Home ଅପରାଧ ବ୍ରାଉନସୁଗାର ଜବତ୍‌ – ଜଣେ ଗିରଫ

ବ୍ରାଉନସୁଗାର ଜବତ୍‌ – ଜଣେ ଗିରଫ

63

ବାଲେଶ୍ୱର, ୧୭ା୧୦ (ଓଡ଼ିଆ ପୁଅ/ଅଭୟ ଦାସ) : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ଉ ହୋଇ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ବସ୍ତା ଥାନା ଅନ୍ତର୍ଗତ ସଦାନନ୍ଦପୁର ଅଞ୍ଚଳର ନବଘନ ସାହୁଙ୍କ ପୁତ୍ର କ୍ଷୀରୋଦ କୁମାର ସାହୁ(୪୦)। ତାଙ୍କଠାରୁ ୧୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ୍ କରାଯାଇଛି। ଜଳେଶ୍ୱର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱର ଯିବା ପାଇଁ ବାଲେଶ୍ୱର ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିବା ବେଳେ ଅବକାରୀ ଟିମ୍ ତାଙ୍କୁ ଗିରଫ କରିଥିଲା। କ୍ଷୀରୋଦ ନିୟମିତ ବ୍ରାଉନସୁଗାର ଚାଲାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ନେଇ ପୂର୍ବରୁ ଜିଲ୍ଲା ଅବକାରୀ ବିଭାଗ ନିକଟରେ ସୂଚନା ଥିଲା। ସେହିହକ୍ରମରେ ତା’ଉପରେ ବିଭାଗର ନଜର ଥିଲା। ଆଜି ବିଶ୍ୱସ୍ତ ସୂତ୍ରରରୁ ଖବର ପାଇ ଅବକାରୀ ଟିମ୍ ବସ୍‌ଷ୍ଟାଣ୍ଡରୁ କ୍ଷୀରୋଦକୁ ଗିରଫ କରିଥିଲା। ଜବତ୍ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଲକ୍ଷେରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.