Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିପ୍ଲବୀ ଗଣନାଥ ପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଭଦ୍ରକରେ ବିପ୍ଲବୀ ଗଣନାଥ ପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

113

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓକିଲ ସଂଘର ସଭାଗୃହ ପରିସରରେ ବହୁ ଗଣଆନ୍ଦୋଳନର ସଂଗ୍ରାମୀ ତଥା ବିପ୍ଲବୀ ନେତା ସ୍ୱର୍ଗତ ଗଣନାଥ ପାତ୍ରଙ୍କ ଦେହାନ୍ତରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସିପିଆଇ, ସିପିଆଇଏମ, ସିପିଆଇ(ଏମଏଲ) ଲିବରେସନ୍ ଓ ଭଦ୍ରକ ଓକିଲ ସଂଘର ମିଳିତ ଆନୁକୂଲ୍ୟରେ ଏହି ସ୍କୃତିସଭାରେ ବହୁମାନ୍ୟଗଣ୍ୟ ବ୍ୟକ୍ତିମାନେ ସର୍ବପ୍ରଥମେ ଏହି ବିପ୍ଲବୀନେତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣକରି ପ୍ରିୟକ୍ରାନ୍ତିକାରୀ ମହାନନେତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଉକ୍ତ ସଭାରେ ବରିଷ୍ଠ ଆଇନ୍‌ଜୀବି ନିରାକାର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେନ୍ଦ୍ରପ୍ରତାପ ମହାନ୍ତି, ଦିବ୍ୟସିଂହ ନାୟକ, ସମର ବଳ,ରମେଶ ଜେନା,ନିରଞ୍ଜନ ପାଣି, ରାଧା ଦାସ,ଗିରିଧାରୀ ନାଥ ,ଜୟନ୍ତି ବିଶ୍ୱାଳ ,ପ୍ରଭାସ ମହାପାତ୍ର ,ଆଇନ୍‌ଜୀବି ବିଷ୍ଣୁଚରଣ ପତି, ସଂଜୟ କୁମାର ମହାରଣା, ତୁଷାର ଦାସ, ପରେଶ ରାଉତ,ପରମେଶ୍ୱର ବାରିକ୍‌, ଅଗଣିଚରଣ ଜେନା,ବିଜନ ଜେନା,ସତ୍ୟଦେବ୍‌ୁ ମୁଖୀ ପ୍ରମୁଖ ସ୍ୱର୍ଗତ ପାତ୍ରଙ୍କ ସ୍ମୃତିଚାରଣ କରି କହିଥିଲେ ଗଣନାଥ ପାତ୍ର ମାକ୍ସବାଦୀ ଓ ଲେନିନବାଦୀ ଆର୍ଦଶରେ ଅନୁପ୍ରାଣିତ ହୋଇ ଜୀନନରେ ଶେଷ ପର୍ଯ୍ୟନ୍ତ ବିପ୍ଲବୀ କମ୍ୟୁନିଷ୍ଟତତ୍ତ୍ୱ ଓ ପ୍ରୟୋଗରେ ଜୀବନ୍ତ ମଣିଷ ଥିଲେ । ସ୍ୱର୍ଗତ ପାତ୍ର ବାଲିଆପାଳ କ୍ଷେପଣାସ୍ତ ଘାଟୀ ବିରୋଧୀ ଆନ୍ଦୋଳନ,ନାରାୟଣ ପାଟଣାର ଚାଷୀମୂଲିଆ ଆଦିବାସୀଙ୍କ ଜମି ଅଧିକାର ଆନ୍ଦୋଳନ, କମ୍ରେଡ୍ ଗଣନାଥ ପାତ୍ରଙ୍କୁ ପୁରପଲ୍ଲୀରେ ପରିଚିତ କରାଇଥିଲା ।

 

 

