Home ଜିଲ୍ଲା ପରିକ୍ରମା ଭଦ୍ରକରେ ଚାଲିଛି ବ୍ରିଟିଶ ରାଜ, ପୁଲିସ୍ କରୁଛି କ’ଣ!, ୩ ଦିନ ହେବ ଗୋଟିଏ ପରିବାର...

ଭଦ୍ରକରେ ଚାଲିଛି ବ୍ରିଟିଶ ରାଜ, ପୁଲିସ୍ କରୁଛି କ’ଣ!, ୩ ଦିନ ହେବ ଗୋଟିଏ ପରିବାର ଗୃହବନ୍ଦୀ

82

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ସାହାଡା ଗ୍ରାମ ପଞ୍ଚାୟତର ହରିପୁର ମଳିକସାହିରେ ଜମିବାଡି ବିବାଦକୁ ନେଇ ଗୋଟିଏ ପରିବାରକୁ ଗୃହବନ୍ଦୀ ରଖାଯାଇଛି । ଲାଗୁଛି ଯେମିତି ଏଠି ବ୍ରିିଟିଶ ଶାସନ ଚାଲୁଛି । କେହି ପ୍ରତିବାଦ କରିବାର ସାହସ ଜୁଟାଉନାହାଁନ୍ତି । ଗତ ତିନିଦିନ ହେବ ଗୋଟିଏ ପରିବାର ଗୃହବନ୍ଦୀ ହୋଇ ରହିଛନ୍ତି । ଘରୁ ବାହାରକୁ ବାହାରି ପାରୁନାହିଁ । ଏକ ଜମିବାଡି ବିବାଦକୁ ନେଇ ସ୍ଥାନୀୟ ଅଂଚଳର କିଛି ଲୋକ ଏମାନଙ୍କ ଜାଗାକୁ ବିବାଦୀୟ କହି ଘର ସାମନାରେ ବାଡ ବସେଇ ଦେଇଛନ୍ତି । ଏପରି ଅବସ୍ଥାରେ ବର୍ତ୍ତମାନର କରୋନା ଏବଂ ଲକଡାଉନ୍ ସମୟରେ ତାଙ୍କର ଗୋଟିଏ ରୁଗ୍‌ଣି ମା’ ଏହି ଘର ଭିତରେ ରହିଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଇ ପାରୁନାହାଁନ୍ତି ପରିବାର ଲୋକେ । ଏ ନେଇ ସାବରଙ୍ଗ ଥାନାରେ ଲିଖିତ ଅଭିଯୋଗ କଲାପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଫଳ ଶୂନ । ଜାଣିଶୁଣି ପୁଲିସ୍ ଚୁପ୍ ରହୁଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.