Home କେନ୍ଦ୍ରାପଡ଼ା ବେଣାଜୋରୀ ବଟ ମହାପୁରୁଷ ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ସମାପିତ

ବେଣାଜୋରୀ ବଟ ମହାପୁରୁଷ ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ସମାପିତ

59

କେନ୍ଦ୍ରାପଡ଼ା, ୧୭ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ମାଳିକା ବର୍ଣ୍ଣିତ ଶ୍ରୀ ଶ୍ରୀ ବେଣାଜୋରୀ ବଟ ମହାପୁରୁଷ ପରିସରରେ ସପ୍ତଦଶତମ ଅଖଣ୍ଡ ବିଶ୍ୱଶାନ୍ତି ମହାଯଜ୍ଞ ବୈଦିକ ରିତୀନୀତି ଅନୁଯାଇ ମହାଆଡମ୍ବରରେ ସମାପିତ ହୋଇଯାଇଛି। କୋଭିଡ କଟକଣା ଯୋଗୁଁ ଦୁଇବର୍ଷ ଧରି ଏହି କାର୍ଯ୍ୟକ୍ରମରେ ଭକ୍ତ ଓ ଭଗବାନଙ୍କ ମିଳନ ସମ୍ଭବ ହୋଇପାରିନଥିଲା। ଚଳିତ ଯଜ୍ଞରେ ବଟ ମହାପୁରୁଷଙ୍କ ପରିସରରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଯୋଗଦାନ ଭକ୍ତି ଓ ଭାବନାର ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ଏଭଳି ସଂଖ୍ୟାରେ ଭକ୍ତଙ୍କ ଆଗମନ ବଟ ମହାପୁରୁଷଙ୍କ ପରିସରକୁ ଉତ୍ସବ ମୁଖର କରିଦେଇଥିଲା। ଏହି କାର୍ଯ୍ୟକ୍ରମକୁ ବେଣାଜୋରୀ ବଟ ସେବା ପରିଷଦର ସଭାପତି ରଞ୍ଜନ କୁମାର ମହାନ୍ତିଙ୍କ ସମେତ ସମ୍ପାଦକ ଓ କର୍ମକର୍ତ୍ତାମାନେ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ। ବଟବାବା କ୍ରୀକେଟ କ୍ଲବର ସମସ୍ତ ସଦସ୍ୟ ଆନନ୍ଦ ବଜାରରେ ଅନୁଷ୍ଠିତ ପ୍ରସାଦ ସେବନ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.