Home ଜିଲ୍ଲା ପରିକ୍ରମା ବ୍ୟବସ୍ଥାଗତ ଭାବେ ନଷ୍ଟ କରାଯାଉଛି ଦୋବଲ ହାଟ, ପ୍ରଶାସନର ଖାମଖିଆଲି ନୀତି ପାଇଁ ରାଜସ୍ୱ ହରାଇବ

ବ୍ୟବସ୍ଥାଗତ ଭାବେ ନଷ୍ଟ କରାଯାଉଛି ଦୋବଲ ହାଟ, ପ୍ରଶାସନର ଖାମଖିଆଲି ନୀତି ପାଇଁ ରାଜସ୍ୱ ହରାଇବ

3

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ମୁସ୍ତଫାପୁରରେ ଥିବା ପୂରାତନ ଦୋବଲ ହାଟ ଧୀରେ ଧୀରେ ତାର ସତା ହରାଇ ବାକୁ ବସିଚି।ଧାମନଗର ପଂଚାୟତ ସମିତି ଅଧିକାରୀ ଓ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅପରିଣାମଦର୍ଶୀ ପଦକ୍ଷେପରୁ ଏଭଳି ଅବସ୍ଥା ଉପୁଜିଛି। ମୁସ୍ତଫାପୁର ପଂଚାୟତ ଅଧିନରେ ଥିବା ହାଟ ଚଳିତ ବର୍ଷ ନିଲାମ ହୋଇପାରିଲା ନାହିଁ। ଚଳିତ ବର୍ଷ ହାଟ ନିଲାମ ର ବେସ ପ୍ରାଇସ ୧ ଲକ୍ଷ ୭୬ ହଜାର ରଖାଯାଇଥିଲା। ନିୟମ ଅନୁସାରେ ନିଲାମ ଧରିବାକୁ ହେଲେ ବେସ ପ୍ରାଇସ ର ୧୦ ଭାଗରୁ ଭାଗେ ଟଙ୍କା ଅମାନତ ଆକାରରେ ଜମା ରଖିବାକୁ ହେବ। ଯିଏ ନିଲାମ ଜିତିବେ ତାଙ୍କ ଅମାନତ ଟଙ୍କା ରଖାଯିବ। ବାକି ସମସ୍ତଙ୍କର ଫେରାଯିବ। ପ୍ରଥମତଃ ବେସ ପ୍ରାଇସ ଖୁବ୍ ଅଧିକ ରହିଛି। ପୁଣି ନିଲାମ ଡାକ ହେଲେ ତାହା ବଢ଼ିବାର ସମ୍ଭାବନା ରହିଛି। ଏବେ ସମସ୍ୟା ହେଉଛି ଯିଏ ନିଲାମ ଧରିବ, ତାହାର ସେହି ପରିମାଣର ଟଙ୍କା ଉଠିବ କି ନାହିଁ ସେନେଇ ଆଶଙ୍କା ରହିଛି। ସୋମବାର ଓ ଗୁରୁବାର ହିସାବରେ ସପ୍ତାହକୁ ଦୁଇ ଦିନ ହାଟ ବସୁଛି। ପାଖା ପାଖିବି ହାଟ ରହୁଛି ଫଳରେ ହାଟ ରେ ସେପରି ବେପାର ହେଉନି। ଦୋବଲ ହାଟକୁ ପ୍ରତି ହାଟ ପାଳିରେ ଅଳ୍ପ ପରିବା ବେପାରୀ ଆସିଥାନ୍ତି। ୧ଲକ୍ଷେ ୭୬ ହଜାର ଟଙ୍କାରେ ବର୍ଷକୁ ୫୨ ସପ୍ତାହ ଅର୍ଥାତ ୧୦୪ ଟି ହାଟ ପାଳି ଲିଜନେଇଥାନ୍ତି ନିଲାମଧାରୀ। ଏଣୁ ହାଟ ପାଳିକୁ ୧୭୦୦ ଟଙ୍କା ପଡ଼ିଲା। ଯିଏ ନିଲାମ ନେବ ନିଜର ଲାଭ ନ ରଖିଲେ ସିଏ ବେପାରୀଙ୍କଠାରୁ ହାଟ ପାଳିକୁ ସେହି ୧୭୦୦ ଟଙ୍କା ଆଦାୟ କରିବ। ହେଲେ ହାଟୁଆ ଗାଁ ହାଟ ହୋଇଥିବାରୁ ଗାଁ ଚାଷୀ ଆସନ୍ତି। ସେମାନେ ଲିଜ ଧାରୀ କୁ କେତେ ମାହାଶୁଲ ଦେବେ ସେ ନେଇ ମଧ୍ୟ ବେପାରୀ ମାନେ ମୁହଁଫେରାଉଛନ୍ତି! ବେସ ପ୍ରାଇସ ଅଧିକ ରହୁଥିବାରୁ ଓ ଏହି ହିସାବରେ ମହାସୁଲ ଆଦାୟ ସମ୍ଭାବନା କ୍ଷୀଣ ରହୁଥିବାରୁ କେହି ହାଟ ନିଲାମ ନେବାକୁ ରାଜି ହେଉନାହାନ୍ତି। ତା ଛଡ଼ା ପଞ୍ଚାୟତ ପକ୍ଷରୁ ବେପାରୀଙ୍କ ପାଇଁ ସେମିତି ବି କିଛି ସୁବିଧା କରାଯାଇ ନାହିଁ। ନା ଚାଳିଆ ଅଛି ନା ଭଲ ପିଣ୍ଡି ଅଛି। ବ୍ୟବସ୍ଥାଗତ ଭାବେ ଅବ୍ୟବସ୍ଥା ଥିବାରୁ ହାଟ ନିଲାମ ହୋଇପାରୁନାହିଁ। ପଂଚାୟତର ଆୟ କମୁଛି। ହାଟ ନଷ୍ଟ ହେଉଛି। ବେପାରୀ ମୁହଁ ଫେରାଉଛନ୍ତି। ଦିନକୁ ଦିନ ହାଟ ଦୁର୍ବଳ ହେବାରେ ଲାଗିଛି। ଏ ଦିଗରେ ବିଭାଗୀୟ ଅଧିକାରି ଦୃଷ୍ଟି ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.