Home ଜିଲ୍ଲା ପରିକ୍ରମା ଭଦ୍ରକରୁ ନୂଆ କରୋନା ଆକ୍ରାନ୍ତ ୨୭ଜଣ ଚିହ୍ନଟ

ଭଦ୍ରକରୁ ନୂଆ କରୋନା ଆକ୍ରାନ୍ତ ୨୭ଜଣ ଚିହ୍ନଟ

28

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରୁ ଆଉ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ହେଲେ ବାସୁଦେବପୁର ବ୍ଲକ ବଳସାହି ଗ୍ରାମର ଜଣେ, ଭଦ୍ରକ ବ୍ଲକର ଅଣ୍ଢେଇପଲୀ ଗ୍ରାମରୁ ଜଣେ, ବନ୍ଧଗାଁ ଗ୍ରାମରୁ ଜଣେ, ଗେଲପୁରରୁ ୨ଜଣ, ନଳାଙ୍ଗରୁ ଜଣେ, ତୋରଣପଦାରୁ ଜଣେ । ଭଦ୍ରକ ପୌରପାଳିକାର ୬ ନଂ ୱାର୍ଡ ବାଇପାସ୍‌ରୁ ୨ଜଣ, ୧୦ ନଂ ୱାର୍ଡ ଜଗନ୍ନାଥପୁରରୁ ଜଣେ, ୭ ନଂ ୱାର୍ଡ ଗବସାହିରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଣ୍ଡାରିପୋଖରୀ ବ୍ଲକ ବୟାଁବନାପୁର ଗ୍ରାମରୁ ୨ଜଣ, ନାରାୟଣପୁର ଗ୍ରାମରୁ ଜଣେ, ଚାନ୍ଦବାଲି ବ୍ଲକ ଓରାସାହି ଗ୍ରାମରୁ ଜଣେ, ଖଦାଳପୋଖରୀରୁ ଜଣେ, ଆରଡ଼ିରୁ ଜଣେ, ବାଂଶଡାରୁ ୨ଜଣ, କାଣ୍ଡବେତାଳପୁର ଗ୍ରାମରୁ ଜଣେ, ବନ୍ତ ବ୍ଲକର ବିଶଲକଣା ଗ୍ରାମରୁ ଜଣେ, ପୁରୁଷଣ୍ଢ ଗ୍ରାମରୁ ଜଣେ, ମହାନ୍ତିପଡା ଗ୍ରାମରୁ ଜଣେ, ଚାନ୍ଦବାଲି ଏନ୍‌ଏସି ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଅଞ୍ଚଳର ଜଣେ, ବାଲେଶ୍ୱର ଜିଲ୍ଳାରୁ ଜଣେ, କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୭ ହଜାର ୯୨୯ ଏବଂ ସୁସ୍ଥଙ୍କ ସଂଖ୍ୟା ହୋଇଛି ୭ ହଜାର ୫୬୮ । ଏବେ ଆଉ ୩୩୬ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.