Home କେନ୍ଦୁଝର ବେଆଇନ ଭାବେ ଚାଲିଛି ଡିମିରିଆ ବାଲିଘାଟ, ତୁରନ୍ତ ବନ୍ଦ ପାଇଁ ଗ୍ରାମବାସୀଙ୍କ ଦାବି

ବେଆଇନ ଭାବେ ଚାଲିଛି ଡିମିରିଆ ବାଲିଘାଟ, ତୁରନ୍ତ ବନ୍ଦ ପାଇଁ ଗ୍ରାମବାସୀଙ୍କ ଦାବି

109

ହାଟଡ଼ିହି, ୧ । ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ତହସିଲର ଡିମିରିଆ ବୈତରଣୀ ବାଲିଘାଟଟି ବେଆଇନ ଭାବେ ଚାଲି ଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବାକୁ ଗ୍ରାମବସୀମାନେ ଦାବି କରିଛନ୍ତି । ଏହାକୁ ତହସିଲ ପକ୍ଷରୁ ୫ବର୍ଷୀୟା ଲିଜ ଦିଆଯାଇଥିବାବେଳେ ଏହାର ଲିଜ ଅବଧି ସରିଯାଇଥିଲେ ମଧ୍ୟ କିଛି ପ୍ରଶାସନିକ ଅଧିକାରୀଙ୍କୁ ହାତକରି ଏହା ବେଆଇନ ଭାବେ ଚଲାଯାଉଛି । ଦୈନିକ ଶହଶହ ଟ୍ରକ, ହାଇୱା ଓ ଟ୍ରାକ୍ଟର ଯୋଗେ ବାଲି ଚାଲାଣ କରାଯାଉଥିବାରୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ଘଟୁଛି । ଏନେଇ କିଛି ଗ୍ରାମବାସୀ ଗତ କିଛି ମାସ ହେବ ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଆଦୌ ଗୁରୁତ୍ୱ ନଦେଇ ଗ୍ରାମବାସୀଙ୍କୁ ଭୁଆଁ ଭୁଲାଉଥିବା ଅଭିଯୋଗ ହେଉଛି । ଗତକାଲି ଡିମିରିଆ ଗ୍ରାମର ୪୦ରୁ ଉର୍ଦ୍ଧ ଯୁବକ ଏ ସମ୍ପର୍କରେ ଆସି ତହସିଲଦାରଙ୍କୁ ଅଭିଯୋଗ କରିବା ସହିତ ସୁଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିବାକୁ ଚାହିଁ ଥିଲେ ମଧ୍ୟ ତିରିଶ ଦିନ ପରେ ଦିଆଯିବ ବୋଲି କହିବାରୁ ଯୁବକମାନେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ରିବାକୁ ଯାଇଥିଳେ । ଏହି ବାଲିଘାଟରେ ଗୋଟିଏ ରୟଲଟିରେ ୩/୪ଥର ବାଲି ଚାଲାଣ ହେଉଥିବା ନେଇ ମଧ୍ୟ ଅଭିଯୋଗ ହେବାସହ ଜାଲ ରୟଲଟିରେ ବାଲି ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି । ଗତ ଦୁଇଦିନ ତଳେ ଏକ ବାଲିଗାଡିକୁ ଅଟକାଇବା ପରେ ଗାଡିକୁ ଦିଆଯାଇଥିବା ଚାଲାଣରେ ୧୨/୦୪/୨୦୧୯ ତାରିଖରେ ଇସୁ ହୋଇଥିବା ରୟଲଟି ପେପର ଦିଆଯାଇଥିବା ଦେଖିବାକୁ ମିଳିଥିଲା । ସାଧାରଣତଃ ପ୍ରତ୍ୟେକ ରୟଲଟି ମାର୍ଚ୍ଚ ମାସରେ ହିଁ ଇସୁ କରାଯାଇଥାଏ ଓ ଯାହା ବଳକା ରହିଥାଏ ତାକୁ ବର୍ଷର ଶେଷ ଦିନରେ ଡ଼େରସ୍ତ କରାଯାିଥାଏ । କିନ୍ତୁ ଏଠାରେ ପୁର୍ବବର୍ଷ ମାନଙ୍କର ରୟଲଟି ପେପର ଦିଆଯାଇ ବାଲି ଚାଲାଣ କରାଯାଉଛି । ଏ ବାବଦରେ ସମସ୍ତେ ଜ୍ଞାତ ଥିଲେବି କେହି ସେଥିପ୍ରତି ଦୃଷ୍ଟି ଦେଉ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ରାସ୍ତାରୁ ବାଲି ଟ୍ରକ ଅଟକାଇ ଜୋରିମାନା କରାଯାଉଥିବାବେଳେ ଏକ ବେଆଇନ ବାଲି ଘାଟକୁ କାହିଁକି ବନ୍ଦ କରାଯାଉନି ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି । ନିୟମାନୁଯାଇ ଲୋକମାନଙ୍କ ଦ୍ୱାରା ବାଲି ଉତ୍ତୋଳନ କରିବାକୁ ସରକାରୀ ନିୟମ ଥିବାବେଳେ ଏଠାରେ ଆରମ୍ଭ ଦିନଠାରୁ ମେସିନି ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଛି । ଫଳରେ ଏ ଅଞ୍ଚଳର ଲୋକମାନେ କର୍ମସଂସ୍ଥାନରୁ ବଞ୍ଚିତ ହେଉଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେଇ ଏହି ବେଆଇନି ବାଲିଘାଟକୁ ବନ୍ଦ କରିବା ସହିତ ନୁତନ ଭାବେ ଏହି ବାଲିଘାଟକୁ ନିଲାମ କରାଯିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.