Home ଅପରାଧ ତାଜା ଖବର ଗଞ୍ଜାମ: ପଥର ଖଣିରେ କାମ କରୁଥିବା ୩ ଶ୍ରମିକ ମୃତ; ଜଣେ ମହିଳା

ତାଜା ଖବର ଗଞ୍ଜାମ: ପଥର ଖଣିରେ କାମ କରୁଥିବା ୩ ଶ୍ରମିକ ମୃତ; ଜଣେ ମହିଳା

409

ଭୁବନେଶ୍ୱର/ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମ ନିକଟରେ ଏକ ଅଘଟଣ ଘଟିଛି। ଗ୍ରାମ ନିକଟରେ ଥିବା ଏକ ପଥର ଖଣିରେ କାମ କରୁଥିବା ୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଶ୍ରମିକ ଅଛନ୍ତି। ମୃତକମାନେ ହେଲେ ପଙ୍କଜ ଦାସ, ଭକ୍ତ ପରିଡ଼ା ଏବଂ ନମିତା ନାୟକ ବୋଲି ଜଣାପଡ଼ିଛି। ପଥର ମାଡ଼ି ବସିବାରୁ ଏମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଶବ ଗୁଡ଼ିକୁ ବ୍ୟବଛେଦ ନିମନ୍ତେ ପଠାଇ ଦିଆଯିବ ବା ସହ ପୁରୁଷୋତ୍ତମପୁର ପୋଲିସ୍ ଘଟଣାର ଅନୁସନ୍ଧାନ ଆରମ୍ଭ କରିଦେଇଛନ୍ତି। -ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.