ବାଲେଶ୍ୱର ଏକ ଗରିବ ପରିବାରରେ ଜନ୍ମହୋଇ ରେଭେନ୍ସା କଲେଜରୁ ରସାୟନିକ ବିଜ୍ଞାନରେ ଏମ୍‌ଏସ୍‌ସି କରିବା ପରେ ପ୍ରଥମେ ନୟାଗଡ କଲେଜ ଏବଂ ପାରଳାଖେମୁଣ୍ଡିରେ କଲେଜର ଅଧ୍ୟାପକ ଭାବରେ କାର୍ଯ୍ୟ ତୁଲାଇ ଥିଲେ । ସତୁରି ଦଶକ ଶେଷ ଭାଗରେ ନକ୍ସଲବାଡି କୃଷକ ଆନ୍ଦୋଳନ ଓ ସଂଶୋଧନବାଦୀ ଧାରା ବିରୋଧରେ ସଂର୍ଘଷକରି କମ୍ୟୁନିଷ୍ଟ ବିପ୍ଳବୀଙ୍କ ନେତୃତ୍ୱରେ ପରିଚାଳିତ ଶୋଷଣ ,ଲୁଣ୍ଠନ ଭିତ୍ତିକ ବ୍ୟବସ୍ଥାର ଆମୂଳଚୁଳ ପରିବର୍ତ୍ତନ କରି ଏକ ଶୋଷଣ ବିହୀନ ସାମ୍ୟବାଦୀ ସମାଜ ଗଠନର ଆହ୍ୱାନରେ ସେ କଲେଜ ଅଧ୍ୟାପନାରୁ ଇସ୍ତଫା ଦେଇ ବିପ୍ଳବୀ କମ୍ୟୁନିଷ୍ଟ ଆନ୍ଦୋଳନରେ ଝାସ ଦେଇଥିଲେ । ଏତଦ୍ ବ୍ୟତିତ ଶ୍ରୀକାକୁଲମ ଉଦାନମ୍ ଅଂଚଳରେ ଗିରିଜନ ଆନ୍ଦୋଳନଠାରୁ ଆରମ୍ଭ କରି ଓଡିଶାର ପୋସ୍କ, କଳିଙ୍ଗନଗର ବିସ୍ଥାପନ ବିରୋଧୀ ଆନ୍ଦୋଳନ, ନବେଦଶକରେ ବାଲିଆପାଳଠାରେ କେନ୍ଦ୍ରସରକାରଙ୍କ ଦ୍ୱାରା ଖେପଣାସ୍ତ ବିରୋଧରେ ନେତୃତ୍ୱ ନେଇଥିଲେ । ସେହିପରି ଚିଲିକା ମତ୍ସଜିବୀଙ୍କ ଆନ୍ଦୋଳନ, ଉତ୍କଳ ଆଲୁମିନା ବିରୁଦ୍ଧରେ, କାଶୀପୁର ଆନ୍ଦୋଳନ, ଗୋପଳପୁର ଟାଟା ପ୍ରକଳ୍ପ ବିରୋଧୀ ଆଦି ଏବଂ ବିଭିନ୍ନ ଗଣଆନ୍ଦୋଳନ ସହିତ ବିପ୍ଳବୀ ନେତା ଗଣନାଥପାତ୍ର ସଂପୃକ୍ତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୟାଧର ସାହୁ, ସଂଗ୍ରାମ ବଳ,ଜଗନ୍ନାଥ ବେହେରା,ଏସ୍‌କେ କମର,ସମେତ ବହୁ ବ୍ୟକ୍ତି କମ୍ରେଡ୍ ଗଣନାଥ ନାଥ ପାତ୍ରଙ୍କ ସ୍କୃତିଚାରଣ କରିଥିଲେ । ପ୍ରାରମ୍ଭରେ ଭାରତ-ଚୀନ ସୀମାନ୍ତ ପୂର୍ବଲଦାଖ ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ସେନ୍ୟମାନଙ୍କ ମଧ୍ୟରେ ସଂର୍ଘଷ ଘଟି ଭାରତର କୋଡିଏ ଜଣ ସଦୀଦ୍ ଯବାନଙ୍କ ଉଦ୍ୟଶରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.