Home ଓଡ଼ିଶା ବୋଲେରୋ ସହ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ଦୁଇ ଗୁରୁତ୍ବର

ବୋଲେରୋ ସହ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ଦୁଇ ଗୁରୁତ୍ବର

84

ହରିଚନ୍ଦନପୁର,ତା ୧୪ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଆନ୍ତର୍ଗତ ବଳିପର୍ବତ ୱେଲକମ ଗେଟ୍ ନିକଟରେ ବୋଲେରୋ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଏକ ବୋଲେରୋ ଗାଡି ଦୈତାରୀ ଅଭିମୁଖେ ଯାଉଥିବା ବେଳେ ଦୈତାରୀ ୱେଲକମ୍ ଗେଟ୍ ନିକଟରେ ସମ୍ମୁଖରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଧକ୍କା ହେବା ଫଳରେ ବାଇକ ବସିଥିବା ୩ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହାତ ହୋଇଥିଲେ । ଖବର ପାଇ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ବାଇକରେ ଥିବା ତିନିଜଣ‌ ତିନିପୋଲିଆ ପଞ୍ଚମ ଗ୍ରାମର ବୋଲି ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଉଭୟ ଗାଡିକୁ ଦୈତାରୀ ପୋଲିସ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.