Home ଜିଲ୍ଲା ପରିକ୍ରମା ବୃଦ୍ଧଙ୍କ ଠାରୁ ଲୁଟିନେଲେ ୫୦ ହଜାର

ବୃଦ୍ଧଙ୍କ ଠାରୁ ଲୁଟିନେଲେ ୫୦ ହଜାର

8

ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ପଂଚାୟତ ଜଳଧରପୁର ଗାଁ ର ଦେବେନ୍ଦ୍ର ପଲ୍ଲାଇ ଙ୍କ ଠାରୁ ବୁଧୁବାର ମଧ୍ୟାହ୍ନ ୧୨. ୫୩ ମିନିଟ ସମୟରେ ଚାନ୍ଦବାଲି କାଳୀମନ୍ଦିର ପାଖରେ ନଗଦ ୫୦ ହଜାର ଟଙ୍କା ଲୁଟି ନେଲେ ଅଜଣା ଲୁଟେରା। ସୂଚନା ଦେବେନ୍ଦ୍ର ପଲ୍ଲାଇ ଚାନ୍ଦବାଲି ଥାନାରେ କରିଥିବା ଅଭିଯୋଗ ମୁତାବକ ଦିବା ୧୨ ଟା ସମୟରୁ ଚାନ୍ଦବାଲି କାଳୀମନ୍ଦିର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କରୁ ଲାଇନ ଲଗାଇ ନିଜ ଏକାଉଂଟରୁ ୫୦ ହଜାର ଟଙ୍କା ଉଠାଣ କରିଥିଲେ । ତାପରେ ନିଜ ମୋବାଇଲ ରେ ଟାଇମ ଦେଖି ମୋ ବସ ରେ ନିଜ ଘର ଜଳଧରପୁର ଯିବା ପାଇଁ କାଳୀମନ୍ଦିର ପାଖରେ ଥିବା ଚାନ୍ଦବାଲି ଇକୋ ବ୍ୟାଙ୍କ ପାଖରେ ବସକୁ ଅପେକ୍ଷା କରି ରହିଥିଲେ। ଟଙ୍କାକୁ ଘରୁ ଆଣିଥିବା ଏକ ବ୍ୟାଗରେ ରଖିଥିଲେ। ବ୍ୟାଗଟି କୁ ପାଖରେ ରଖି ବସିଥିବା ବେଳେ ସାମାନ୍ୟ ଅନ୍ୟମନସ୍କ ହୋଇଯିବାରୁ ଅଜଣା ଦୁର୍ବୁତ ବ୍ୟାଗ ଚୋରି କରି ନେଇଯାଇଛି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ବୃଦ୍ଧ ଜଣଙ୍କ।ଖବର ଲେଖା ବେଳକୁ ଚାନ୍ଦବାଲି ଥାନାଧିକାରୀ ପରେଶ ମହାନ୍ତି ଙ୍କୁ ପଚାରିବାରୁ ସେ କହିଛନ୍ତି ଆମେ ସିସିଟିଭି ଯାଂଚ କରୁଛୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.