Home ଜିଲ୍ଲା ପରିକ୍ରମା ଭଦ୍ରକରେ ଚିହ୍ନଟ ହେଲେ ୪୪୩ ଆକ୍ରାନ୍ତ, ସକ୍ରିୟ ସଂଖ୍ୟା ଅଢେଇ ହଜାର ପାର, ସୁସ୍ଥଙ୍କ ସଂଖ୍ୟା...

ଭଦ୍ରକରେ ଚିହ୍ନଟ ହେଲେ ୪୪୩ ଆକ୍ରାନ୍ତ, ସକ୍ରିୟ ସଂଖ୍ୟା ଅଢେଇ ହଜାର ପାର, ସୁସ୍ଥଙ୍କ ସଂଖ୍ୟା ୧୦ ହଜାର ଟପିଲା

48

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୪୪୩ ନୂତନ କରୋନା ଆକ୍ରାନ୍ତ । ମୋଟ ଆକ୍ରାନ୍ତ ୧୨ ହଜାର ୬୫୬ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ହୋଇଛି ୧୦ହଜାର ୧୦୪ । ସକ୍ରିୟଙ୍କ ସଂଖ୍ୟା ରହିଛି ୨୫୨୦ । ଏହି ନୂଆ ଆକ୍ରାନ୍ତମାନେ ହେଉଛନ୍ତି ଭଦ୍ରକ ପୌରପାଳିକାରୁ ୬୨, ଭଦ୍ରକ ବ୍ଲକ ଅଞ୍ଚଳରୁ ୬୩, ଧାମନଗର ଏନ୍‌ଏସିରୁ ୩, ଚାନ୍ଦବାଲି ବ୍ଲକରୁ ୪୦, ବାସୁଦେବପୁର ବ୍ଲକରୁ ୫୫, ତିହିଡି ବ୍ଲକରୁ ୬୫, ବାସୁଦେବପୁର ପୌରପାଳିକାରୁ ୧୦, ଚାନ୍ଦବାଲି ଏନ୍‌ଏସିରୁ ୧, ବନ୍ତ ବ୍ଲକରୁ ୫୫, ଭଣ୍ଡାରିପୋଖରୀ ବ୍ଲକରୁ ୨୬, ଧାମନଗର ବ୍ଲକରୁ ୪୩, ଅନ୍ୟଜିଲ୍ଲା ଭାବେ ବାଲେଶ୍ୱର, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରାପଡାର ଆକ୍ରାନ୍ତ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ବାହାରେ ବିଭିନ୍ନ ହସ୍‌ପିଟାଲରେ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହି ସମୟ ମଧ୍ୟରେ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୩୮୨ଜଣ । ଏ ପର୍ଯ୍ୟନ୍ତ ମୋଟ ୩ଲକ୍ଷ ୭୪ହଜାର ୮୨୫ଜଣଙ୍କ ନମୁନା ପରୀକ୍ଷା ସରିଛି । ମୋଟ ୧୯୦୩ଜଣଙ୍କ ନମୁନା ପରୀକ୍ଷା ପରେ ୪୪୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.