Home ଗଞ୍ଜାମ ବେଗୁନିଆପଡ଼ା ବ୍ଳକ ମାଟ୍ରିକ ଟପ୍ପର ହେଲେ ରାଜେଶ ପଣ୍ଡା

ବେଗୁନିଆପଡ଼ା ବ୍ଳକ ମାଟ୍ରିକ ଟପ୍ପର ହେଲେ ରାଜେଶ ପଣ୍ଡା

731

କୋଦଳା :୨୨/୦୫ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ )ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ଏବଂ ଚଳିତ ବର୍ଷ ମଧ୍ୟ ଛାତ୍ରକଂ ତୁଳନାରେ ଛାତ୍ରୀଙ୍କ ପ୍ରଦର୍ଶନ ଭଲ ରହିଥିବା ଜଣାପଡ଼ିଛି ।ବେଗୁନିଆପଡ଼ା ବ୍ଳକର ମର୍ଦ୍ଦମେଖ ୟୁ ଜି ହାଇସ୍କୁଲର ରାଜେଶ ପଣ୍ଡା ମୋଟ ୫୨୪ ନମ୍ବର ୮୭.୩ ଶତକଡା ରଖି ବ୍ଲକ ଟପ୍ପର ଭାବେ ଯୋଗ୍ଯ ବିବେଚିତ ହୋଇଛନ୍ତି। ରାଜେଶଙ୍କ ନିଜ ଘର କବିସୂର୍ଯ୍ୟନଗର ବ୍ଲକର ଏ ବରିଡ଼ା, କିନ୍ତୁ ସେ ବେଗୁନିଆପଡ଼ା ବ୍ଳକର ମର୍ଦ୍ଦମେଖ ଠାରେ ନିଜ ମଉସାକଂ ଘରେ ରହି ପାଠ ପଢୁଥିଲେ। ପିତା ମାତା ବାହାର ରାଜ୍ୟରେ ରହୁଥିବା ବେଳେ ପୁଅର ଏହି ସଫଳତା ପାଇଁ ପରିବାରରେ ଖୁସିର ଲହରୀ ଖେଳିଯାଇଛି।ଏହି ସଫଳତା ପାଇଁ ରାଜେଶଙ୍କ ମଉସା, ମାଉସୀ ଓ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି ରାଜେଶ। ଦିନକୁ ୮ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରି ପାଠ ପଢୁଥିବା ଏବଂ ଆଗକୁ ଆହୁରି ଅଧିକ ପରିଶ୍ରମ କରି ଉଚ୍ଚ ଶିକ୍ଷା ପାଇଁ ଆହୁରି ଭଲ ପ୍ରସ୍ତୁତି ହୋଇ ଜଣେ ଡାକ୍ତର ହେବାକୁ ଆଶା ରଖିଛନ୍ତି ରାଜେଶ ।ଏହି ସଫଳତା ପରେ ମର୍ଦ୍ଦମେଖ ତଥା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.