Home ଓଡ଼ିଶା ବୋଲେରୋ -ବାଇକ ମୁହାଁମୁହିଁ ଧକ୍କାରେ ଗୁରୁତର ହେଲେ ବାଇକ ଚାଲକ

ବୋଲେରୋ -ବାଇକ ମୁହାଁମୁହିଁ ଧକ୍କାରେ ଗୁରୁତର ହେଲେ ବାଇକ ଚାଲକ

67

ନବରଙ୍ଗପୁର ୨୫-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଗତକାଲି ଅପରାହ୍ନ ସମୟରେ ବୋଲେରୋ ସହ ବାଇକର ମୁହାଁମୁହିଁ ଧକ୍କାହେବା ଫଳରେ ବାଇକ ଚାଳକ ଜଣକ ଗୁରୁତର ଥିବା ବେଳେ ବୋଲେରୋ ରେ ଆସିଥିବା ଜଣେ ମହିଳା ର ଗୋଡ଼ ଭାଙ୍ଗିଯାଇଥିବା ଜଣାପଡିଛି। ସୂଚନା ମୁତାବକ ଝରୀଗାଁ ବ୍ଲକ ହାତୀବାଡ଼ି ଗ୍ରାମ ବିଦ୍ୟାଧର ଗୌଡ଼ ଙ୍କ ପୁଅ ରତ୍ନାକର ଗୌଡ଼ ଚନ୍ଦାହାଣ୍ଡି ରୁ ନିଜର କାମ ସାରି ହିରୋ ଏଚ୍ ଏଫ୍ ଡିଲକ୍ସ ବାଇକ ଯୋଗେ ଫେରୁଥିବା ସମୟରେ ଚନ୍ଦାହାଣ୍ଡି ଘାଟି ତଳ କାକରପାଣି ଗାଁ ନିକଟରେ ବିପରୀତ ଦିଗରୁ ଯାଉଥିବା ବୋଲେରୋ (ଓ ଡି ୨୪ଏ ୫୩୦୭) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଲେରୋଟି ଭାରସାମ୍ୟ ହରେଇ ରାସ୍ତା କଡ଼କୁ ଖଡିପଡିଥିଲା। ସୂଚନା ମୁତାବକ ବୋଲେରୋ ଟି ଝରୀଗାଁରୁ ଚନ୍ଦାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ଝରୀଗାଁ ଠାରେ ବୋଲେରୋକୁ ଅଟକେଇ ସେଥିରେ ବତାଝରଣ ଗ୍ରାମର ଫୁଲସିଂ ମାଝୀ ଏବଂ ତାଙ୍କ ସ୍ତ୍ରୀ ସୁକାଲୁ ଦେଇ ମାଝୀ ଉକ୍ତ ବୋଲେରୋରେ ଚନ୍ଦାହାଣ୍ଡି ଅଭିମୁଖେ ଯିବାକୁ ବାହାରିଥିଲେ। ଉକ୍ତ ଦୁର୍ଘଟଣା ରେ ସୁକାଲୁ ଦେଇ ମାଝୀ ଙ୍କ ମଧ୍ୟ ଗୋଡ଼ ଭାଙ୍ଗିଯାଇଥିବା ବେଳେ ବାଇକ ଆରୋହୀ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ବାଇକ ଆରୋହୀ ରତ୍ନାକର ଗୌଡ଼ଙ୍କ ଗୋଡ଼ ଓଲଟି ପଡ଼ିଥିବା ବେଳେ ଓ ଅଣ୍ଟା ଉପରେ ବୋଲେରୋ ଚକା ଚଡ଼ିଯାଇ ତାର ଯୌନାଙ୍ଗରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ସୂଚନା ପାଇ ଘଟଣାସ୍ଥଳରେ ଚନ୍ଦାହାଣ୍ଡି ସହ ଉପ ନିରୀକ୍ଷକ ହୃଷିକେଶ ପଟେଲ ଏବଂ ତହସିଲଦାର ନୀଳାମ୍ବର ପୂଜାରୀ ପହଂଚି ଚନ୍ଦାହାଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଏବଂ ଏମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦୁଇଜଣଙ୍କୁ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ତେବେ ସୁକାଲୁ ଦେଇ ଗୁରୁତର ଥିବାବେଳେ ରତ୍ନାକର ଗୌଡ଼ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.