Home ଜିଲ୍ଲା ପରିକ୍ରମା ଭଦ୍ରକରେ ପହଂଚିଲା ରେଜାଙ୍ଗ’ଲା ଯୁଦ୍ଧର ବୀର-ଗାଥା ଓ ଶହିଦମାନଙ୍କ ରଥ କଳସ ଯାତ୍ରା

ଭଦ୍ରକରେ ପହଂଚିଲା ରେଜାଙ୍ଗ’ଲା ଯୁଦ୍ଧର ବୀର-ଗାଥା ଓ ଶହିଦମାନଙ୍କ ରଥ କଳସ ଯାତ୍ରା

6

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ରେଜାଙ୍ଗ’ଲା ଯୁଦ୍ଧର ବୀର-ଗାଥା ଓ ଶହିଦମାନଙ୍କ ରଥ କଳସ ଯାତ୍ରା ଆଜି ଭଦ୍ରକ ରେ ପହଂଚିଥିଲା । ରଥ ଓ କଳସଯାତ୍ରା ଭଦ୍ରକ ରେ ପହଂଚିବା ପରେ ଚରମ୍ପା ଲଷ୍ମୀନାରାୟଣ ମନ୍ଦିର ନିକଟରେ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା । ପ୍ରବଳ ବର୍ଷା ସତ୍ୱେ ବାଇକ ଓ ଚାରିଚକିଆ ଯାନରେ ଯାଦବ ସଂଗଠନ ର କର୍ମକର୍ତାମାନେ ଚରମ୍ପାରୁ ଭଦ୍ରକ କଚେରୀ ବଜାର ପରିକ୍ରମା କରି ଟାଉନ ହଲ ଠାରେ ପହଂଚି ଥିଲା । ଜିଲ୍ଲା ଉତ୍କଳ ଯାଦବ ସଭାପତି ଡ଼. ସୁଧାଂଶୁ ନାୟକ ଙ୍କ ସଭାପତିତ୍ୱ ଓ ଜିଲ୍ଲା ଯୁବ ସଭାପତି ରବିନାରାୟଣ ଖିଲାର ଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼. ସପନ ଘୋଷ, ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରୀୟ ଯୁବ ସଭାପତି ଇଂ ପ୍ରଦୀପ ବେହେରା, ରାଜ୍ୟ ଯୁବ ସଭାପତି ଅମର କୁମାର ନାୟକ, କଳସ ଯାତ୍ରା ରାଜ୍ୟ ସଂଯୋଜକ ନନ୍ଦ ଲାଲ ଯାଦବ,ରାଷ୍ଟ୍ରୀୟ ସହ ସଂଯୋଜକ କିରଣ ଯାଦବ, ଅନିଲ ଯାଦବ, କିରନ ଯାଦବ, ଜିଲ୍ଲା ସମ୍ପାଦକ ଦିଲିପ ନାୟକ ପ୍ରମୁଖ ଯୋଗଦେଇ ୧୯୬୨ ମସିହାର ରେଜାଙ୍ଗଲା ଯୁଦ୍ଧ ଭାରତ ଇତିହାସରେ ସ୍ୱର୍ଣ୍ଣକ୍ଷକ୍ଷରରେ ଲିପିବଦ୍ଧ ହୋଇଛି । ଶତ୍ରୁ ରାଷ୍ଟ୍ର ଚୀନ୍ ନିଜର ବିଶାଳ ସୈନ୍ୟବାହିନୀକୁ ନେଇ ଆମ କାଶ୍ମୀର ଅଂଚଳର ରେଜଙ୍ଗଲା ଘାଟି ଉପରେ ଆକ୍ରମଣ କରିଥିଲା । ଏହି ଯୁଦ୍ଧ ରେ ଅହୀର (ଯାଦବ) ଜାତି ର ୧୧୪ ଜଣ ବୀର ଶହୀଦ ହୋଇଥିଲେ । ବୀର ଶହୀଦ ମାନଙ୍କୁ ସମ୍ମାନ ଦେବା ପାଇଁ ଭାରତୀୟ ସେନା ବାହିନୀ ରେ ଅହୀର ରେଜିମେଂଟ ଗଠନ ହେବା ଦାବିରେ ଏହି କଳସ ଯାତ୍ରା ଦେଶବ୍ୟାପୀ ପରିକ୍ରମା କରୁଛି ବୋଲି ଆଜି ଭଦ୍ରକ ର ଟାଉନ ହଲ ଠାରେ ୨ଘଟିକା ଠାରେ ଆୟୋଜିତ ସଭା ରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ ଶୋଭାଯାତ୍ରା ରେ ରାଣୀତାଲ ର କୀର୍ତନ ଦଳ, ସିଙ୍ଗ ବାଜା, ଲଉଡ଼ି ଖେଳ ପ୍ରଦର୍ଶନ କରାଯାଇଥିଲା ଉକ୍ତ ସଭା ରେ ରାଜ୍ୟ ଯୁବ ସଭାପତି ଅମର ନାୟକ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉତ୍କଳ ଯାଦବ ମହାସଭା ର ଉପସଭାପତି ହରେକୃଷ୍ଣ ପଲେଇ, ରାଜ୍ୟ ମହିଳା ସମ୍ପାଦକ ସଂଯୁକ୍ତା ଯାଦବ,ବ୍ଲକ ସଭାପତି ସୁବାସ ବାରିକ, ଧ୍ରୁବ ବାରିକ, ହରିଶ ଚନ୍ଦ୍ର ବାରିକ,କାର୍ଯ୍ୟକାରୀ ସଭାପତି ଅନିଲ ବାରିକ, ଭାଗିରଥି ପଲେଇ କୁଳମଣି ବେହେରା, ମାଧବାନନ୍ଦ ଖଟୁଆ, ନିରୁ ବାରିକ, ପ୍ରଶାନ୍ତ ପରିଡା, ସଂଜୀବ ନାୟକ, ଶାନ୍ତିଲତା ବାରିକ, ଗୀତାଞ୍ଜଳି ଅଗସ୍ତି, ପ୍ରମୋଦ ଅଗସ୍ତ ମନୋରଞ୍ଜନ ବାରିକ ପ୍ରମୁଖ ଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.