Home ଜିଲ୍ଲା ପରିକ୍ରମା ବ୍ରିଜ୍ ପ୍ରୋଟେକ୍ସନ ୱାଲ୍ ନିର୍ମାଣ ହୋଇନି : ବନ୍ୟା ଆସିଲେ ବନ୍ଧ ଭୁଶୁଡିବ

ବ୍ରିଜ୍ ପ୍ରୋଟେକ୍ସନ ୱାଲ୍ ନିର୍ମାଣ ହୋଇନି : ବନ୍ୟା ଆସିଲେ ବନ୍ଧ ଭୁଶୁଡିବ

90

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥର ବନ୍ତ ବ୍ଲକ୍ ଅଧୀନ ଟିଲୋ ବଡସାହିଠାରେ କପାଳୀ ନଦୀ ଉପରେ ନିର୍ମାଣ ହୋଇଥିବା ସେତୁର ଦୁଇ ପାଶ୍ୱର୍ରେ ପ୍ରୋଟେକ୍ସନ ୱାଲ ନିର୍ମାଣ ହୋଇନଥିବାରୁ ବନ୍ୟା ସମୟରେ ଦୁଇ ପାଶ୍ୱର୍ ଭୁଶୁଡି ପଡିବା ଆଶଙ୍କା ଦେଖାଦେଇଛି । ସେହିପରି ରାସ୍ତା ଓ ସେତୁ ନିର୍ମାଣ ବେଳେ ଅଧିକାରୀମାନେ ତଦାରଖ କରୁନଥିବାରୁ ମନୋମୁଖୀ କାର୍ଯ୍ୟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଗତ ୨୦୦୯ ମସିହାରେ ବିଶ୍ୱ ବ୍ୟାଙ୍କ ଅନୁଦାନରେ ଠିକାଦାର ସଂସ୍ଥା ଦ୍ୱାରା ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୫ ବର୍ଷ ମଧ୍ୟରେ ଶେଷ ହେବାକୁ ଥିଲା । ମାତ୍ର ଏହା ମଧ୍ୟରେ ୧୧ ବର୍ଷ ବିତିଯାଇଥିଲେ ମଧ୍ୟ ରାଜପଥର କେତେକ ସ୍ଥାନରେ କାମ ଅଧପନ୍ତରିଆ ହୋଇ ପଡିରହିଛି । ନିର୍ମାଣ କାର୍ଯ୍ୟ ଆରମ୍ଭ ଠାରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ରୁ ୪ଟି ଠିକାଦାରୀ ସଂସ୍ଥା କାର୍ଯ୍ୟ କରି ଯାଇସାରିଲେଣି । ଗତ ୩ ବର୍ଷ ତଳେ ଏକ ଠିକାଦାରୀ ସଂସ୍ଥା ଏହି ରାଜପଥର ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତି । ଟିଲୋ ତାଳପଦା ଛକ ଠାରୁ ଗ୍ରେନଗୋଲା ଛକ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଏବେ ସୁଦ୍ଧା ଚାଲିଛି । ଏହି କାର୍ଯ୍ୟ ମଧ୍ୟରେ ଟିଲୋ ବଡସାହିଠାରେ କପାଳୀ ନଦୀ ଉପରେ ଏକ ବ୍ରିଜ୍ କାର୍ଯ୍ୟ ରହିଛି । ଏବେ ଏହି ବ୍ରିଜ୍ କାର୍ଯ୍ୟ ସରିଯାଇଥିବାବେଳେ ଯାନବାହନ ଚଳାଚଳ କରୁଛି । ହେଲେ ବ୍ରିଜ୍‌ର ଦୁଇ ମୁଣ୍ଡ ତଥା ସଂଯୋଗସ୍ଥଳ ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରୋଟେକ୍ସନ ୱାଲ୍ ନିର୍ମାଣ କରାନଯାଇ ଖାଲି ମାଟି ପିନ୍ଧା ଯାଇଥିବା ଦେଖାଯାଇଛି । ସେହିପରି ବ୍ରିଜ୍ ଶେଷ ଭାଗ ତଥା ନଦୀ ଭିତରକୁ ବାଉଁଶ ବାଡା କରାଯାଇ ମାଟି ପିନ୍ଧା ଯାଇଛି । ଏହାଦ୍ୱାରା ବନ୍ୟା ସମୟରେ ବ୍ରିଜ୍‌ର ଦୁଇ ମୁଣ୍ଡ ଭୁଶୁଡି ପଡିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେହିପରି ଟିଲୋ ମାଳିସାହି ଛକଠାରେ ପୁରୁଣା ରାସ୍ତାର ପିଚୁ ଉପରେ ରାସ୍ତା ନିର୍ମାଣ ହୋଇଛି । ଫଳରେ ଏହି ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ମାଣ କାର୍ଯ୍ୟକୁ ବିଶ୍ୱ ବ୍ୟାଙ୍କର କୌଣସି ଅଧିକାରୀ ତଦାରଖ କରୁନଥିବା ଦେଖାଯାଇଛି । ଫଳରେ ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ମନୋମୁଖୀ କାର୍ଯ୍ୟ କରୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.