Home ଓଡ଼ିଶା ବେଆଇନ ଭାବେ ଗଜେଂଇ ଚୋରାଚାଲାଣ କରି ଗିରଫ ହୋଇଥିବା ପୁଲିସ କନେଷ୍ଟବଳ ଙ୍କୁ କୋର୍ଟକୁ ପଠାଗଲା

ବେଆଇନ ଭାବେ ଗଜେଂଇ ଚୋରାଚାଲାଣ କରି ଗିରଫ ହୋଇଥିବା ପୁଲିସ କନେଷ୍ଟବଳ ଙ୍କୁ କୋର୍ଟକୁ ପଠାଗଲା

28

ମାଲକାନଗିରି,୨୫ା୨ (ଓଡିଆ ପୁଅ ) ବେଆଇନ ଭାବେ ଗଜେଂଇ ଚୋରାଚାଲଣ କରି ଗିରଫ ହୋଇଥିବା ପୁଲିସ କନେଷ୍ଠବଳଙ୍କୁ ଆଜି ଜିଲ୍ଲା ଅବକାରୀ ବିଭାଗ କୋର୍ଟଚଲାଣ କରିଛନ୍ତି । ଆଜି ସକାଳେ ଜିଲ୍ଲାଅବକାରୀ ବିଭାଗ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜବତ ପିକଅଫ ଗାଡି ୮କୁଟାଂଲ ଗଜେଂଇ ସହ ଚାଲାଣ କାରି ଅଭିଯୁକ୍ତ ପୁଲିସ କନେଷ୍ଟବଳ ସଜିଂବ ହିରାଙ୍କୁ ପ୍ରଦର୍ଶନ କରି ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠ ଚାଲାଣକାରୀ ପୁଲିସ କନେଷ୍ଟବଳ ଙ୍କୁ କିପରି ଧରା ଗଲା ସେସଂପର୍କରେ କହିଥିଲେ । ବୁଧବାର ଦିନ ଚିତ୍ରକୋଣ୍ଡା ଖଡିକା ଜୋଡି ଅଚଂଳରୁ ଏକ ପଣସ ଓ ବୋଇତାଳୁ ବୋଝେଇ ଟ୍ରକରେ ଚୋରା ଗଜେଂଇ ଆସୁଥିବା ଓ ସେଗୁଡିକ ଛତିଶଗଡ ରାଇପୁରକୁ ଚାଲାଣ ହେବାର ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ଜିଲ୍ଲାଅବକାରୀ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନେତୃତ୍ୱରେ ଅବକାରୀ ଇନିସପେକ୍ଟର ଗଙ୍ଗା ପାଇକରାୟ ପ୍ରମୁଖ ଅବକାରୀ ବିଭାଗ କର୍ମଚାରୀ ମାନେ ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତାରେ ଜଗିରହିଥିଲେ । କୋରକୁଣ୍ଡା ପୋଟ୍ରେଲ ରାସ୍ତାରେ ଏକ ପିକଅପଭ୍ୟାନ ଦୃତଗତିରେ ମାଲକାନଗିରି ଅଭିମୁଖେ ପଳାଉଥିବାର ଦେଖି ତାଙ୍କୁ ଗୋଡାଇ ଧରିଥିଲେ । ଗାଡିଟିକୁ ଗୋଡାଇବା ସମୟରେ ଗାଡି ଚାଳକ ଅବକାରୀ ବିଭିଗ କର୍ମଚାରୀଙ୍କ ଉପରେ ଗାଡି ଚଢାଇଦେଇ ପଳାଇବା ପାଇଁ ଚେଷ୍ଟାକରୁଥିବା ବେଲେ କୌଶଳକ୍ରମେ ଗାଡିଟିକୁ ଅଟକାଇଥିଲେ । ଉକ୍ତ ଗାଡିଟିକୁ ଅଟକାଇ ଯାଚଂ କରିବାରୁ ପଣସ ଓ ବୋଇତାଳୁ ତଳେ ପ୍ଲାଷ୍ଟିକ ଅଖା