Home ଓଡ଼ିଶା ବ୍ରାଉନ୍ ସୁଗାର ଜବତ; ୨ ଗିରଫ

ବ୍ରାଉନ୍ ସୁଗାର ଜବତ; ୨ ଗିରଫ

63

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବାବେଳେ ରାଣୀତାଲ ନିକଟରୁ ୨ ଜଣ ବାଇକ୍ ଆରୋହୀଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧୫ ଗ୍ରାମ ଲେଖାଏଁ ୩୦ ଗ୍ରାମର ୨ ପ୍ୟାକେଟ୍ ବ୍ରାଉନ୍ ସୁଗାର ଜବତ କରିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗ୍ରାମାଞ୍ଚଳ ପୁଲିସ୍ ରାଣୀତାଲ ନିକଟରେ ରାତି ୧ଟା ସମୟରେ ପାଟ୍ରୋଲିଂ କରୁଥିବାବେଳେ ଜଗଦଲପୁର କେନାଲ ରୋଡ୍‌ରେ ଓଡ଼ି-୨୨ଆର-୧୧୪୧ ନମ୍ବରର ଏକ ଟିଭିଏସ୍ ଆପାଚି ବାଇକ୍ ନେଇ ଯାଉଥିବା ୨ ଜଣ ଯୁବକଙ୍କୁ ସନ୍ଦେହ କରି ଅଟକାଇଥିଲା। ତେବେ ସେମାନେ ପୁଲିସ୍‌କୁ ଦେଖି ଖସିଯିବାକୁ ଚେଷ୍ଟା କରୁଥିଲେ ମଧ୍ୟ ବିଫଳ ହୋଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ନିକଟରୁ ୩୦ ଗ୍ରାମ ଓଜନର ୨ଟି ବ୍ରାଉନ୍ ସୁଗାର ପ୍ୟାକେଟ ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ପୁଲିସ୍ କହିଛି। ତେବେ ଗିରଫ ୨ ଜଣ ଯୁବକ ବଉଳପୋଖରୀ ଅଂଚଳର ବନମାଳୀ ମଲିକ ଓ ବାପି ଓରଫ ଭରତ ମଲିକ ବୋଲି ଜଣାପଡିଛି। ଯାହାର ଥାନା କେଶ୍ ନଂ ୫୨୭/୨୦, ଦଫା ୨୧ (ଖ), ଏନ୍‌ଡିପିଏସ୍ ଆକ୍ଟ ରୁଜୁ ହୋଇଛି। ସେମାନଙ୍କ ନିକଟରୁ ବ୍ରାଉନ୍ ସୁଗାର ସହ ସେମାନେ ବ୍ୟବହାର କରୁଥିବା ମୋଟର ସାଇକେଲ୍ ଓ ୨ଟି ମୋବାଇଲ୍ ଜବତ କରି ଆଜି କୋର୍ଟ ଚାଲାଣ କରିଥିବାର ଜଣାପଡିଛି। ଏହି ଘଟଣାରେ ଥାନାଧିକାରୀ ଆଲୋକ କୁମାର ଜେନାଙ୍କ ନିର୍ଦ୍ଦେଶ ମୂଳେ ଏସ୍‌ଆଇ ସିକେ ଗୋଚ୍ଛି ଘଟଣାର ତଦନ୍ତ କରୁଛନ୍ତି। ଏହାପଛରେ ଥିବା ରାକେଟ୍‌କୁ ଧରିବା ପାଇଁ ପୁଲିସ୍ ଜାଲ ବିଛାଇଥିବା ବିଷୟ ଥାନାଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.