Home ଅପରାଧ ବେକରେ ଓଢ଼ଣୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବେକରେ ଓଢ଼ଣୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

173

ହରିଚନ୍ଦନପୁର,ତା ୨୫ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କାଦୁଅଡିହା ଗ୍ରାମର ମଳୟ ସାହୁଙ୍କ ଝିଅ ମହେଶ୍ୱତା ସାହୁ(୧୮) ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଖବର ଅନୁଯାୟୀ ଆଜି ମହେଶ୍ୱତା ବ୍ୟାଙ୍କ୍ କାମରେ ହରିଚନ୍ଦନପୁର ଆସିଥିଲେ । ସେଠାରୁ ଅପରାହ୍ନରେ ଘରକୁ ଫେରିବା ପରେ ଘରେ କେହି ନଥିବାର ସୁଯୋଗ ନେଇ କୌଣସି କାରଣରୁ ଘରର କବାଟ ଦେଇ ଭିତରେ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଘରର ଝରକାରେ ପଡୋଶୀ ମହେଶ୍ବତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ କବାଟ ଭାଙ୍ଗି ଉଦ୍ଧାର କରି ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ମହେଶ୍ୱତାଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଗ୍ରାମବାସୀ କହିବା ଅନୁସାରେ ଗତ କିଛି ଦିନ ହେବ ମହେଶ୍ୱତାଙ୍କ ଭଅଁରପୁର ଗ୍ରାମର ଜଣେ ଯୁବକ ସହ ନିବିଡ଼ ପ୍ରେମ ସମ୍ପର୍କ ଗଢିଉଠିଥିଲା । ସେହି ପ୍ରେମ ସମ୍ପର୍କରେ କୌଣସି କାରଣକୁ ନେଇ ମହେଶ୍ୱତା ଆତ୍ମହତ୍ୟାର ବାଟ ବାଛି ନେଇଥିଲେ । ବ୍ୟବଚ୍ଛେଦ ରିପୋର୍ଟ ସହ ପୋଲିସର ତଦନ୍ତ ପରେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.