Home ଜିଲ୍ଲା ପରିକ୍ରମା ବିିବାଦୀୟ ନେରେଡିବାଲସାରେ ଆନ୍ଧ୍ର ବିଧାୟକଙ୍କ  ଦ୍ୱାରା ପଟ୍ଟା ବଂଟନ

ବିିବାଦୀୟ ନେରେଡିବାଲସାରେ ଆନ୍ଧ୍ର ବିଧାୟକଙ୍କ  ଦ୍ୱାରା ପଟ୍ଟା ବଂଟନ

62

କୋରାପୁଟ ୨୦-୦୭(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତର ବିବାଦୀୟ ନେରେଡିବାଲସାରେ ଆନ୍ଧ୍ରପ୍ରଦେଶର ବିଧାୟକଙ୍କ ଦ୍ୱାରା ପଟ୍ଟା ବଂଟନ କରାଯାଇଥିବା ଜଣାପଡିଛି ।ସୁଚନା ଅନୁଯାୟୀ ଆଜି ବିବାଦୀୟ ନେରେଡିବାଲସାରେ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମର ଆଇଟିଡିଏ ଅଧିକାରୀମାନେ ପହଂଚି ଗ୍ରାମବାସୀମାନଙ୍କୁ ସାନିଟାଇଜର ଓ ମାସ୍କ ପ୍ରଦାନ କରିଥିଲେ ।ଏହାପରେ ପାର୍ବତୀପୁରମ ଆଇଟିଡିଏ ଅଧିକାରୀ ଆର.କୋରମନାଥଙ୍କ ଅଧ୍ୟକ୍ଷତାରେ ପଟ୍ଟା ବଂଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସାଲୁର ବିଧାୟକ ପି.ରାଜନ୍ନା ଦୋରା  ମୁଖ୍ୟ ଅତିଥିଭାବେ ଯୋଗଦେଇ ପଟ୍ଟା ବଂଟନ କରିଥିଲେ ।ନେରେଡିବାଲସାର ୩୭ ଜଣ ବ୍ୟକ୍ତିଙ୍କୁ ପଟ୍ଟା ବଂଟନ କରାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶର ଅନ୍ୟଗ୍ରାମ ମିଶି  ସମୁଦାୟ ୨୫୦ ଟି ପଟ୍ଟା ବଂଟନ କରାଯାଇଥିବା ଜଣାପଡିଛି ।ଏହା ସହ କୃଷି ସଂବନ୍ଧୀୟ ସାମଗ୍ରୀ ମଧ୍ୟ ଚାଷୀମାନଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି ।ଆନ୍ଧ୍ରପ୍ରଦେଶ ସରକାରଙ୍କ ବିକାଶକୁ ଦେଖି  ଓଡିଶା ଲୋକ ଆନ୍ଧ୍ରକୁ ସହଯୋଗ ମାଗୁଥିବା ବିଧାୟକ ପି.ରାଜନ୍ନା ଦୋରା ବୈଠକରେ ପ୍ରକାଶ କରିଥିବା ଜଣାପଡିଛି ।ବିବାଦୀୟ ଓଡିଶା ଗ୍ରାମରେ ଆନ୍ଧ୍ରପ୍ରଦେଶ ତରଫରୁ ପାନୀୟଜଳ , ଅଙ୍ଗନବାଡି , ଶିକ୍ଷା ଓ କୃଷି ସମ୍ବନ୍ଧୀୟ କାର୍ଯ୍ୟ କରାଯାଉଛି ଓ ଆଗକୁ ଏହି ଧାରା ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି ।ଏହି ବୈଠକରେ ସାଲୁର ତହସିଲଦାର କେ.ଶ୍ରୀନିବାସ ଓ ବିଡିଓ ଜି.ପାର୍ବତୀ  ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.