ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେବଭୂମି ଗବସାହି, ଭଦ୍ରକ ତରଫରୁ ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମ ଅଧିବେଶନ କବିତା ପାଠୋତ୍ସବରେ ଅବନି ପ୍ରଧାନ ସଭାପତି ନିର୍ମଳ ରାଉତ ଅତିଥି, ସଂଯୋଜନାରେ ଜାନକୀ ପାଢୀ, ବୀଣାପାଣି ତ୍ରିପାଠୀ, ମନୋରମା ରାୟ ଯୋଗ ଦେଇଥିଲେ । ଶତାଧିକ କବିତା ଆବୃତି ହୋଇଥିଲା । ଦ୍ୱିତୀୟ ଅଧିବେଶନ ସାଧାରଣ ସଭା ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ଗୋପାଳକୃଷ୍ଣ ଦାସ ସଭାପତି, ମୁଖ୍ୟ ଅତିଥି ସୀତାଂଶୁ ଶେଖର ମହାପାତ୍ର ବିଧାୟକ, ଭଦ୍ରକ, ଉଦ୍ଘାଟକ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଶିଷ୍ଟ ଅତିଥି ଦିଲୀପ ରାଉତରାଏ, ସମ୍ମାନିତ ଅତିଥି ନିହାର ରଞ୍ଜନ କର, ମୁଖ୍ୟବକ୍ତା ଡ. ମମତା ସାହୁ ଯୋଗ ଦେଇଥିଲେ । ସ୍ୱାଗତ ଭାଷଣ ରାଧା ଦାସ ଓ ସମ୍ପାଦକୀୟ ବିବରଣୀ ମୁକ୍ତିକାନ୍ତ ମଲ୍ଲିକ ପ୍ରଦାନ କରିଥିଲେ । ଏଥର ମର୍ଯ୍ୟାଦାଜନକ ବିଷୁବ ସମ୍ମାନ କବି କରୁଣାକର ବେହୁରିଆ ଓ ଗାଳ୍ପିକ ରଜନୀକାନ୍ତ ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ଚାରୁଲତା ମହାପାତ୍ର ଧନ୍ୟବାଦ ଦେଇଥିଲେ । କବିମାନଙ୍କ ମ୍ମରେ ବିଜୟ ବହଳି, ବିପ୍ଲବ ହୋତା, ପ୍ରଣତୀ ମଲ୍ଲିକ, ରମେଶ ଦାସ, ନରେଶ ମଣ୍ଡଳ, ଦେବସ୍ମିତା ପହି, ମାନସ ପଣ୍ଡା, ଅରୁପାନନ୍ଦ ନାୟକ, ସୁରଞ୍ଜନ ମିଶ୍ର, ରତିକାନ୍ତ ବେହେରା ପ୍ରମୁଖ କବିତା ଆବୃତି କରିଥିଲେ । ରୌପ୍ୟ ଜୟନ୍ତୀ ସ୍ମରଣିକା ‘ଗୋଧୂଳି’ ଉନ୍ମୋଚିତ ହୋଇଥିଲା । ପିଲାମାନଙ୍କର ଚିତ୍ରକଳା ପ୍ରତିଯୋଗିତାରେ ସ୍ତୁତି ଦେବେଶ ମଲ୍ଲିକ, ପ୍ରିତି ପାୟଲ କୁଅଁର, ସରୋଜ କୁମାର ପାଢୀ, ଶ୍ରେୟାସ୍ୱୀକୃତି, ନିକିତା ଭୂୟାଁ, ହଂସୁଜା ପଣ୍ଡା, ଦିଶା ନାୟକ, ଦିବ୍ୟାଂଶୀ ପୁହାଣ, ଶ୍ରେୟାଂଶୀ କୁଣ୍ଡୁ, ଶୁଭମ ଶୁଭ୍ରାଂଶୁ ପାଣିଗ୍ରାହୀ, ଶ୍ରେୟାସ ବେହୁରିଆଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମହେଶ ପ୍ରସାଦ ଦାସ, ଜଗବନ୍ଧୁ ପାଣି, ନରେନ୍ଦ୍ର ଦାସ, ଆନନ୍ଦ ଦାସ, ରଞ୍ଜିତ ପାଢୀ, ରାଜେଶ ଦାସ (ଜିତୁ) ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଭଦ୍ରକ ମ୍ୟୁଜିକ କଲେଜର ପିଲାମାନେ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ ।