Home କେନ୍ଦୁଝର ବ୍ୟାପକ ଅବ୍ୟବସ୍ଥାରେ ହେଲା ନବୋଦୟ ପ୍ରବେଷିକା ପରୀକ୍ଷା

ବ୍ୟାପକ ଅବ୍ୟବସ୍ଥାରେ ହେଲା ନବୋଦୟ ପ୍ରବେଷିକା ପରୀକ୍ଷା

44

ହାଟଡିହି- ୩୦ /୪ (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) ବ୍ୟାପକ ଅବ୍ୟବସ୍ଥା ଭିତରେ ଅନୁଷ୍ଠିତ ହୋଇଛି ନବୋଦୟ ପ୍ରବେଶିକା ପରୀକ୍ଷା। ପଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାଟ୍ରିକ ପରୀକ୍ଷାକୁ ସକାଳୁଆ କରିଥିବାବେଳେ କୁନି କୁନି ଛୁଆଙ୍କୁ ନେଇ ହେଉଥିବା ନବୋଦୟ ପ୍ରବେଶିକା ପରୀକ୍ଷାର ସମୟ ନିର୍ଘଣ୍ଟକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦିନ ୧୧ଟା ୩୦ରୁ ୧ଟା ତିରିଶ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିବାବେଳେ ହାଟଡିହି ପରୀକ୍ଷାକେନ୍ଦ୍ରରେ ପଙ୍ଖାର ବ୍ୟବସ୍ଥା ନଥିବା, ପାନୀୟଜଳର ବ୍ୟବସ୍ଥା ନଥିବାରୁ ପରୀକ୍ଷାର୍ଥୀମାନେ ଗରମରେ ଅତିଷ୍ଠ ହୋଇପଡିଥିଲେ। ହାଟଡିହି ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୩୭୨ଜଣ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ଆବଶ୍ୟକ ଶ୍ରେଣୀଗୃହ ଅଭାବରୁ କିଛି ପରୀକ୍ଷାର୍ôଥ ଶଶିମଣି ଗାର୍ଲସ ହାଇସ୍କୁଲ ଓ ଆଉ କିଛି ପରୀକ୍ଷାର୍ôଥଙ୍କୁ ହାଟଡିହି ନୋଡାଲ ସ୍କୁଲରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିଲା। ଗତକାଲି ଅପରାହ୍ନରେ କାଳବୈଶାଖି ଯୋଗୁଁ ହାଟଡିହି ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ବ୍ୟାହତ ହୋଇଥିବା ବେଳେ ପରୀକ୍ଷାଥି ମାନଙ୍କ ପାଇଁ ଫ୍ୟାନର ବ୍ୟବସ୍ଥା କରାଯାଇ ନଥିଲା। ପ୍ରଚଣ୍ଡ ରୌଦ୍ରତାପ ସହିତ ପ୍ରବଳ ଗୁଳୁଗୁଳି ଯୋଗୁଁ ଛାତ୍ରଛାତ୍ରୀମାନେ ଶ୍ରେଣୀ ଗୃହରେ ବସି ପରୀକ୍ଷାଦେବା କଷ୍ଟକର ହୋଇପଡିଥିଲା। ଏନେଇ କିଛି ଅଭିଭାବକ ପରୀକ୍ଷାକେନ୍ଦ୍ର ବାହାରେ ହୋହଲ୍ଲା କରିବା ସହିତ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ କିଛି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଶଶିମଣି ହାଇସ୍କୁଲରେ ଅଭିଭାବକ ମାନେ ଚାନ୍ଦା ଆଦାୟ କରି ତେଲ କିଣି ଦେବାପରେ ଯାଇ ଜେନେରେଟର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ନୋଡାଲ ସ୍କୁଲରେ ଜେନେରେଟର ଖରାପ ଥିବାରୁ ପିଲାମାନେ ପ୍ରବଳ ଗୁଳୁଗୁଳି ସତ୍ତ୍ୱେ ପରୀକ୍ଷା ଦେବାକୁ ବାଧ୍ୟ ହୋଇଥିଲେ। ହାଟଡିହି ପରୀକ୍ଷାକେନ୍ଦ୍ରରେ ୩୭୨ ପରୀକ୍ଷାଥିଙ୍କ ମଧ୍ୟରୁ ୩୩୯ଜଣ ପରୀକ୍ଷା ଦେଇଥିବାବେଳେ ଶାଳଣିଆଁ ପରୀକ୍ଷାକେନ୍ଦ୍ରରେ ୩୬୪ଜଣ ପରୀକ୍ଷାର୍ôଥଙ୍କ ମଧ୍ୟରୁ ୩୨୬ଜଣ ପରୀକ୍ଷା ଦେଇଥିବା ଜଣାଯାଇଛି। ହାଟଡିହି ପରୀକ୍ଷାକେନ୍ଦ୍ରରେ ପ୍ରଧାନ ଶିକ୍ଷକ ଶିଶିର କୁମାର କର ପରୀକ୍ଷା ପରିଚାଳନା କରିଥିବାବେଳେ ଶାଳଣିଆଁ ହାଇସ୍କୁଲରେ ପ୍ରଧାନ ଶିକ୍ଷକ କୋଦଣ୍ଡଧର ମହାନ୍ତି ପରୀକ୍ଷା ପରିଚାଳନା କରିଥିଲେ। ଏବିଇଓ ତଥା ବିଆରସିସି ସୁରେଶ ଚନ୍ଦ୍ର ଜେନା, ଏବିଇଓ ଧନେଶ୍ୱର ଖଣ୍ଡେଇ ଦୁଇଟିଯାକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ପରିଚାଳନାର ତଦାରଖ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.