Home ଜିଲ୍ଲା ପରିକ୍ରମା ବେଆଇନ୍ ଗୋରୁ ବୋଝେଇ ପିକ୍‌-ଅପ୍ ଭ୍ୟାନ୍ ଜବତ

ବେଆଇନ୍ ଗୋରୁ ବୋଝେଇ ପିକ୍‌-ଅପ୍ ଭ୍ୟାନ୍ ଜବତ

163

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ବେଆଇନ୍ ଭାବେ ବାହାରକୁ ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ ହୋଇଛି । ଏଥିରେ ଥିବା ୨୦ ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରି ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ବଜରଙ୍ଗ କର୍ମୀ । ପ୍ରାପ୍ତ ଖବର ମୂଳେ ଭଦ୍ରକରୁ ଏକ ପିକ୍‌ଅପ୍ ଯୋଗେ ୨୦ ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ବୋଝେଇ କରାଯାଇ ବେଆଇନ୍ ଭାବେ ଭଦ୍ରକରୁ କୋଲକାତାକୁ ଚାଲାଣ କରାଯାଉଥିଲା । ଏହି ଖବର ବଜରଙ୍ଗ ଦଳର କର୍ମୀଙ୍କ ନିକଟରେ ପହଞ୍ôଚଥିଲା । ଏଣୁ ସେମାନେ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଷ୍ଟେସନ ଛକ ନିକଟରେ ଛକି ବସିଥିବାବେଳେ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ଟିକୁ ଦେଖି ଅଟକାଇଥିଲେ । ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ହୋଇଯାଇଥିଲା । ପରେ ଉକ୍ତ ଗୋରୁ ବୋଝେଇ ପିକ୍‌ଅପ୍‌ଟିକୁ ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍‌କୁ ହସ୍ତାନ୍ତର କରିଥିଲେ ବଜରଙ୍ଗ କର୍ମୀମାନେ । ତେବେ ବେଆଇନ୍ ଗୋଚାଲାଣକୁ ନେଇ ଭଦ୍ରକରେ ବାରମ୍ବାର କୌଣସି ନାଁ କୌଣସି ତୁମୂଳକାଣ୍ଡ ଘଟୁଥିବାବେଳେ ପୁଲିସ୍ ଜାଣିଶୁଣି ନୀରବ ରହୁଛି ବୋଲି ବଜରଙ୍ଗ କର୍ମୀମାନେ ଅଭିଯୋଗ କରିଛନ୍ତି । ଏହି ଗୋଚାଲାଣ ହେଉଥିବା ଖବର ବାହାର ଲୋକ ଜାଣୁଥିବାବେଳେ ପୁଲିସ୍ ପାଖରେ କିପରି ପହଞ୍ôଚପାରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ଜଣେ କର୍ମୀ । କେବଳ କିଛି ଅପ୍ରିତିକର ପରିସ୍ଥିତି ଉପୁଜିଲେ, ପୁଲିସ୍ ପହଞ୍ôଚ ମିଛ ପ୍ରତିଶ୍ରୁତି ଦେଉଛି । ଫଳରେ ପୁଲିସ୍‌ର ଏଭଳି ନିଷ୍କ୍ରି୍ରୟତା ଯୋଗୁଁ ଭଦ୍ରକର ବେଆଇନ୍ ଗୋରୁ ଚାଲାଣକୁ ରୋକାଯାଇପାରୁନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.