Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀରେ ହୋଲି ଓ ଦୋଳପର୍ବ ପାଳିତ

ଭଣ୍ଡାରିପୋଖରୀରେ ହୋଲି ଓ ଦୋଳପର୍ବ ପାଳିତ

35

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀର ରଙ୍ଗର ପର୍ବ ହୋଲି ଓ ରାଧାକୃଷ୍ଣଙ୍କ ଦୋଳ ଉତ୍ସବ ପାଳିତ ହୋଇଛି। ବ୍ଲକର ଷୋଳମପୁର, ମାଳଦା, ନପଙ୍ଗ, ରହଣିଆ ଓ ବାଲିପୋଖରୀ(ଆଂଶିକ) ଆଦି ପଞ୍ଚାୟତରେ ଓ ଅନ୍ୟାନ୍ୟ ପଞ୍ଚାୟତରେ ଗୁରୁବାର ରଙ୍ଗ ପର୍ବ ହୋଲି ଶାନ୍ତିଶୃଙ୍ଖଳାର ସହ ପାଳନ କରାଯାଇଥିଲା। ବିଭିନ୍ନ ବର୍ଗର ଜନସାଧାରଣ ପରସ୍ପରକୁ ରଙ୍ଗାୟୀତ କରିଥିଲେ। ଫଗୁଦଶମୀ ଠାରୁ ଆରମ୍ଭ ହୋଇଥିବା ଏହି ସମୟ ମଧ୍ୟରେ ସୁସଜ୍ଜିତ ବିମାନରେ ରାଧାକୃଷ୍ଣ ଯୁଗଳମୂର୍ତ୍ତିଙ୍କୁ ବସାଇ ଗ୍ରାମ ଦାଣ୍ଡରେ ଶୋଭାଯାତ୍ରାରେ ବୁଲାଯାଇଥିଲା। ବିଭିନ୍ନ ବାଦ୍ୟ ସହିତ ଛତ୍ରି, ତ୍ରାଶ, ବାନା, ଫୁଲଗଛ ପ୍ରଭୃତିରେ ଗାଁ ଦାଣ୍ଡ ସଜ୍ଜିତ ହୋଇ କୃଷ୍ଣ ଚେତନାରେ କୁସୁମିତ ହୋଇ ଉଠିଥିଲା। ବର୍ଷରେ ମାତ୍ର ଗୋଟିଏ ଦିନ ପ୍ରଭୁ ଭକ୍ତର ଦ୍ୱାରରେ ପହଞ୍ôଚ ସ୍ନେହ ଓ ପ୍ରେମର ଅବିର ଖେଳି ରଙ୍ଗାୟୀତ ହୋଇଥିଲେ। କେତେକ ସ୍ଥାନରେ ମେଳନ ଅନୁଷ୍ଠିତ ହୋଇ ଅପେରା, ସୁଆଙ୍ଗ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା। ପୂର୍ଣ୍ଣିମା ଦିନ ଘର ଧୌତ କରାଯାଇ ଉପାସନା କରାଯାଇଥିଲା। ଭଣ୍ଡାରିପୋଖରୀର ବିଭିନ୍ନ ଗ୍ରାମରେ ୫୦ରୁ ଅଧିକ ରାଧାକୃଷ୍ଣଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଥିବା ଜଣାଯାଇଛି। ମଣିନାଥପୁର, ଷୋଳମପୁର, ଥଇଳା ମଝିସାହି, ମନ୍ତାଗଡ଼ିଆ, ନେରଡ଼ା, ବାଲିପୋଖରୀ, ତିଖିଲିଆ, ଆଖୁଆପଦା ଓ ଜଗନ୍ନାଥପ୍ରସାଦରେ ଦୋଳଗୋବିନ୍ଦ ପୂଜା ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଭିନ୍ନ ଗ୍ରାମରେ ନାମ ସଙ୍କିର୍ତ୍ତନ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.