Home ଓଡ଼ିଶା ଭଙ୍ଗା ଆଜବେଷ୍ଟ ଶ୍ରେଣୀଗୃହରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ : ଷଷ୍ଠଶ୍ରେଣୀ ପାଇଁ ୪ କିମି ଚାଲିଚାଲି...

ଭଙ୍ଗା ଆଜବେଷ୍ଟ ଶ୍ରେଣୀଗୃହରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ : ଷଷ୍ଠଶ୍ରେଣୀ ପାଇଁ ୪ କିମି ଚାଲିଚାଲି ଯିବାକୁ ପଡ଼ୁଛି ଛାତ୍ରଛାତ୍ରୀମାନଙ୍କୁ

45

ନବରଙ୍ଗପୁର : ୧୬/୫ ( ଓଡ଼ିଆ ପୁଅ/ସୁଶାନ୍ତ କୁମାର ଗୌଡ଼) : ଶିକ୍ଷା ପାଇଁ ଚାରି କିଲୋମିଟର ଦୂର ଯିବାକୁ ପଡ଼ୁଛି କୋମଳମତି ଶିଶୁଙ୍କୁ। ଗାଁ ଲୋକ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ କରିବା ପାଇଁ ବହୁ ବର୍ଷ ହେବ ଦାବି କରି ଆସୁଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଏହି ଭଳି ଘଟଣା ଦେଖିବାକୁ ମିଳିଛି ସର୍ଗିଗୁଡା ଗାଁରେ।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ମଦେଗାଁ ପଞ୍ଚାୟତ ଅଧିନ ସର୍ଗିଗୁଡା ଗାଁ ଠାରେ ୧୯୫୬ମସିହାରୁ ଚାଲି ଆସୁଛି ପ୍ରାଥମିକ ବିଦ୍ୟାଳୟ। ଦୀର୍ଘ ବର୍ଷ ପରେ ବିଦ୍ୟାଳୟର ଚିତ୍ର ବଦଳିଛି କିନ୍ତୁ ସମସ୍ୟା ସୁଧୁରୀ ନାହିଁ। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଦୁଇଶହ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶ୍ରେଣୀ ଗୃହ ଅଭାବରୁ ଓ ବହୁ ପୁରାତନ ଆଜବେଷ୍ଟ ଘର ଜରାଜୀର୍ଣ୍ଣ ଓ ଭଗ୍ନା ଅବସ୍ଥାରେ ରହିଛି। ଉକ୍ତ ଘରକୁ ଭାଙ୍ଗି ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦାବିହୋଇଛି। ଏହି ବିଦ୍ୟାଳୟରେ ଯେଉଁ ଛାତ୍ର ଛାତ୍ରୀ ପଞ୍ଚମ ପାସ କରନ୍ତି ଚାରି କିମି ଦୂର ମଦେଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ପଡୁଛି। ବହି ବସ୍ଥାନୀ ଧରି ପିଲାମାନେ ଚାରି କିମି ଚାଲି ଚାଲି ଯିବା କଷ୍ଟ ସାଧ୍ୟ ହେଉଛି। ଏଥିପାଇଁ ସର୍ଗିଗୁଡା ଗାଁର ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ କରାଯିବାକୁ ଗାଁର ଧନୁର୍ଯ୍ୟୟ ବିଶୋଇ, ଜଗବନ୍ଧୁ ମାଳି, ମଙ୍ଗଳ ଦାନ ଆନନ୍ଦ, ଗଦାଧର ପୂଜାରୀ, ସୁଦର ମାଝୀ, ଡମୁ ଭତ୍ରା, ଏରବେ ନାଶ ଆଶ୍ରିତ ପ୍ରମୁଖ ଦାବି କରିଛନ୍ତି। ଏହି ଗାଁ ମଦେଗାଁ ପଞ୍ଚାୟତର ୱାର୍ଡ ୬, ୭, ୮ଓ୯ ଭାବେ ପରିଚିତ ରହିଛି। ଗାଁର ଜନ ସଂଖ୍ୟା ତିନି ହାଜରୁ ଉର୍ଦ୍ଧ୍ବ ହେବ ଏହିଭଳି ଗାଁ ପ୍ରତି ଶିକ୍ଷା ବିଭାଗ ଜନ ଆଧାରାଣ ଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇନାହାନ୍ତି। ଏନେଇ କୋଷାଗୁମୁଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିରେନ୍ଦ୍ର କୁମାର ପାଢୀଙ୍କୁ ପଚାରିବାରୁ ମୋ ନିକଟରେ କୌଣସି ଅଭିଯୋଗ ଆସିନାହିଁ। ମୁଁ ଛୁଟିରେ ଅଛି ଫେରିବା ପରେ ବିଦ୍ୟାଳୟ ପରିଦର୍ଶନ କରିବା ସହ ଗାଁ ଲୋକଙ୍କୁ ଭେଟି ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବି ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.