Home ଓଡ଼ିଶା  ବୋରବରଝର ଖଣି ଉପରେ ସରକାର ଙ୍କ ଲୋଲୁପ ଦୃଷ୍ଟିକୁ ବିରୋଧ କରୁଛନ୍ତି ଗ୍ରାମବାସୀ

 ବୋରବରଝର ଖଣି ଉପରେ ସରକାର ଙ୍କ ଲୋଲୁପ ଦୃଷ୍ଟିକୁ ବିରୋଧ କରୁଛନ୍ତି ଗ୍ରାମବାସୀ

84

ନୟାଗଡ/୦୬/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ତହସିଲ ଝାରପଡା ରେଭେନ୍ୟୁ ସର୍କଲ ବୋରବରଝର ମୈାଜା ହେଉଛି ଏକ ଆଦିବାସୀ ଗ୍ରାମ । ଏହି ମୈାଜାର ମାଟି ତଳେ ରହିଛି କୋଟି କୋଟି ଟଙ୍କାର ମାଙ୍କଡା ପଥର । ଏହି ମୈାଜା ରେ ସରକାର ଏକ ସୈରାତ ନିଲାମ ଦେଇଛନ୍ତି କିନ୍ତୁ ଆଉ ଏକ ସୈରାତ ନିଲାମ କରିବା ପାଇଁ ନୋଟିସ କରିଛନ୍ତି । ଯାହାକୁ କି ଗ୍ରାମର ମହିଳା ଓ ପୁରୁଷ ମାନେ ବିରୋଧ କରି ରଣପୁର ତହସିଲଦାର ଓ ନୟାଗଡ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । କାରଣ ନିଲାମ ହେବାକୁ ଥିବା ଜାଗାରେ ଆଦିବାସୀ ମାନେ କାଜୁ ଗଛ , ଆକାସିଆ ଗଛ ଓ ପଟାସ ଗଛ ଦୀର୍ଘ ୯୦ ବର୍ଷ ହେଲା ଲଗାଇ ସେଥିରୁ ମିଳୁଥିବା କାଜୁ ଓ ଶୁଖିଲା କାଠ ବିକ୍ରୟ କରି ଜୀବନ ଜୀବିକା ଚଳାଇ ଆସୁଛନ୍ତି । ସରକାର ଏହି ଜାଗା କୁ ନିଲାମ କରି ଖଣି ମାଫିଆ ମାନଙ୍କୁ ଦେଲେ ପରିବେଶ ପ୍ରଦୁଷଣ ହେବା ସାଙ୍ଗକୁ ଆଦିବାସୀ ମହିଳା ଓ ପୁରୁଷ ମାନେ ଜୀବନ ଜୀବିକା ହରାଇ ବାହାର ରାଜ୍ୟ କୁ ଯାଇ ଦାଦନ ଖଟିବା ପାଇଁ ବାଧ୍ୟ ହେବେ ।

ତେଣୁ ଆଦିବାସୀ ମାନେ ସରକାର ଉକ୍ତ ଜାଗାରେ ଖଣି ଖନନ ପାଇଁ ନିଲାମ କଲେ  ରାଜ ରାସ୍ତା କୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅପର ପକ୍ଷେ ପୁର୍ବରୁ ସରକାର ନିଲାମ ଦେଇଥିବା ଖଣିର ପ୍ରାବଧାନ ଅନୁଯାଇ ଖଣି ନିଲାମ ଧାରି ନିଲାମ ନେଇଥିବା ସ୍ଥାନରୁ ପଥର ଖନନ ପରେ ମାଟି ବାଲି ପକାଇ ସମାନ କରିବା କଥା ଏବଂ ପରିବେଶ ରକ୍ଷା ପାଇଁ ଏହି ଅଂଚଳ ରେ ବନୀକରଣ କରିବା କଥା । କିନ୍ତୁ ପ୍ରଶାସନିକ ଅଧିକାରୀ ମାନେ ସେଥିପ୍ରତି ଦୃଷ୍ଟି ନଦେଇ କେବଳ ରାଜସ୍ୱ ଆଦାୟ ବାହାନା ରେ ନିଲାମ କରିଚାଲିଛନ୍ତି । ଏ ସର୍ମ୍ପକେ ରେଭେନ୍ୟୁ ସୁପରଭାଇଜର ପ୍ରମୋଦ ବେହେରାଙ୍କୁ ଯୋଗାଯୋଗ କରିବାରେ କହିଛନ୍ତି ଯେ ଅଭିଯୋଗ ସର୍ମ୍ପକେ ମୁଁ ଜାଣିନାହିଁ । ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ଙ୍କୁ ଫୋନ୍ ଯୋଗେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ଏ ସର୍ମ୍ପକେ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଙ୍କ ସହ ଯୋଗାଯୋଗ କରିଥିବା ବେଳେ ସେ ଅଭିଯୋଗ ସର୍ମ୍ପକେ ଜାଣି ନାହାଁନ୍ତି ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.