳାକାର କାଳନ୍ଦୀ ମଲ୍ଲିକ ଉକ୍ତ ଦିବସର ମହନୀୟ ବାର୍ତ୍ତା ପ୍ରଦାନ କରିଥିଲେ। ଶିକ୍ଷାବିତ୍ ନିରଞ୍ଜନ ସେଠୀ ଏହି ମହନୀୟ ଦିବସ ପାଳନ ପାଇଁ ଅଧିବକ୍ତା ତ୍ରିପାଠୀ ଏବଂ କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇ ବିଜ୍ଞାନ ଭିତ୍ତିକ ଆଧୁନିକ ସମାଜକୁ ମାଟି-ପାଣି-ପବନ ସହ ଶରୀରର ସମ୍ପର୍କ ରହିଲେ ସୁସ୍ଥ ସମାଜ ଗଠନ ହୋଇ ପରିବେଶର ସୁରକ୍ଷା ହୋଇପାରିବ ବୋଲି ସୁଚିନ୍ତିତ ମତାମତ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.