Home ଜିଲ୍ଲା ପରିକ୍ରମା ଭଦ୍ରକରେ ପବିତ୍ର ମହରମ ପର୍ବ, ସହର ପରିକ୍ରମା କଲା ୪୦ କାଫେଲା

ଭଦ୍ରକରେ ପବିତ୍ର ମହରମ ପର୍ବ, ସହର ପରିକ୍ରମା କଲା ୪୦ କାଫେଲା

47

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାଇଚାରା ଭଦ୍ରକରେ ରବିବାର ପବିତ୍ର ମହରମ ପର୍ବ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଛି । ସୂଚନାଥାଉକି -ଇସଲାମ ଧର୍ମରେ ଚନ୍ଦ୍ର ଗଣନାକୁ ଆଧାର କରି ପ୍ରତ୍ୟେକ ବର୍ଷ ପର୍ବ ପାଳନ କରାଯାଇଥାଏ । ଇସଲାମିକ ୧୪୪୭ (ହିଜରୀ) କ୍ୟାଲେଣ୍ଡର ଅନୁସାରେ ମହରମ ପର୍ବ ହେଉଛି ବର୍ଷର ପ୍ରଥମ ମାସ । ପ୍ରଥମ ଦିନକୁ ଇସଲାମିକ ନବବର୍ଷ ଭାବେ ଆରମ୍ବ ହୁଏ । ଚନ୍ଦ୍ରର ଦଶମ ଦିନରେ “ୟମେ-ଆଶୁରା” ପର୍ବ ତଥା ପ୍ରଫେଟ ମହମ୍ମଦଙ୍କ ନାତି ହଜରତ ଇମାମ ହୋସେନ ଶହୀଦ ହୋଇଥିଲେ । ଇରାକ ପ୍ରଦେଶର କୃର ଏବଂ ଅହଙ୍କାରୀ ଶାସକ ‘ଏଜିଦ’ ତା ସୈନ୍ୟଙ୍କ ଦ୍ୱାରା ଚିଠି ପଠାଇ ଧୋକା ସହ କୁଫା ସହରକୁ ଡାକିଥିଲା , ଇମାମ ହୋସେନ ଜାଣିପାରିଲେ ନାହିଁ, ଚିଠି ପାଇଲା ପରେ ହଜରତ ଇମାମ ହୋସେନ ସାଉଦି ଆରବର ମଦିନା ସରିଫ ଛାଡି ତାଙ୍କ ପରିବାରଙ୍କ ସହ ସର୍ବମୋଟ ୭୨ ଜଣ ୧୪୧୬ କି.ମି. ପାର କରି ଇରାକ ପ୍ରଦେଶର “କୁଫା” ସହାରକୁ ଯାଇ ପହଁଚିଲେ ,କୁଫାରେ ପହଂଚିବା ପରେ ଇମାମ ହୋସେନଙ୍କୁ ଘେରି ଯାଇଥିଲେ । ଶେଷରେ ଲଢ଼େଇ ହୋଇ ନିଜ ପରିବାରର ଏକ ଏକ କରି ଶହୀଦ ହେଲେ ଏବଂ ନିଜେ ନମାଜ ପାଠ ପଢୁଥିବା ସମୟରେ ଶହୀଦ ହୋଇଗଲେ । ଏହି ଶହୀଦ ଦିବସକୁ ସମଗ୍ର ପୃଥିବୀରେ “ୟାଦେ ହୋସେନ” ପର୍ବ ଭାବେ ପାଳନ କରାଯାଉଛି । ଏହି ଉପଲକ୍ଷେ ଭଦ୍ରକରେ ମଧ୍ୟ ମହରମ ପର୍ବ ପାଳିତ ହୋଇ ୪୦ ଟି ସୁସଜ୍ଜିତ “କାଫେଲା” ସହର ପରିକ୍ରମା କରିଥିଲା। ଗୋଟିଏ କାଫେଲା ଚରମ୍ପାରେ ରହିଥିଲା , ୭ ଟି କାଫେଲା ନଂଘା ମହଲ୍ଲା ମସଜିଦ ସମ୍ମୁଖରେ ପହଂଚିଥିଲା । ସୋମବାର ଦିନ ରାତ୍ରିରେ ଧର୍ମସଭା ହେବ ଏବଂ ଅବଶିଷ୍ଟ ୩୨ ଟି କାଫେଲା ବାଙ୍କା ଛକ , ଅଲାଲପୁର ଛକ , ପୁରୁଣା ବଜ଼ାର, ହେଲାସାହି ଛକ ହୋଇ କଂଟାବଣିଆ , ମୁଲ୍ଲାସାହି , ଲାହାପଟ୍ଟୀ ହୋଇ ମଦିନା ମଇଦାନରେ ପହଂଚିଥିଲେ । ରାତ୍ରି ୯ ଘଟିକା ଠାରୁ ଧର୍ମସଭାର ଆୟୋଜନ ହୋଇଥିଲା । ଏହି ଧର୍ମସଭା ରେ ସଂଚାଳକ ଭାବେ ମାଷ୍ଟର ମୁସ୍ତାକ ଗୌହର ଦାୟିତ୍ୱ ତୁଲାଇଥିଲେ । ବିହାର ଓ କଲିକତା ରୁ ମୌଲାନା (ପଣ୍ଡିତ) ଓ ସାଏର (କବି) ମାନେ ଆସି ଧର୍ମସଭାରେ ଯୋଗଦାନ କରି ହଜରତ ଇମାମ ହୋସେନ (ର. ଅ) ଙ୍କ ନୀତିବାଣୀ ଉପରେ ଆଲୋକପାତ କରିଥିଲେ । ଭଦ୍ରକ ମୁସଲିମ ଜମାତର ଉପ-ସଭାପତି ମହମ୍ମଦ ଜକାଉଲ୍ଲା , ସାଧାରଣ ସମ୍ପାଦକ ହାଜି ଶେଖ ଏନାମ ମହମ୍ମଦ, ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ , ମହରମ କମିଟିର ସଭାପତି ଜମିଲ ଅଖତର ଖାନ , ଉପ-ସଭାପତି ଇଂ. ରେଜାଏ ରସୁଲ , ପ୍ରାକ୍ତନ ପାରିଷଦ ଅସରଫ ଅଲି ଖାନ , ସାଧାରଣ ସମ୍ପାଦକ ଅଖତର ଅଲି ଖାନ , କୋଷାଧକ୍ଷ ଶେଖ ଇମତିୟାଜ଼ , ମିର୍ଜା ଏକ୍ରାମ ବେଗ ,ହାଜି ଅବୁ ହୋସେନ ,ଇଂ. ହବିବୁଲ୍ଲା ଖାନ, ହୈଦର ଖାନ , ଏସ ଏମ ଫାରୁକ, ହାଜି କାସିମ ଖାନ , ଶେଖ ହବିବୁଲ୍ଲା, ହାଜି ସବବୀର ଅଲି , ହାଜି ତବାରକ ଅଲି, ହାଜି ମତଲୁବ ଅଲି, ହାଜି ଅବୁ ସୁଫିଆନ , ଶେଖ ଆବୁକାଲାମ , ଜାୱେଦ ଅଖତର, ଆଇନଯିବି ତାହେର ମହମ୍ମଦ , ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର (ବାବୁ), ଶେଖ ନସିମ ଅଖତର, ହାଜି ହିଫଜୁର ରହେମାନ , ହାଜି ସଇଦ , ହାଜି କ୍ୟୈୁମ ଅଲି , ପ୍ରମୁଖ ଉପସ୍ଥିତ ରହି ଦାୟିତ୍ୱ ତୁଲାଇଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପ୍ରଶାସନ ଅଧିକାର ଉପସ୍ଥିତ ରହିଥିଲେ ଏବଂ ପୋଲିସ ବିଭିନ୍ନ ବିଭିନ୍ନ ଜାଗାରେ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.