Home ଜିଲ୍ଲା ପରିକ୍ରମା ବେଆଇନ ମାଟି ଖୋଳା ରୋକିବାକୁ ଜିଲାପାଳଙ୍କ ନିକଟରେ ଦାବି

ବେଆଇନ ମାଟି ଖୋଳା ରୋକିବାକୁ ଜିଲାପାଳଙ୍କ ନିକଟରେ ଦାବି

6

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବିଶୋଳ ଓ କୁଲଣା ରାଜସ୍ୱ ଗ୍ରାମରେ ଥିବା ବିସ୍ତୀର୍ଣ୍ଣ ଗୋଚର ଓ ଅନାବାଦୀ ଜମିରୁ ବେଆଇନ ଭାବେ ମାଟି ଖୋଳି ନିଆଯାଇ ବ୍ୟବସାୟ କରାଯାଉଥିବାରୁ ଭଦ୍ରକ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି ଜଣାଇଛନ୍ତି।ବେଆଇନ ଭାବେ ମେସିନରେ ଖୋଲାଯାଇ ଶହ ଶହ ଟ୍ରିପ ମାଟି ଚାଲାଣ କରି ମାଫିଆ ମାନେ ଅର୍ଥ ରୋଜଗାର କରୁଥିବା ବେଳେ ଗୋରୁଗାଈ ଓ ଅନ୍ୟ ଗୃହ ପାଳିତ ପ୍ରାଣୀ ଓ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଖୋଳାଯାଉଥିବା ନାଳରେ ପଡ଼ି ଗୋରୁଗାଈ ଦୁର୍ଦ୍ଦଶାର ଶିକାର ହେଉଛନ୍ତି।ଏ ସମ୍ପର୍କରେ ସୂଚନା ଦିଆଗଲା ପରେ ବି ସ୍ଥାନୀୟ ରାଜସ୍ୱ କର୍ମଚାରୀ, ପୁଲିସ କୌଣସି ପଦକ୍ଷେପ ନେଉନାହାନ୍ତି ବରଂ ତହସିଲର କର୍ମଚାରୀଙ୍କ ପ୍ରୋତ୍ସାହନରେ ଏହି କାରବାର ହେଉଛି ବୋଲି ଅଭିଯୋଗ କରି ସୁରେଶ ଜେନା,ବିଦ୍ୟାଧର ଜେନା, ଧନେଶ୍ୱର ଜେନା, ରଘୁ ଜେନା ପ୍ରମୁଖଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଅଭିଯୋଗ ପତ୍ର ଭଦ୍ରକ ଜିଲାପାଳଙ୍କୁ ଦିଆଯାଇଛି।ଜିଲାପାଳ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀମାନେ ଦାବି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.