Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ପଂଚାୟତ ସମିତି ଠାରେ ମିଳିତ ଜନଶୁଣାଣୀ ଶିବିର

ଭଣ୍ଡାରିପୋଖରୀ ପଂଚାୟତ ସମିତି ଠାରେ ମିଳିତ ଜନଶୁଣାଣୀ ଶିବିର

3

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ପ୍ରାତ ୭ଟା ରେ ଭଣ୍ଡାରିପୋଖରୀ ପଂଚାୟତ ସମିତି ଠାରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଙ୍କ ସହିତ ଅତିରିକ୍ତ ଆରକ୍ଷୀ ଅଧିକାରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ମୂଖ୍ୟ ଚିକିତ୍ସାଧିକାରୀ ଡ଼ା ସୁଧାଂଶୁ ଶେଖର ବଳ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ , ଡେପୁଟି କଲେକ୍ଟର କରୁଣାକର ଧିନ୍ଦା, ଗୋଷ୍ଟି ଉନ୍ନୟନ ଅଧିକାରୀ, ତହସିଲଦାର ଓ ବରିଷ୍ଠ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ। ସମସ୍ତ ବିଭାଗର ଅଧିକାରୀ ମାନେ ଉପପ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ର କୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ । ଆଜିର ଜନ ଶୁଣାଣି ଶିବିର ରେ ମୋଟ ୯୭ ଟି ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥି ମଧ୍ୟରୁ ୮୧ ଟି ବ୍ୟକ୍ତିଗତ ଥିଲା ବେଳେ ୧୪ ଟି ସାମୁହିକ ଥିଲା। ଜିଲ୍ଲା ରେଡକ୍ରସ ପାଣ୍ଠି ରୁ ୨ଜଣ ଙ୍କୁ ମୋଟ ୧୫୦୦୦ ଟଙ୍କା ଅନୁଦାନ ପ୍ରଦାନ ପାଇଁ ନିଷ୍ପତି ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.