ବସ୍ତାରେ ଗଜେଂଇଥିବାର ଦେଖିଥିଲେ । ଗାଡି ଓ ଗଜେଂଇ ଜବତ ସହିତ ଗାଡିଚାଳକଙ୍କୁ ଜିଲ୍ଲାଅବକାରୀ ବିଭାଗ କାର୍ଯ୍ୟାଳୟକୁ ନେଇ ଡ୍ରାଇଭରଙ୍କୁ ଜେରା କରିବାରୁ ଜଣାପଡିଥିଲା । ଗିରଫ ବ୍ୟକ୍ତି ସଜିଂବ ହୀରା(୪୩) ସେ ମାଲକାନଗିରି ଜିଲ୍ଲାରେ ପୁଲିସ କନେଷ୍ଟବଳ ଭାବେ ଚାକିରି କରନ୍ତି ,ତାଙ୍କ ନିଜ ଘର ମାଲକାନଗରି ଥାନାସ୍ଥ ଏମଭି୭ ଗ୍ରାମରେ । ସେ ନିଜ ପିକଅପଭ୍ୟାନ ନମ୍ବର ଓଡି୩୦ସି୩୩୧୭ ରେ ଚିତ୍ରକୋଣ୍ଡା ଅଚଂଳରୁ ଗଜେଂଇ ଆଣି ଛତିଶଗଡ ରାଇପୁର ଅଭିମୁଖେ ବିକ୍ରି କରିବାପାଇଁ ନେଉଥିଲେ । ଗଜେଂଇ ଗୁଡିକୁ ମାଜିଷ୍ଟ୍ରଟ ସମ୍ମୁଖରେ ଓଜନ କରାଯାଇଥିଲା, ୩୧ଟି ଜରିଅଖା ବସ୍ତାରେ ୮କୁଇଟାଂଲ ଗଜେଇ ସେହି ଗାଡିରେ ଥିଲା । ଏହି ଗଜେଂଇର ସରକାରି ମୂଲ୍ୟ ପ୍ରାୟ ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଦହେବ ବୋଲି ଜଣାପଡିଛି । ସଜିଂବ ଙ୍କ ନିକଟରୁ ୨ଟି ମୋବାଇଲ ଫୋନ,ନଗଦ୩୯୨୦ଟଙ୍କା, ଗାଡି କାଗଜପତ୍ର ଜବତ କରାଯାଇଛି । ସଜିଂବଙ୍କୁ ଜେରା କରିବାପରେ ଏହି ଗଜେଂଇ ଚାଲାଣ ର‌୍ୟାକେଟର ପର୍ଦ୍ଦାଫାସ ହୋଇଛି । କନେଷ୍ଟବଳ ସଜିଂବ ଙ୍କ ସହିତ ଜିଲ୍ଲାସଦର ମହକୁମାର ଆଉ ତିନିଜଣ ଚୋରା ଗଜେଂଇ ଚାଲାଣକାରୀ ରହିଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ସରକାରୀ କର୍ମଚାରୀ ରହିଥିବାର ଜଣାପଡିଛି । ସେ ଏହା ପୁବ ର୍ରୁ ୪ଥର ଗଜେଂଇ ଚୋରା ଚାଲଣ କରିଛନ୍ତି ଏହା ତାଙ୍କର ପଚଂମ ଥର ଥିଲା,ଗଜେଂଇ ଚୋରା ଚାଲାଣ ଅନ୍ତରାଳରେ ରହିଯାଇଥିବା ଅନ୍ୟ ତନିଜଣ ଙ୍କୁ ଖୁବ ଶିଘ୍ର ଗିରଫ କରା ଯିବ ବୋଲି ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ସେଠ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ଅବକାରୀ ଇନିସ୍ପେକ୍ଟର ଗଙ୍ଗା ପାଇକରାୟ, ଜିଲ୍ଲାଅବକାରୀ ଡେପୁଟି ସୁପରିଟେଣ୍ଡେଟଂ ଦିଲୀପ କୁମାର ଗୌଡ ଓ ଅନ୍ୟାନ ଅବକାରୀ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.