Home Top News ବଡ଼ ସଡ଼କ ଦୁର୍ଘଟଣା : ହରିୟାଣାର କେଏମପି ଏକ୍ସପ୍ରେସୱେରେ ୩ ମହିଳାଙ୍କ ସମେତ ୮ ଜଣଙ୍କର...

ବଡ଼ ସଡ଼କ ଦୁର୍ଘଟଣା : ହରିୟାଣାର କେଏମପି ଏକ୍ସପ୍ରେସୱେରେ ୩ ମହିଳାଙ୍କ ସମେତ ୮ ଜଣଙ୍କର ମୃତ୍ୟୁ

40

ବାହାଦୂରଗଡ ୨୨-୧୦ (ଓଡ଼ିଆ ପୁଅ) ହରିୟାଣାର ବାହାଦୂରଗଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଶିଶୁ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ତିନିଜଣ ମହିଳା ଥିଲେ। ଏହି ଘଟଣାରେ ପୋଲିସ ପହଁଞ୍ଚି ଅନୁସନ୍ଧାନ ଚଳାଇଛି।

ସୂଚନାନୁସାରେ, ବାହାଦୁରଗଡର ବାଦଲି ଏବଂ ଫାରୁଖନଗର ମଧ୍ୟରେ ଥିବା କେଏମପି ଏକ୍ସପ୍ରେସୱେ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଏର୍ଟିଗା କାରରେ ଥିବା ଲୋକମାନେ ଗୁରୁଗାଓଁ ଆଡକୁ ଯାଉଥିଲେ। ଏହି ସମୟରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ପଛପଟୁ ଗାଡିଟିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଅଭିଯୁକ୍ତ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ପଳାୟନ କରିଛି। ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ଏବଂ ପୋଲିସ ମୃତଦେହକୁ ଚିହ୍ନଟ ଏବଂ ପୋଷ୍ଟମର୍ଟମ ପାଇଁ ବାହାଦୂରଗଡ ଜେନେରାଲ ହସ୍ପିଟାଲକୁ ପଠାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.